ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆତ୍ମା ପକ୍ଷରୁ ମତ୍ସ୍ୟ ଚାଷୀଙ୍କୁ ତାଲିମ ଶିବିର

କୋକସରା,୨/୮-  ( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୃଷି ସୁଚନା ପରାମର୍ଶ କେନ୍ଦ୍ର କୋକସରା ଓ ଆତ୍ମାର ମିଳିତ ଆନୁକୂଲ୍ୟରେ କୋକସରା ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟରେ କୃଷକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ର ଆର୍ଥିକ ଉନ୍ନତି ନିମନ୍ତେ ମାଛ ଚାଷର ଦକ୍ଷତା ବୃଦ୍ଧି ତାଲିମ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ କୋକସରା ବ୍ଲକ ଆତ୍ମାର ଅଧ୍ୟକ୍ଷ ଋତୁରାଜ ମାଝୀ ଉଦଘାଟନ କରିଥିବା ବେଳେ ବ୍ଲକ ମତ୍ସ୍ୟ ଅଧିକାରୀ ଲଳିତ ମହାନନ୍ଦ ଉପସ୍ଥିତ ରହି ବିଭିନ୍ନ ପଞ୍ଚାୟତ ରୁ ଉପସ୍ଥିତ ରହିଥିବା ମତ୍ସ୍ୟ ଚାଷୀ ଙ୍କୁ ଉନ୍ନତ ମାଛ ଚାଷ ସମ୍ପର୍କରେ ଉପଯୋଗୀ ପରାମର୍ଶ ଦେବାସହ ମତ୍ସ୍ୟ ଚାଷୀ ଙ୍କ ପାଇଁ ରହିଥିବା ସରକାର ବିଭିନ୍ନ ଯୋଜନା ବିଷୟରେ ବୁଝାଇଥିଲେ। କାର୍ଯ୍ୟକ୍ରମରେ କୃଷିବିଭାଗର କର୍ମଚାରୀ ଆଶିଷ କୁମାର ପାଟିଲ ସମେତ ମତ୍ସ୍ୟଚାଷୀ ମିନିକେତନ ପ୍ରଧାନୀ, ଘନଶ୍ୟାମ ନାଏକ, ଯୁଗଳ ପଟେଲ, କିରଣ ଦାସ, ଗୋଦାବରୀଶ ପାତ୍ର, କୁମୁଦ ଚନ୍ଦ୍ର ପୁଝାରି, ହରେକୃଷ୍ଣ ନାଏକ, ଲକ୍ଷ୍ମୀ କାନ୍ତ ପୁଝାରି, କୈଳାଶ ଚଳାନ, ରାଜୁ ସାହୁ, ପଞ୍ଚାନନ ବେଶ୍ରା, ମୁକୁନ୍ଦ ନାଗେଶ ଉପସ୍ଥିତ ରହିଥିଲେ ପରେ ଆତ୍ମା ପକ୍ଷରୁ ଚାଷୀଙ୍କୁ ମାଗଣାରେ ମାଛ ଯାଆଁଳା ବଣ୍ଟନ କରାଯାଇଥିଲା।

Related posts

ଖେଳଶିକ୍ଷୟତ୍ରୀ ଙ୍କ ଘରୁ ଚୋରି , ସୁନା, ଟଙ୍କା, ମୋବାଇଲ୍ ସମେତ ବହୁ ସାମଗ୍ରୀ ଚୋରି ଅଭିଯୋଗ

Sunil Chandra Nayak

ଓଡ଼ିଶା ନାଟ୍ୟ ଦିବସ ପାଳନୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ରାଜକୋଟ୍ ର ମୁରବି ଠାରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା, ପରିବାର ବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀଙ୍କ ଦାବୀ

Sunil Chandra Nayak

Leave a Comment

error: Content is protected !!