ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୋକାନ ବଜାରରେ ଅବାଧ ରେ  ବିଦେଶୀ ମଦ ବିକ୍ରି, ଅବକାରୀ ବିଭାଗ ନୀରବଦ୍ରଷ୍ଟା

କୋଷାଗୁମୁଡା ୧୬| ୦୭| ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରେ ଅବାଧ ରେ ଚାଲିଛି ବିଦେଶୀ ମଦ ବିକ୍ରୀ I ଅବକାରୀ ବିଭାଗ ଓ ବିଦେଶୀ ମଦ ଦୋକାନ ମଧ୍ୟ ରେ ସଲା ସୁତୁରା ହୋଇ ପ୍ରତ୍ୟେକ ପଞ୍ଚାୟତ ରେ ଥିବା କିରାନା ଦୋକାନ ଓ ପାନ ଦୋକାନ ରେ ରଖା ଯାଉଥିବା ନଜିର୍ କୁ ଆସିଛି I ପ୍ରଶାସନିକ ଅଧିକାରୀ ମାନେ ଜାଣି ଥିଲେ ମଧ୍ଯ କୌଣସି ପଦକ୍ଷେପ ନିଆଯାଇନାହିଁ I ପ୍ରତ୍ୟେକ ଦିନ ବାଇକ୍ ରେ ମଦ ବିକ୍ରି କରିବାକୁ ନେଉ ଥିଲେ ମଧ୍ଯ ଅବକାରୀ ବିଭାଗ ଜାଣି ଶୁଣି ଚୁପ୍ ହୋଇ ରହିଯାଉଛନ୍ତି I କିନ୍ତୁ ଅଳ୍ପ ଦେଶୀ ମଦ ବିକ୍ରି କରୁଥିବା ଲୋକଙ୍କ ମଦ ଜବତ କରିବା ସହ କୋର୍ଟ ଚାଲାଣ କରାଯାଇଛି l ଏହା ଏକ ପ୍ରତ୍ୟେକ ଦିନରେ ଆଲୋଚନା ହେଉଛି I ଏମିତି ମଧ୍ଯ ଚାଲିଛି ଯେ ଦେଶୀ ମଦ ଧରିଲେ ସେଇଠି ମୂଲ ଚାଲ ହେଉଛି I ସେଇଠି ଟଙ୍କା ଦେଲେ କମ୍ ପରିମାଣର ମଦ ଦେଖେଇ କେସ୍ କରା ଯାଉଅଛି I ଯେଉଁଠି ଟଙ୍କା ନ ମିଳିଲେ ସେଇଠି କମ୍ ମଦ ଥିଲେ ମଧ୍ୟ ବେଶି ପରିମାଣରେ ଲେଖା ଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି I ଓ ପ୍ରତ୍ୟେକ ଦିନ ଏତିକି ପରିମାଣ ରେ ଦେଶୀ ମଦ ଓ ପୋଚ ଜବତ କରାଗଲା ବୋଲି ପ୍ରଚାର ପ୍ରସାର କରୁଛନ୍ତି l କିନ୍ତୁ ପ୍ରକୃତରେ ଯାହା ଘରେ ବିଦେଶୀ ମଦ ଦିନ କୁ ହଜାର ହଜାର ବିକ୍ରି କରୁଛନ୍ତି ସେମାନଙ୍କ ପାଖରେ ଅବକାରୀ ବିଭାଗ ପହଞ୍ଚି ପାରୁନାହିଁ I ବ୍ଲକ ର ଗୋଟିଏ ମାତ୍ର ବିଦେଶୀ ମଦ ଦୋକାନ ସନ୍ତୋଷପୁର ଅଛି I ସେଇଠି ସେ କାଉଣ୍ଟର ରେ ହିଁ ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଇଛି I କିନ୍ତୁ ସେ ପ୍ରତ୍ୟେକ ଗ୍ରାମରେ ବିଦେଶୀ ମଦ ବିକ୍ରି କରିବାକୁ ଦେଇଛନ୍ତି l ଏହା ଖୋଲା ଖୋଲି ଭାବେ ନିୟମ ଉଲଙ୍ଘନ ହେଉଛି l କିନ୍ତୁ କୌଣସି ଦିନ ମଧ୍ୟ ବିଦେଶୀ ମଦ ବାଇକ୍ ରେ ନେଉ ଥିବା ସମୟରେ ଅବକାରୀ ବିଭାଗ ର ନଜରରେ ଆସୁନାହିଁ କି ତାହା ପ୍ରଶ୍ନ ବାାଚି ସ୍ରୁଷ୍ଟି କରୁଛି l  ବିଦେଶୀ ମଦ ଦୋକାନୀ ଓ ବିଭାଗରେ ଥିବା କର୍ମଚାରୀ ମାନେ ସଲl ସୁତୁରା ହୋଇ ଏହି ଯୋଜନା କରିଛନ୍ତି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି l ଯେଉଁ ଦୋକାନ ମାନଙ୍କରେ ମଦ ଦିଆଯାଇଛି I ସେମାନେ ଠିକ୍ ମଦ ବିକ୍ରି କରୁଛନ୍ତି ନା ଅପ ମିଶ୍ରଣ କରୁଛନ୍ତି l ତାହା ଜାଣିବା ନିହାତି ଜରୁରୀ l ଏ ନେଇ କୋଡିଙ୍ଗା ଏ ଏସ୍ ଆଇ ହର ପ୍ରସାଦ ରଣ| ଙ୍କୁ ଯୋଗାଯୋଗ କଲେ ମଧ୍ଯ କୌଣସି ପ୍ରତିକ୍ରିୟା ମିଳୁନାହିଁ ।କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ

 

Related posts

ବିଜୁ ସେତୁ ଯୋଜନାରେ ମହା ଦୂର୍ନିତି ଅଭିଯୋଗ

Sunil Chandra Nayak

ଶନିବାର ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ମନ୍ଦିର ପୂଜକଙ୍କ ମେଡିକାଲ ନେବାବେଲେ ମୃତ୍ୟୁ ଘଟଣା, ପୁଲିସ୍ ର ତଦନ୍ତ ଆରମ୍ଭ

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!