ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ସଚେତନ ନାଗରିକ ଫୋରମ ଦ୍ୱାରା ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ତିରୋଧାନ ଦିବସ ପାଳିତ, ଯୋଗଦେଲେ ମାନ୍ୟବର ସାଂସଦ ଓ ଜିଲ୍ଲାପାଳ 

ଢେଙ୍କାନାଳ :ମ.ନି.ସ. ତା ୧୮/୦୯/୨୨_ସଚେତନ ନାଗରିକ ଫୋରମ୍ ଦ୍ୱାରା ଆୟୋଜିତ ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ୬୫ତମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଫୋରମର କାର୍ଯ୍ୟକାରୀ ସଭାପତି ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳନ ହୋଇ ଯାଇଛି l ଏହି ଅବସରରେ ମାନ୍ୟବର ସାଂସଦ ଶ୍ରୀ ମହେଶ ସାହୁ ବଳରାମ ମନ୍ଦିର ପାଖ ସାରଙ୍ଗଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ବଳିଷ୍ଠ ନେତୃତ୍ୱକୁ ମନେପକାଇ ଢେଙ୍କାନାଳର ପ୍ରଥମ ସାଂସଦ ଭାବେ ଭୁୟସୀ ପ୍ରଶଂସା କରିଥିଲେ l ସେହିପରି ଜିଲ୍ଲାପାଳ ସରୋଜ କୁମାର ସେଠୀ ମାଲ୍ୟାର୍ପଣ କରି କହିଥିଲେ ଯେ ସାରଙ୍ଗଧର ଦାସ ମେଧାବୀ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିବାରୁ ବିଦେଶରେ ଅନେକ ବର୍ଷ ରହି ଚିନି କାରଖାନା ଉପରେ ଅଧ୍ୟୟନ କରି ଭାରତ ବର୍ଷରେ କାର୍ଯ୍ୟାନ୍ୱିତ କରିଥିଲେ l ଏବେ ମଧ୍ୟ ବମ୍ବେରେ ସାରଙ୍ଗଧର ଦାସଙ୍କ ନାମରେ ସୁଗାର ହାଉସ୍ ନାମିତ ଅଛି l ଡିସିସି ପ୍ଲେ ସ୍କୁଲର ସଭାପତି ତଥା ବରିଷ୍ଠ ଆଇନଜୀବି ଦିପ୍ତୀଶ ପ୍ରସାଦ ପଟନାୟକ ସାରଙ୍ଗଧର ଦାସଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଆମ ପ୍ରତିଭା ଆମ ସମ୍ମାନର ସଭାପତି ପ୍ରିୟରଞ୍ଜନ ମହାନ୍ତଙ୍କ ସହିତ ଅନେକ କାର୍ଯ୍ୟକର୍ତ୍ତା ଏବଂ ଢେଙ୍କାନାଳ ସଚେତନ ନାଗରିକ ଫୋରମର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଫୋରମର ସମ୍ପାଦକ ଭରତ କୁମାର ଦାସ ଏବଂ ସହ ସମ୍ପାଦକ ତଥା ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ପ୍ରୀତିମୟ ଜୀବଧାରା

Sunil Chandra Nayak

ଟେମରି ଗ୍ରାମ ପଞ୍ଚାୟତ କୁମ୍ଭାରୀ ଗ୍ରାମର ପୋଖରୀ ରାସ୍ତାରେ ଅଳିଆବର୍ଜନା ପରିପୂର୍ଣ୍ଣ 

Sunil Chandra Nayak

ସାହିତ୍ୟ ଅଗଣା – ଜଣାଣ

Sunil Chandra Nayak

Leave a Comment

error: Content is protected !!