ଡାକ ଶୁଭିଲା କି ନାହିଁ???
ଡାକୁଛି ଆରତେ ଆହେ ଜଗନ୍ନାଥେ
ଡାକ ଶୁଭିଲା କି ନାହିଁ
ଦୂଖୀଜନଙ୍କର ନାଥ ଵୋଲାଉଛ
କର୍ଣ୍ଣକୁ କି ଶୁଭୁ ନାହିଁ??
ହେ ଜଗନ୍ନାଥ ହେ ଜଗନ୍ନାଥ ହେ ଜଗନ୍ନାଥ।।୧।
ମଣିମା ମଣିମା ଡାକ ପଡୁଅଛି
ଗୁହାରି ଶୁଣିବା ହେଉ
ଗୁହାରିଜନଙ୍କ ଡାକ ନ ଶୁଣିଲେ କି
କି ବୋଲିବେ କୁହନାଥ
ହେ ଜଗନ୍ନାଥ ହେ ଜଗନ୍ନାଥ ହେ ଜଗନ୍ନାଥ।୨।
କରକି ପରୀକ୍ଷା ଆରତ ଜନଙ୍କୁ
ହୃଦୟର ରକତରେ
ଶୁଣି ନଶୁଣିଲା ପଳାଏ ରହୁଛ
କାହିଁକି କୁହ ହେ ନାଥ
ହେ ଜଗନ୍ନାଥ ହେ ଜଗନ୍ନାଥ ହେ ଜଗନ୍ନାଥ।।