ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୀର୍ଥ ଯାତ୍ରା ହେଲା ସୁପ୍ରଭା ଙ୍କ ଜୀବନର ଶେଷ ଯାତ୍ରା , ତୀର୍ଥ କ୍ଷେତ୍ର ଆଲ୍ଲାବାଦ ରେ ଶରୀର ଛାଡି ଉଡ଼ିଗଲା ପ୍ରାଣ ବାୟୁ

କଲମପୁର / ୧୮/୯ (ମସିହା) ମନରେ ଅସୁମାରୀ ସପ୍ନ ସ୍ୱାମୀ ଙ୍କ ହାତ ଧରି କିଛି ବନ୍ଧୁ ବାନ୍ଧବଙ୍କ ସହ ବୁଲିଦେଖିବେ ତୀର୍ଥ କ୍ଷେତ୍ର ଓ ଦୀଅଂ ଦେବତା ପୂଣ୍ୟ ଭଦ୍ରଵ ମାସରେ ତୀର୍ଥ ଭ୍ରମଣ କରି ଜୀବନକୁ ସାର୍ଥକ କରିବାର ଅଭିଳାଷ ରଖି ବାହାରିଥିଲେ ଦମ୍ପତି । ଭାଦ୍ରବ ମାସରେ ପିତୃ ପୁରୁଷ ଙ୍କୁ ପିଣ୍ଡଦାନ କଲେ କୋଟିଏ ଜନ୍ମର ପୁଣ୍ୟ ଫଳ ମିଳେ ବୋଲି ଶାସ୍ତ୍ର ଅନୁସାରେ ପ୍ରଥା ଓ ଧାରଣା ରହିଆସିଛି ଏଥିପାଇଁ କିଛି ବନ୍ଧୁ ବନ୍ଧବ ଆତ୍ମୀୟ ସ୍ୱଜନ୍ୟ ଲୋକଙ୍କ ମେଳରେ ବାହାରିଥିଲେ ଦମ୍ପତି କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ ପ୍ରକାର ପୂର୍ଣ୍ଣ ତୀର୍ଥକ୍ଷେତ୍ର ଆଲ୍ଲାବାଦ ରେ ପ୍ରଥମେ ପ୍ରଦାର୍ପଣ କରି ପିଣ୍ଡଦାନ କାର୍ଯ୍ୟ ସମାପନ କରି ଚିତ୍ରକୂଟ ବାହାରିବା ସମୟରେ ଶରୀରରୁ ଛାଡି ଗଲା ପ୍ରାଣବାୟୁ ,ଏଭଳି ଘଟଣା ର ସମ୍ବୁଖିନ ହୋଇଛନ୍ତି ଧର୍ମପରାୟଣ ମହିଳା ସୁପ୍ରଭା ଖମାରୀ ୬୮ ।କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବନ୍ଧକନା ପଂଚାୟତ ଅନ୍ତର୍ଗତ ଚୁରାଗାଁ ନାରାୟଣ ଖମାରୀ ଙ୍କ ସ୍ୱଧର୍ମିଣୀ ହେଉଛନ୍ତି ସୁପ୍ରଭା ଖମାରୀ ଗତ ୧୪ତାରିଖ ଦିନ ଚୁରାଗାଁ ୪, ପାତ୍ରବସା ରୁ ୨ ଓ ଧର୍ମଗଡ଼ ରୁ ୮ ସର୍ବ ମୋଟ ୧୪ଜଣ ବାହାରି ଆଲ୍ଲାବାଦ ୧୬ତାରିଖ ଦିନ ପହଂଚିଥିଲେ ।ସେଠାରେ ଆବଶ୍ୟକ କାର୍ଯ୍ୟକ୍ରମ ସାରି ଚିତ୍ରକୁଟ ଅଭିମୁଖେ ବାହାରିବା ସମୟରେ ହୃଦଘାତ ରେ ସୁପ୍ରଭା ଦେବୀ ଙ୍କ ପ୍ରାଣବାୟୁ ଉଡିଯାଇଥିଲା ।ପୁଣ୍ୟ ଅର୍ଜନ ପାଇଁ କରିଥିଲେ ତୀର୍ଥ ଯାତ୍ରା ହେଲେ ବିଧିର ବିଧାନ ତାଙ୍କୁ ସବୁଦିନ ପାଇଁ ୟଧାମ ରୁ ସ୍ୱର୍ଗଧାମ କୁ ପାଛୋଟି ନେଇଥିଲେ ସୁପ୍ରଭା ଙ୍କ ତୀର୍ଥ ଯାତ୍ରା ହିଁ ହୋଇଗଲା ଶେଷଯାତ୍ରା । ପାର୍ଥିବ ଶରୀର ଫେରିଆସିଲା ନିଜ ଭିଟା ମାଟିକୁ କାନ୍ଦ ବୋବାଳି ରେ ଉଛୁଳି ପଡିଲା ସମଗ୍ର ଅଞ୍ଚଳ ଏ ଭଳି ଧର୍ମ ପରାୟଣି ମହିଳା ଙ୍କ ଶେଷ ଦର୍ଶନ ପାଇଁ ପ୍ରବଳ ଜନ ସମାଗମ ହୋଇଥିବା ବେଲେ ବିଳମ୍ବିତ ରାତ୍ରରେ ଅନ୍ତଷ୍ଟି କ୍ରିୟା ସମାପନ ହୋଇଥିଲା ଜ୍ୟେଷ୍ଠ ପୁତ୍ର ବୁଲୁ ଖମାରୀ ଓ କନିଷ୍ଟ ପୁତ୍ର ଲୁଲୁ ଖମାରୀ ମୁଖାଗ୍ନି ଦେଇଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି ।

କଲମପୁର ରୁ ପରମାନନ୍ଦ ଠାକୁର ମସିହା

Related posts

ବିନା ରସିଦରେ ବାଲି ଚାଲାଣ କାଟିବା ନେଇ ଅଭିଯୋଗ

Sunil Chandra Nayak

ଲଘୁଚାପଜନିତ ବର୍ଷାରେ ଘର ଭାଙ୍ଗି ୨ ପରିବାର ବେସାହାରା, ସରକାରୀ ସହାୟତା ପାଇଁ ନିବେଦନ

Sunil Chandra Nayak

ରାଜ୍ୟର ୧ କୋଟି ୬୮ ଲକ୍ଷ ପିଲାଙ୍କୁ ଦିଆଯିବ କୃମିନାଶକ ମେଡିସିନ୍… ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

Sunil Chandra Nayak

Leave a Comment

error: Content is protected !!