ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଜୁନାଗଡ଼,୨୩/୯(ମ ନି ସ) ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି।ଏହି ଶିବିରରେ ୨୭୫ ଜଣ ରୋଗୀ ଉପସ୍ଥିତ ହୋଇ ବିଭିନ୍ନ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଯାଇ ଚିକିତ୍ସିତ ହୋଇଥିଲେ।ନଗରପାଳ ମୁକେଶ ଅଗ୍ରୱାଲଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଡାକ୍ତର ଉପସ୍ଥିତ ହୋଇ ଉପସ୍ଥିତ ରୋଗୀଙ୍କୁ ପରୀକ୍ଷା କରି ଚିକିତ୍ସା ସୁବିଧା ଯୋଗାଇ ଦେଇ ଥିଲେ। ଚକ୍ଷ୍ୟୁ ବିଭାଗ ଡାକ୍ତର ଡା. ନିବେଦିତା ସାହୁ,ମାନସିକ ବିଭାଗର ଡା.ପୁଷ୍ପରାଣୀ ହେମ୍ବ୍ରମ, ଇଏନଟି ର, ଡା. ପ୍ରଦ୍ୟୁମ୍ନ ପଣ୍ଡା, ଆର୍ଥପେଡିକର ଡା.ସୁଶୀଲ ପାଢ଼ୀ ପ୍ରମୁଖ ଡାକ୍ତର ଉପସ୍ଥିତ ରହି ୪୨ ଜଣ ଦୃଷ୍ଟି ହୀନ,୩୬ ଜଣ ମାନସିକ ୬୦ଜଣ ଇଏନ ଟି ଓ ୧୩୭ ଜଣ ଆର୍ଥପେଡିକ ରୋଗୀଙ୍କୁ ପରୀକ୍ଷା କରି ପରାମର୍ଶ ଦେବାସହ ଚିକିତ୍ସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ସୁବାଶିଷ ମହାନ୍ତି,ଓ ତାଙ୍କ ସହ ନିବନ ଚନ୍ଦ୍ର ସାହୁ, ବାଦଳ ପଟ୍ଟନାୟକ,ଲକ୍ଷ୍ୟପତି ପୁଝାରି,ଅପୂର୍ବ ସତନାମୀ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ପରିଚାଳନାରେ ତଦାରଖ କରିଥିଲେ। ସେହିପରି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ର,ଉପାଧକ୍ଷ୍ୟା ହିମାଦ୍ରୀ ନାଏକ, ସମସ୍ତ ପାରିଷଦ ଉପସ୍ଥିତ ରହିଥିଲେ।ସତ୍ୟସାଇ ସେବା ସଂଗଠନର କର୍ମକର୍ତ୍ତା ସମୂହ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀ ପ୍ରତିବାଦରେ ଧର୍ମଗଡରେ କଂଗ୍ରେସର ପ୍ରତିବାଦ

ଡଃ ନବୀନ କୁମାର ସାହୁ ଙ୍କ ଶ୍ରାଦ୍ଧ ଦିବସ ଓ କବିତା ପାଠୋତ୍ସବ

Sunil Chandra Nayak

ଆରଏସଏ ହେଲା ପ୍ରଥମ ସନରାଇଜ କପ୍ ର ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!