କୋଷାଗୁମୁଡା ୧୬| ୦୭| ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରେ ଅବାଧ ରେ ଚାଲିଛି ବିଦେଶୀ ମଦ ବିକ୍ରୀ I ଅବକାରୀ ବିଭାଗ ଓ ବିଦେଶୀ ମଦ ଦୋକାନ ମଧ୍ୟ ରେ ସଲା ସୁତୁରା ହୋଇ ପ୍ରତ୍ୟେକ ପଞ୍ଚାୟତ ରେ ଥିବା କିରାନା ଦୋକାନ ଓ ପାନ ଦୋକାନ ରେ ରଖା ଯାଉଥିବା ନଜିର୍ କୁ ଆସିଛି I ପ୍ରଶାସନିକ ଅଧିକାରୀ ମାନେ ଜାଣି ଥିଲେ ମଧ୍ଯ କୌଣସି ପଦକ୍ଷେପ ନିଆଯାଇନାହିଁ I ପ୍ରତ୍ୟେକ ଦିନ ବାଇକ୍ ରେ ମଦ ବିକ୍ରି କରିବାକୁ ନେଉ ଥିଲେ ମଧ୍ଯ ଅବକାରୀ ବିଭାଗ ଜାଣି ଶୁଣି ଚୁପ୍ ହୋଇ ରହିଯାଉଛନ୍ତି I କିନ୍ତୁ ଅଳ୍ପ ଦେଶୀ ମଦ ବିକ୍ରି କରୁଥିବା ଲୋକଙ୍କ ମଦ ଜବତ କରିବା ସହ କୋର୍ଟ ଚାଲାଣ କରାଯାଇଛି l ଏହା ଏକ ପ୍ରତ୍ୟେକ ଦିନରେ ଆଲୋଚନା ହେଉଛି I ଏମିତି ମଧ୍ଯ ଚାଲିଛି ଯେ ଦେଶୀ ମଦ ଧରିଲେ ସେଇଠି ମୂଲ ଚାଲ ହେଉଛି I ସେଇଠି ଟଙ୍କା ଦେଲେ କମ୍ ପରିମାଣର ମଦ ଦେଖେଇ କେସ୍ କରା ଯାଉଅଛି I ଯେଉଁଠି ଟଙ୍କା ନ ମିଳିଲେ ସେଇଠି କମ୍ ମଦ ଥିଲେ ମଧ୍ୟ ବେଶି ପରିମାଣରେ ଲେଖା ଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି I ଓ ପ୍ରତ୍ୟେକ ଦିନ ଏତିକି ପରିମାଣ ରେ ଦେଶୀ ମଦ ଓ ପୋଚ ଜବତ କରାଗଲା ବୋଲି ପ୍ରଚାର ପ୍ରସାର କରୁଛନ୍ତି l କିନ୍ତୁ ପ୍ରକୃତରେ ଯାହା ଘରେ ବିଦେଶୀ ମଦ ଦିନ କୁ ହଜାର ହଜାର ବିକ୍ରି କରୁଛନ୍ତି ସେମାନଙ୍କ ପାଖରେ ଅବକାରୀ ବିଭାଗ ପହଞ୍ଚି ପାରୁନାହିଁ I ବ୍ଲକ ର ଗୋଟିଏ ମାତ୍ର ବିଦେଶୀ ମଦ ଦୋକାନ ସନ୍ତୋଷପୁର ଅଛି I ସେଇଠି ସେ କାଉଣ୍ଟର ରେ ହିଁ ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଇଛି I କିନ୍ତୁ ସେ ପ୍ରତ୍ୟେକ ଗ୍ରାମରେ ବିଦେଶୀ ମଦ ବିକ୍ରି କରିବାକୁ ଦେଇଛନ୍ତି l ଏହା ଖୋଲା ଖୋଲି ଭାବେ ନିୟମ ଉଲଙ୍ଘନ ହେଉଛି l କିନ୍ତୁ କୌଣସି ଦିନ ମଧ୍ୟ ବିଦେଶୀ ମଦ ବାଇକ୍ ରେ ନେଉ ଥିବା ସମୟରେ ଅବକାରୀ ବିଭାଗ ର ନଜରରେ ଆସୁନାହିଁ କି ତାହା ପ୍ରଶ୍ନ ବାାଚି ସ୍ରୁଷ୍ଟି କରୁଛି l ବିଦେଶୀ ମଦ ଦୋକାନୀ ଓ ବିଭାଗରେ ଥିବା କର୍ମଚାରୀ ମାନେ ସଲl ସୁତୁରା ହୋଇ ଏହି ଯୋଜନା କରିଛନ୍ତି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି l ଯେଉଁ ଦୋକାନ ମାନଙ୍କରେ ମଦ ଦିଆଯାଇଛି I ସେମାନେ ଠିକ୍ ମଦ ବିକ୍ରି କରୁଛନ୍ତି ନା ଅପ ମିଶ୍ରଣ କରୁଛନ୍ତି l ତାହା ଜାଣିବା ନିହାତି ଜରୁରୀ l ଏ ନେଇ କୋଡିଙ୍ଗା ଏ ଏସ୍ ଆଇ ହର ପ୍ରସାଦ ରଣ| ଙ୍କୁ ଯୋଗାଯୋଗ କଲେ ମଧ୍ଯ କୌଣସି ପ୍ରତିକ୍ରିୟା ମିଳୁନାହିଁ ।କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ