ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତା ପଣ୍ଡା ଙ୍କ ଭକ୍ତି ନୈବେଦ୍ୟ

ଭକ୍ତି ନୈବେଦ୍ୟ

ତୁମ ରଙ୍ଗ ତୂଳୀ

ଯେବେ ଦେଲ ବୋଳି

                 ଧରା ହେଲା ସୁଶୋଭିନି ।

 

ତୁମ ପ୍ରେମ ଧାର

ଦେଲ ଉପହାର

             ବହି ଗଲା ମନ୍ଦାକିନୀ ।।

 

ତୁମରି ହସ କୁ

ବାଣ୍ଟି ଦେଲ ଯେବେ

              ହସିଲା ମରତ ଭୂଇଁ ।

 

ତୁମ ଚାହାଁଣୀ ରେ

ରବି ପ୍ରକାଶିଲା

          ଚନ୍ଦ୍ରମା ଆସିଲା ଉଇଁ ।।

 

ମନ କୁ ତୁମର

ଯେବେ ଦେଲ ଦାନ

               ଜୋଛନା ପଡ଼ିଲା ଝରି ।

 

ଅନୁରାଗେ ତୁମ

ମଳୟ ଅନୀଳ

            ବହିଯାଏ ଥିରି ଥିରି ।।

 

ତୁମ ବ୍ୟାକୁଳତା

ଝରି ଗଲା ଯେବେ

             ସୃଷ୍ଟି ହେଲା ଭାବ ଭକ୍ତି ।

 

ତୁମରି ପାପ କୁ

ଧରିଲା ମସ୍ତକେ

          ସତୀ ହେଲା ବୃନ୍ଦାବତୀ ।।

 

କଣାଏ କରୁଣା

କରି ନାହଁ ଊଣା

           ରଖିଛ ଅମୂଲ୍ୟ ମଣି ।

 

ମାଗିବା ଆଗରୁ

ଖଞ୍ଜାଇଛ ସବୁ

           ମୁହିଁ ତ ପାରୁନି ଜାଣି ।।

 

ସସ୍ମିତା ପଣ୍ଡା

କଟିକଟା, କଟକ

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା କଳଙ୍କ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା

ଧର୍ମଗଡଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Leave a Comment

error: Content is protected !!