ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭଲ ଖବର..  ୧୦୦ ବର୍ଷ ପରେ ଗାଁର ପ୍ରଥମ ମାଟ୍ରିକ୍‌ ପାସ୍‌ ଛାତ୍ର, କଲେଜ ଯିବେ ସନ୍ଦୀପ..

ଆଶ୍ଚର୍ଯ୍ୟ ହେଲେ ବି ସତ !

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତର ଏକ ଗଁା ଜାରେଙ୍ଗପଟା । ଗାଁ ବସତି ସ୍ଥାପନ କରିବାର ୧୦୦ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି ଛାତ୍ର ମାଟ୍ରିକ୍ ପାସ୍ କରିନଥିଲେ କି କଲେଜ୍ ମାଡ଼ିନଥିଲେ। ପ୍ରଥମଥର ସେଇ ଗାଁର ଜଣେ ଛାତ୍ର ମାଟ୍ରିକ୍ ପାସ୍ କରିଛନ୍ତି। ଏବେ ସଂପୃକ୍ତ ଛାତ୍ର ଜଣକ ହେବେ ଗାଁର ପ୍ରଥମ କଲେଜ ପଢ଼ୁଆ ପୁଅ। ବର୍ତ୍ତମାନ ଯୁଗରେ ଏଭଳି କଥା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବାସ୍ତବରେ ଘଟଣାଟି ସତ।

ଛାତ୍ର ଜଣକ ହେଉଛନ୍ତି, ରାଜୁ ମାଝୀଙ୍କ ପୁତ୍ର ସନ୍ଦୀପ ମାଝୀ। ଚଳିତ ମାଟ୍ରିକ୍‌ ପରୀକ୍ଷାରେ ସନ୍ଦୀପ ୩୩୦ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ତାଙ୍କର ଏହି ସଫଳତା ଗାଁରେ ଖୁସିର ଲହରି ଖେଳାଇ ଦେଇଛି। ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରୁ ମାତ୍ର ୩ କିଲୋମିଟର ଦୂରରେ ରହିଥିବାବେଳେ ପୋଖରୀବନ୍ଦ ପଞ୍ଚାୟତର ୧ କିମି ଦୂରରେ ରହିଛି ଏହି ଜାରେଙ୍ଗପଟା ଗାଁ। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଖା‌ମଖିଆଲ ମନୋଭାବ ଯୋଗୁଁ ପ୍ରକୃତ ଯୋଜନା ଗାଁକୁ ପହଞ୍ଚି ପାରୁନଥିବା ତାହା ଜାରେଙ୍ଗପଟା ଗାଁର ଏଭଳି ଚିତ୍ରକୁ ଦେଖିଲେ ବେଶ୍ ଜଣାପଡ଼ୁଛି।

ଏମିତି ବି ଗାଁ ଅଛି ଯେଉଁ ଗାଁର ଜଣେ ମଧ୍ୟ ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ କଲେଜରେ ପାଦ ମାଡ଼ିନାହାନ୍ତି। ଏନେଇ ଜଣାପଡ଼ିବା ପରେ ଶିକ୍ଷାବିତ୍ ମହଲ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଗାଁଠାରୁ ଗୋଟିଏ କିମି ଭିତରେ ପୋଖରୀବନ୍ଧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବା ବେଳେ ୩ କିମି ଦୂର ବିଶ୍ୱନାଥପୁରଠାରେ କଲେଜ ରହିଛି। ଜାରେଙ୍ଗପଟା ଗାଁର ଛାତ୍ରଛାତ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କଲେଜ ଯାଇ ନଥିବା ଘଟଣା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟନ୍ବିତ କରିଛି। ତେବେ, ସନ୍ଦୀପଙ୍କ ସଫଳତା ପରେ କଲେଜ ପଢ଼ୁଆ ପିଲାଙ୍କ ସଂଖ୍ୟା ବଢ଼ିବ ବୋଲି ଗ୍ରାମବାସୀ ଆଶା ପ୍ରକଟ କରିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଯୁବ ହଷ୍ଟେଲସ ପକ୍ଷରୁ ବିଶ୍ବ ବ୍ୟାଘ୍ର ଦିବସ ପାଳିତ

Sunil Chandra Nayak

ଟ୍ରାଫିକ ସମସ୍ୟା ଜଟିଳ ପୋଲିସ ନିରବ

Sunil Chandra Nayak

ନୃତ୍ୟ ଗୀତ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ସ୍ବାଗତ…

Sunil Chandra Nayak

Leave a Comment

error: Content is protected !!