ଭବାନିପାଟଣା -: କେନ୍ଦ୍ର ଆଦିବାସୀ ଜନଜାତି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ସରକାର ଙ୍କ ଆକାଂକ୍ଷା ଜିଲ୍ଲା କଳାହାଣ୍ଡି କୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି। ଆଜି ବିମାନ ଯୋଗେ ଉତ୍କେଲା ବିମାନ ବନ୍ଦର ରେ ପହଞ୍ଚିବା ପରେ ଜିଲ୍ଲାର କେସିଙ୍ଗା ଅଦର୍ଶ କଲୋନୀ, ଟ୍ରାନ୍ସଫରରମେସନ ଯୋଜନା ରେ ହୋଇଥିବା କେସିଙ୍ଗା ଉଚ୍ଚ ବିଦ୍ୟାଳୟ, ହସ୍ପିଟାଲ ପରିଦର୍ଶନ କରିଥିଲେ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।ମୋଦୀ ସରକାର ଙ୍କ ବିଭିନ୍ନ ଯୋଜନା ସଫଳ ଭାବରେ ରୂପାୟନ ହୋଇଥିବା କହିଥିଲେ ବି ରାଜ୍ୟ ସରକାର ଙ୍କ ବିରୁଦ୍ଧରେ କିଛି କହି ନ ଥିଲେ। ସାଂସଦ ବସନ୍ତ ପଣ୍ଡା ଙ୍କ ସମେତ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ।
ଭବାନିପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ।