ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଲବାଣୀ ନେହେରୁ ଯୁବକେନ୍ଦ୍ର ଦ୍ୱାରା ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ ମଧ୍ୟରେ ଥିବା ପୂଜା ସ୍ଥଳୀ ଓ ପର୍ଯ୍ୟଟନ ସ୍ଥଳୀ ପରିଷ୍କାର ପରିଛନ୍ନ ରଖିବା ନିମନ୍ତେ ଆଜି ତା ୧୮/୯/୨୦୨୨ ରିଖ ଦିନ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡା ବ୍ଲକ ର ମା ବରାଳଦେବୀ ମନ୍ଦିର ପରିସର, ପିଲାସାଲୁଁକି ଡେମ, ଓ ପକାଡଝର ପର୍ଯ୍ୟଟନ ସ୍ଥଳୀ ପରିସର ମଧ୍ୟରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ଜିଲ୍ଲା ଓ ରାଜ୍ୟ ବାହାରରୁ ପର୍ଯ୍ୟଟକ ମାନେ ବୁଲିବାକୁ ଆସିଥାନ୍ତି । ପର୍ଯ୍ୟଟକ ମାନେ ସେହି ସ୍ଥାନ ମାନଙ୍କରେ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ସହିତ ଭୋଜି ଭାତ କରି ଖାଇ ସେଠାରେ ଖୋଲି ଦାନା ସଲ ପ୍ଲେଟ, ଗିନା, କପ, ଗ୍ଲାସ ଓ ଅନ୍ୟାନ୍ୟ ଜରି ପଲିଥିନ ପେପେର କାଚ ବୋତଲ ପକାଇ ସୁସ୍ଥ ପରିବେଶ କୁ ଦୂଷିତ କରି ଥାନ୍ତି । ଏହି ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ସଫାସୁତୁରା ପରିଷ୍କାର ପରିଛନ୍ନ ସ୍ଵଛ ଓ ସୁନ୍ଦର ରଖିବା ପାଇଁ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ଜିଲ୍ଲା ଯୁବ ଅଧିକାରୀ ନବନିତ କୁମାର ଙ୍କ ନିର୍ଦେଶ କ୍ରମେ ସହକର୍ମୀ ସତ୍ୟବାନ ଦଳବେହେରା ଙ୍କ ନେତୃତ୍ୱ ରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ସ୍ବେଛାସେବୀ ସୋନାଲି ଡିଗାଲ , ରୀତିମା ବାଘ , ମେଘା ରାଣୀ ମହାପାତ୍ର, ଚନ୍ଦ୍ରମଣୀ ଦେହୁରୀ, ସିବେନ୍ଦ୍ର ଦିଗାଲ, କମଳ ଲୋଚନ ଦେହୁରୀ , ମିନି କଁହର ସୁଭଦ୍ରା ମଲ୍ଲିକ,ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ରେ ପଡ଼ିଥିବା ଅଳିଆ ଆବର୍ଜନା ଜରି, ସୋଲପ୍ଲେଟ କାଚ ବୋତଲ ଇଦ୍ୟାଦି କୁ ସଫା କରି ପରିଷ୍କାର ପରିଛନ୍ନ କରିଥିଲେ | ଏହି କାର୍ଯ୍ୟକ୍ରମ ଆଗାମୀ ଦିନ ମଧ୍ୟ ଜାରି ରହିବ ବୋଲି ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ଜିଲ୍ଲା ଯୁବ ଅଧିକାରୀ ନାଭିନୀତ କୁମାର ଗଣମାଧ୍ୟମ କୁ ସୂଚନା ଦେଇଥିଲେ |

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ଟାଟା ପାୱାର ପକ୍ଷରୁ ରାଇରଙ୍ଗପୁର ହାଇସ୍କୁଲରେ ବନ ମହୋତ୍ସବ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଆତଙ୍କର ଅନ୍ତରାଳେ

Sunil Chandra Nayak

ମାଁ ନାରାୟଣୀ ଠାକୁରାଣୀ ଙ୍କର ପଞ୍ଚବିଂଶ ତମ ରୌପ୍ୟ ଜୟନ୍ତୀ ଯାତ୍ରା

Leave a Comment

error: Content is protected !!