ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

   ଜଣାଣ

ମାନଗୋବିନ୍ଦ ସ୍ବାଇଁ

ତୁମେ ଯେ ଅନନ୍ତ ନିରାକାର ବ୍ୟକ୍ତ
    ଠାକୁର ମୋର ଜୀବନ
ସୟନେ ସପନେ ତୁମ କଥା ଭାବି
    ଥରେ ଦିଅ ବିଶ୍ବ ଜ୍ଞାନ।
ସବୁଠି ବୁଲୁଛ ସବୁଠି ଯାଉଛ
       ନିଏ ଅଧମ ସାଙ୍ଗରେ
ଚାଲି ଗଲେ ମିଶି ପାପ ଯିବ ଭାସି
   ଭକ୍ତି ମୋର ଜୀବନରେ।
ଦିନେ ନ ଚିନ୍ତିଲେ ଦିନେ ନ ଭାବିଲେ
     ପାଟିକୁ ନାହିଁ ଆହାର
ସକାଳୁ ଉଠିଲେ ଭକ୍ତି ନମସ୍କାର 
   ସଦା ବେଳେ ହରି ମୋର।
ପ୍ରଭୁ ଦିନରାତି ମୋର ଯେ ସଂସ୍କୃତି
    ମୋ ଜୀବନ ଗତି ପଥ
ସତ୍ୟ ପଥେ ଯାଓ ମିଛ କୁହ ନାହିଁ
    ବଚନ କର ଶପଥ।
କିଛି ମାଗୁ ନାହିଁ ମାଗୁଛି ଖାଲି ମୁଁ
      ମୋ ଭାବ ସଦା ଦର୍ଶନ
ଯୁଆଡ଼େ ଯାଉଛ ଯାଆ ପଛେ ପ୍ରଭୁ
     ମୋତେ ଦେଖା ରୂପ ଜ୍ଞାନ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ବାଘମୁଣ୍ଡା ସେବାଶ୍ରମ ସ୍କୁଲ୍ ପାଚେରୀ ପଛରୁ ଉଦ୍ଧାର ହେଲା ମୃତ ଶରୀର ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ପ୍ରେମ ଦୀର୍ଘଜୀବି ଯୁଗେ ଯୁଗେ

ଦୁଇ ଦିନ ହେଲା ଅନ୍ଧାର ରେ ଫୁଲବାଣୀ ସହର

Sunil Chandra Nayak

Leave a Comment

error: Content is protected !!