ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ଅଜା ବୁଢ଼ାର୍‌ ଭୂଗୋଲ୍‌ ଜ୍ଞାନ୍‌

ଅଜା ବୁଢ଼ାର୍‌ ଭୂଗୋଲ୍‌ ଜ୍ଞାନ୍‌

ଯାହା ପଢ଼ୁଥିଲୁଁ ଇସ୍କୁଲେଁ ଆମେ 
ଘରେଁ ଆସି କରୁଁ ଚର୍ଚା
ଅଜାବୁଢ଼ା ଆମର୍‌ ଜାଜର୍‌ମାନ୍‌ ହେଇ
ମନା କରିଦିଅନ୍‌ ପଏର୍ଛା। ୧ 
କହନ୍‌ ଇ ନୂଆଁ ମାଷ୍ଟର୍‌ ପୁହେ ଖାଲି
ଛୁଆକୁଁ ଶିଖାଲେ ଉଲ୍‌ଟା
ସର୍‌କାର୍‌ ଯାହା ଛାପ୍‌ଲା କିତାବେଁ
ଘୁଷି ହଉଥିସନ୍‌ ସେଟା। ୨
ଗିଆନ୍‌ ଗଲା ସବୁ ଗଧର୍‌ ଗିଜେଁ ପଛେ
ବେତନ୍‌ କଥାକେ ଭାବି
ଯାବ୍‌ତିଆ ଦୁଇଧାଡ଼ି ଗାରି ଦେଇକରି
କହୁଛନ୍‌ ନିଜେ ଗଖାକବି। ୩
ପୁର୍‌ଥୀ କିଂଦ୍‌ରୁଛେ ଗୁଟେ ଭଉଁର୍‌ ପରେ
ବେଲ୍‌ ତରେଁତରେଁ ଫିଦିନ୍‌ 
ବେଲ୍‌ ଥାବେଁଥାଇ ପୁର୍‌ଥୀ ଘୁରାଲାଗି
ହେଇ ପାରୁଛେ ରାଏତ୍‌ ଦିନ୍‌। ୪
ଦୁହିଁ ଆଖିଁ ଦେଖୁଛୁଁ ଉଦୁଛେ ବୁଡ଼ୁଛେ
ପୂର୍‌ବୁଁ ପଶ୍ଚିମ୍‌କେ ଯାଇ
ବେଲ୍‌ ବୁଡ଼ିଗଲେଁ ରାଏତ୍‌ ହେସି ଫେର୍‌
ବେଲ୍‌ ଥିସି ଗୁପ୍‌ତେଁ ରହି। ୫
ପୁର୍‌ଥୀ କିଂଦ୍‌ରିଲେଁ ଗାଁ ଘର୍‌ କିଂଦ୍‌ରିତା
କେଭେଁ ଡେବ୍‌ରି କେଭେଁ ଭୁଜ୍‌ନି
ଇ ମାଷ୍ଟର୍‌ ଚିପୋ ବେଡ଼ା ବନାବେ ଛୁଆକୁଁ
କଥା ପାରୁଛେଁ ମୁଇଁ ଜାନି। ୬
ନାଇଁ ଛିଡ଼େ ନାଇଁଟାଡ଼େ ଝରନ୍‌ ପାଏନ୍‌
ବୁହିସି ଉପ୍‌ରୁଁ ତଲ୍‌କେ
ପୁର୍‌ଥୀ ଘୁରୁଥିଲେଁ ରାତିର୍‌ ସମେନ
ପାଏନ୍‌ ଟୁଡ଼୍‌ତା ଗାଆଁକେ। ୭
ବୁଢ଼ାସମର୍‌ଠାନୁ ନର୍‌ସିଂହ୍‌ନାଥ୍‌
ରହେଲା ପଶ୍ଚିମ୍‌ କୁତିଁ
ପୂରୁବ୍‌କେ ଯାଇ ଦର୍ଶନ୍‌ କରିଛୁଁ କେଁ
ବାଏତିଷ୍ଠିଆ ହେମା ଛୁଛାଥିଁ। ୮
ଘର୍‌କେ ଆସିକରି ପଢ଼୍‌ଉଛେ ଛୁଆକୁଁ
ଗୁଟେ ଧଂଗ୍‌ରା ମାଷ୍ଟର୍‌
ଗାଏକେ କାଉ ବଲି ବୁଝଉଥିଲା
ପାଠ୍‌ ହେଲାନ ଛିନ୍‌ଛତର୍‌। ୯
ଆମର୍‌ ବୁଢ଼ୀ ପାହି ଦଶ୍‌ବଛର୍‌ ହେଲାନ
ନାତେନ୍‌ ରଟୁଛେ ଆଈ ଗୋ ଉଇଲ୍‌ ଦେ 
ଆଈ କେନୁ ଦେବା ହୋ ଛେଟ୍‌ନେ ଦେଇଦେମି
ମାଷ୍ଟର୍‌ ମାଗ୍‌ଲେଁ ଇହାଦେ। ୧୦
ଆଈକେ ନାଇଁ ମାଗି ଅଜାଗୋ ଉଇଲ୍‌ ଦେ
କହେତେ ସିନା ଟୁଁଣ୍‌ ଖୁଲି
ଛୁଆକୁଁ ମାଗ୍‌ଲେଁ କଂଦାଟେ ପାଏବେ କେଁ
ଇସ୍କୁଲେଁ ହଇଥିଲେଁ ହୁର୍‌ସୁଲି। ୧୧
ବରନ୍‌ବୋଧ୍‌ କାଣା ନାଇଁ ଜାନ୍‌ଲେ ଛୁଏ 
ଦେଖୁଛନ୍‌ ନଂଗ୍‌ଲି ଫଟୁ
ଇ ଶଲେ କେନ ଆଉ ମୁନୁଷ୍‌ ହେବେ କେଁ
ବନ୍‌ବେ ସିନା ଅଗ୍‌ଲା ଚଟୁ। ୧୨
ଗୁହାଲ୍‌ ପାଠ୍‌ ପଢ଼ି ଆମର୍‌ ଦିନ୍‌ ସଏଲା
ଗାଇ ଜାନିଛୁଁ ଭାଗ୍‌ବତ୍‌
ବୁଚ୍‌କେ ଟଁକାସାରି ଟିଂଗାଲୀ ହେବେ ସିନା
ପଢ଼ି ନି ପାରନ୍‌ ଗୁଟେ ପଦ୍‌। ୧୩
ମାଷ୍ଟର୍‌ ମାଷ୍ଟ୍ରେନ୍‌ ମାନେ କାଣା ହେଲେଁ କର୍‌ବେ
ପେଟ୍‌ ପୁଷୁଛନ୍‌ କରି ଚାକ୍‌ରି 
ଦୁନିଆଁ ଯାକର୍‌ ଧଂଦା ତାଁକର୍‌ ମୁଡ଼େଁ ଲଦା
ନାଇଁ ପାରନ୍‌ ମନାକରି। ୧୪
ସର୍‌କାର୍‌ ତାହାକୁଁ କରିଛେ କାଏଁ ମନା
କଥା ନି’ଲାଗନ୍‌ ଆମର୍‌ ସାଂଗେଁ
ଜୁହ୍ନା ଗଅଁଲିଆ ମୂରୁଖ୍‌ ହେଲେଁ ଭି
ରହି ଶିଖିଛୁଁ ବନ୍‌ଏ ଢଂଗେଁ। ୧୫

ଗଅଁଲିଆ କବି ସୁଧୀର୍‌ ପଁଡ଼ା

Related posts

ବେଣୁଧର ସୂତାର ଙ୍କ କବିତା ଭାବ କଳ୍ପରେ କବି

Sunil Chandra Nayak

ଲୋକାର୍ପିତ ହେଲା ଦେଶର ପ୍ରଥମ ଆଦିବାସୀ ସଂଗୀତ ଭିତ୍ତିକ ଷ୍ଟ୍ରୀମିଙ୍ଗ ଆପ୍

Sunil Chandra Nayak

ନାବାଲିକ କୁ ଉଦ୍ଧାର ,ଅଭିଯୁକ୍ତ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!