Uncategorizedଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମୃତ୍ୟୁ by Sunil Chandra NayakJuly 13, 2022093 Share0 ମୃତ୍ୟୁ ଉପେନ୍ଦ୍ର କୁମାର ବସ୍ତିଆ ମୃତ୍ୟୁ ଏହା ଏକ ନିରାଟ ସତ୍ୟ ଦିନେନା ଦିନେସେ ଆସିବ ତଥାପି ମଣିଷ ସଂଗ୍ରାମ କରୁଛି ମୃତ୍ୟୁକୁ କିପରି ରୋକିବ ।। ଜନମ ମରଣ ବିଧିର ବିଧାନ ଏକ ପରେ ଆନ ଆସେ କାହାର ଆୟୁଷ ବରଷ ବରଷ କାହାର ଦିନେ ବା ମାସେ ।। ଜନମହୋଇଲେ ମରିବା ନିଶ୍ଚିତ ଏକଥା ମଣିଷ ଜାଣି ତଥାପି ମିଛରେ ସାହାସ କରୁଛି ମୃତ୍ୟୁକୁ ଯିବାକୁ ଜିଣି ।। ଜନମ ମରଣ ଇଶ୍ଵର ବିଧାନ ଆଉକା ହାତରେ ନାହିଁ ହେଲେଶ ଏ ମଣିଷ ପ୍ରୟାସ କରୁଛି ଅମର ହୋଇବା ପାଇଁ ।। କେହି ରହିନାହିଁ ଏଧରା ଧାମରେ ଧନ, ମାନ,ଜ୍ଞାନ ବଳେ ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳ ବଳେ ।। କେତେଯେ ତପସ୍ୱୀ କେତେ ମୁନିଋଷି ଯୁଗ ଯୁଗ ଯୋଗ କରି ମୃତ୍ୟୁର ସଜ୍ଞା ବୁଝିଲା ବେଳକୁ ଜୀବକାଳ ଯାଏ ସରି ।। କେତେ ଯେ ସାଧନା କେତେ ଗବେଷଣା ମୃତ୍ୟୁକୁ ରୋକିବା ପାଇଁ ହେଲେ ମୃତ୍ୟୁ ସତ୍ୟ ଆଉସବୁ ମିଛ ମୃତ୍ୟୁଠାରୁ ସତ୍ୟ ନାହିଁ ।। ରାଉରକେଲା