ଫୁଲବାଣୀ ମଧ୍ୟରେ ଥିବା ପୂଜା ସ୍ଥଳୀ ଓ ପର୍ଯ୍ୟଟନ ସ୍ଥଳୀ ପରିଷ୍କାର ପରିଛନ୍ନ ରଖିବା ନିମନ୍ତେ ଆଜି ତା ୧୮/୯/୨୦୨୨ ରିଖ ଦିନ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡା ବ୍ଲକ ର ମା ବରାଳଦେବୀ ମନ୍ଦିର ପରିସର, ପିଲାସାଲୁଁକି ଡେମ, ଓ ପକାଡଝର ପର୍ଯ୍ୟଟନ ସ୍ଥଳୀ ପରିସର ମଧ୍ୟରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ଜିଲ୍ଲା ଓ ରାଜ୍ୟ ବାହାରରୁ ପର୍ଯ୍ୟଟକ ମାନେ ବୁଲିବାକୁ ଆସିଥାନ୍ତି । ପର୍ଯ୍ୟଟକ ମାନେ ସେହି ସ୍ଥାନ ମାନଙ୍କରେ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ସହିତ ଭୋଜି ଭାତ କରି ଖାଇ ସେଠାରେ ଖୋଲି ଦାନା ସଲ ପ୍ଲେଟ, ଗିନା, କପ, ଗ୍ଲାସ ଓ ଅନ୍ୟାନ୍ୟ ଜରି ପଲିଥିନ ପେପେର କାଚ ବୋତଲ ପକାଇ ସୁସ୍ଥ ପରିବେଶ କୁ ଦୂଷିତ କରି ଥାନ୍ତି । ଏହି ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ସଫାସୁତୁରା ପରିଷ୍କାର ପରିଛନ୍ନ ସ୍ଵଛ ଓ ସୁନ୍ଦର ରଖିବା ପାଇଁ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ଜିଲ୍ଲା ଯୁବ ଅଧିକାରୀ ନବନିତ କୁମାର ଙ୍କ ନିର୍ଦେଶ କ୍ରମେ ସହକର୍ମୀ ସତ୍ୟବାନ ଦଳବେହେରା ଙ୍କ ନେତୃତ୍ୱ ରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ସ୍ବେଛାସେବୀ ସୋନାଲି ଡିଗାଲ , ରୀତିମା ବାଘ , ମେଘା ରାଣୀ ମହାପାତ୍ର, ଚନ୍ଦ୍ରମଣୀ ଦେହୁରୀ, ସିବେନ୍ଦ୍ର ଦିଗାଲ, କମଳ ଲୋଚନ ଦେହୁରୀ , ମିନି କଁହର ସୁଭଦ୍ରା ମଲ୍ଲିକ,ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ରେ ପଡ଼ିଥିବା ଅଳିଆ ଆବର୍ଜନା ଜରି, ସୋଲପ୍ଲେଟ କାଚ ବୋତଲ ଇଦ୍ୟାଦି କୁ ସଫା କରି ପରିଷ୍କାର ପରିଛନ୍ନ କରିଥିଲେ | ଏହି କାର୍ଯ୍ୟକ୍ରମ ଆଗାମୀ ଦିନ ମଧ୍ୟ ଜାରି ରହିବ ବୋଲି ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ଜିଲ୍ଲା ଯୁବ ଅଧିକାରୀ ନାଭିନୀତ କୁମାର ଗଣମାଧ୍ୟମ କୁ ସୂଚନା ଦେଇଥିଲେ |
ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ