ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାପାଳଙ୍କ ଅଭିଯୋଗ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ବ୍ଲକ ସଭାଗୃହଠାରେ ଏହି କାର୍ଯ୍ୟକ୍ରମ ସକାଳ ୧୦ ଟା ଠାରୁ ଆରମ୍ଭ କରି ଦିନ ୨ .୩୦ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଜିଲ୍ଲାପାଳ ଯୋଗ ଦେଇଥିଲେ ଏହାସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି, କାମାକ୍ଷାନଗର ଉପଜିଲ୍ଲାପାଳ, ବ୍ଲକ ଅଧକ୍ଷ, ଓ ନବନିର୍ବାଚିତ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏବଂ ଜିଲ୍ଲାର ଅନ୍ୟାନ୍ୟ ସମସ୍ତ ବିଭିଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଶୁଣାଣିରେ ଆଜି ମୋଟ 127 ଟି ଅଭିଯୋଗର ଶୁଣାଣି ଗ୍ରହଣ କରିଥିଲେ। ଏଥିରେ ଆଜି 98 ଟିର ବିଚାରକୁ ନେଇ ସମାଧାନ କରିଥିଲେ। ଏବଂ ବାକି ରହିଯାଇଥିବା ଅଭିଯୋଗ ଗୁଡିକ ତରନ୍ତ ସମାଧନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ଘରଧରା ଗ୍ରାମରେ ୧୬ ପ୍ରହରୀ ନାମଯଜ୍ଞ

ବଦଳୁଛି ଚାଷ କାମର ଢାଞ୍ଚା ପାରମ୍ପାରିକ ହଲ ଲଙ୍ଗଳ ବଦଳରେ ବ୍ୟବହାର ହେଉଛି ମେସିନ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବୟତ୍ରୀ ପୂଜା ରାଣୀ ନାୟକ, ବଖାଣପୁର ,ଯାଜପୁର       ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!