ଭକ୍ତି ନୈବେଦ୍ୟ
ତୁମ ରଙ୍ଗ ତୂଳୀ
ଯେବେ ଦେଲ ବୋଳି
ଧରା ହେଲା ସୁଶୋଭିନି ।
ତୁମ ପ୍ରେମ ଧାର
ଦେଲ ଉପହାର
ବହି ଗଲା ମନ୍ଦାକିନୀ ।।
ତୁମରି ହସ କୁ
ବାଣ୍ଟି ଦେଲ ଯେବେ
ହସିଲା ମରତ ଭୂଇଁ ।
ତୁମ ଚାହାଁଣୀ ରେ
ରବି ପ୍ରକାଶିଲା
ଚନ୍ଦ୍ରମା ଆସିଲା ଉଇଁ ।।
ମନ କୁ ତୁମର
ଯେବେ ଦେଲ ଦାନ
ଜୋଛନା ପଡ଼ିଲା ଝରି ।
ଅନୁରାଗେ ତୁମ
ମଳୟ ଅନୀଳ
ବହିଯାଏ ଥିରି ଥିରି ।।
ତୁମ ବ୍ୟାକୁଳତା
ଝରି ଗଲା ଯେବେ
ସୃଷ୍ଟି ହେଲା ଭାବ ଭକ୍ତି ।
ତୁମରି ପାପ କୁ
ଧରିଲା ମସ୍ତକେ
ସତୀ ହେଲା ବୃନ୍ଦାବତୀ ।।
କଣାଏ କରୁଣା
କରି ନାହଁ ଊଣା
ରଖିଛ ଅମୂଲ୍ୟ ମଣି ।
ମାଗିବା ଆଗରୁ
ଖଞ୍ଜାଇଛ ସବୁ
ମୁହିଁ ତ ପାରୁନି ଜାଣି ।।
ସସ୍ମିତା ପଣ୍ଡା
କଟିକଟା, କଟକ