ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରାଗୁଡା, ମାଁ ଠାକୁରାଣୀ ବାଣୁଆଡୁମା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଗୁଚାଗୁଡା ଦଳ ବିଜେତା,ଡାବୁଗାଁ ଦଳ ଉପ-ବିଜେତା

ନବରଙ୍ଗପୁର– ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ କୋଇଲାରି ପଞ୍ଚାୟତ ଅଧୀନ ସରାଗୁଡା ଗ୍ରାମ ଖେଳ ପଡିଆ ଠାରେ ମାଁ ଠାକୁରାଣୀ ବାଣୁଆଡୁମା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ୪ ଦିନିଆ ଟୁର୍ଣ୍ଣାମେଣ୍ଟରେ ମୋଟ ୨୪ ଟି ଦଳ ଭାଗ ନେଇ ଖେଳରେ ଅଂଶ ଗ୍ରହଣ କରିଥିଲେ। ରେଫରି ରଘୁରାମ ବହୁତ ସୁନ୍ଦର ଭାବରେ ଖେଳ ଖେଳାଇ ସମସ୍ତଙ୍କୁ ଖୁସି କରାଇ ଥିଲେ ଏବଂ ଚୟନୁ ଓ ଜୟସିଂ ଲାଇସମେନ୍ ରେଫରି ଙ୍କ ନିଷ୍ପତ୍ତି ହିଁ ଶେଷ ନିଷ୍ପତ୍ତି ଉପରେ ଖେଳ କରିଥିଲେ । ପ୍ରଥମ ଫାଇନାଲ ମ୍ୟାଚ ଟି ଗୁଚାଗୁଡା ଓ ଦ୍ଵିତୀୟ ଫାଇନାଲ ମ୍ୟାଚ ଡାବୁଗାଁ ତୃତୀୟ ଫାଇନାଲ ମ୍ୟାଚ ଶିରାଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଗୁଚାଗୁଡା ଦଳ ପଲାଟିନ ସୁଟରେ ୧-୦ଗୋଲରେ ଡାବୁଗାଁ ଦଲକୁ ହରାଇ ବିଜୟୀ ହୋଇଥିଲା। ଏଥିରେ ଫାଇନାଲ ଯାଇଥିଲେ ଗୁଚାଗୁଡା ଦଳ ମାନ୍ୟବର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ମନୋହର ରନ୍ଧାରୀ ପ୍ରଥମ ଟିମ ଗୁଚାଗୁଡାକୁ ଟ୍ରଫି ସହ ୭ହଜାର ଟଙ୍କା ପ୍ରଦାନ କରିଥିଲେ। ଅତିଥି ଜିଲ୍ଲା ପରିଷଦ ୧ନଂ ଜୋନ୍ ଶ୍ରୀଯୁକ୍ତ ଧନସିଂ ଭତ୍ରା ଓ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବୀଣା ମାଝୀ ଦ୍ଵିତୀୟ ଟିମ୍ କୁ ଡାବୁଗାଁ ଟ୍ରଫି ସହ ୫ହଜାର ଟଙ୍କା ପ୍ରଦାନ କରିଥିଲେ । କୋଇଲାରୀ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଚନ୍ଦ୍ରୀ ଭତ୍ରା ତୃତୀୟ ଟିମ୍ କୁ ଶିରାଗୁଡା ଟ୍ରଫି ସହ ୩ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଜାମଗୁଡା ଗ୍ରାମର ଭିମ ଭାଇ ତରଫରୁ Tata sky ପ୍ରଦାନ କରିଥିଲେ ବିଜେତା ଦଳ କୁ ସରାଗୁଡା ୮ ନଂ ୱ।ଡମେମ୍ବର ଶ୍ରୀ ସୁକଦେବ ଭତ୍ରା ୭ନଂ ୱ।ଡମେମ୍ବର ଶ୍ରୀମତୀ ଲଳିତା ପନକା, ଲାଇବାନ ଭତ୍ରା, କର୍ମା ପୂଜାରୀ, କପୁର ଚନ୍ଦ୍ର ମାଝୀ, ଦଳ ପୂଜାରୀ, ବେଣୁଧର ଭତ୍ରା, ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ‌। ସରାଗୁଡା ଗ୍ରାମର ଯୁବକ ସଂଘର ସଦସ୍ୟ ଓ କର୍ମକର୍ତ୍ତା ପ୍ରତିଯୋଗିତାରେ ସହଯୋଗ କରିଥିଲେ। ରାଜମନ ବାବୁ ବହୁତ ସୁନ୍ଦର ଭାବରେ ୫ ପ୍ରକାର ଭାଷାରେ ସୁନ୍ଦର ଭାବରେ ଡାକବାଜି ଯନ୍ତ୍ର ସାହାଜ୍ୟରେ ଉପସ୍ତିତ ଜନ ସାଧାରଣଙ୍କୁ ଶୁଣାଉଥିଲେ। ତାଙ୍କର ପ୍ରଚାର ଶୁଣି ବିଧାୟକ ପ୍ରତିନିଧି ଏମ୍ ବୁଲୁ ବାବୁ ୫ଶହ ଟଙ୍କା ପ୍ରଦାନ କରିଥିଲେ। ଏହି ଖେଳର କମିଟି କୈଳାସ ମାଝୀ,ସଦା ଭତ୍ରା, ବାସୁଦେବ ମାଝୀ, ପ୍ରହଲ୍ଲାଦ ଭତ୍ରା, ଚମ୍ପୁ ପୂଜାରୀ, ପଦମସାୟ ଭତ୍ରା ,ସୁକଦେବ ମାଝୀ, ଏହି ଟୁର୍ଣ୍ଣାମେଣ୍ଟକୁ ସୁନ୍ଦରଭାବେ ପରିଚାଳନା କରିଥିଲେ। 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ବ୍ୟାପକ ବୃକ୍ଷ ରୋପଣ ଓ ସଂରକ୍ଷଣ ପାଇଁ ପଦ୍ମଶ୍ରୀ ବାବା ବଳିଆ ଙ୍କ ଦ୍ଵାରା ପ୍ରତିଷ୍ଠିତ..

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ ପ୍ରବନ୍ଧ ଶ୍ରୀମନ୍ଦିରରେ ଗଣପତିଙ୍କ ପୂଜନ

Sunil Chandra Nayak

Leave a Comment

error: Content is protected !!