ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବ ରେଡକ୍ରସ ପ୍ରବେଶକାଳୀନ ସଭା

ଡାବୁଗାଁ, 12/12(ମ ନି ସ)– ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଯୁବ ରେଡକ୍ରସ୍ ଇଣ୍ଡକସନ ମିଟିଙ୍ଗ(ଯୁଵ ରେଡକ୍ରସ ପ୍ରବେଶ କାଳୀନ ସଭା) ସୋମବାର ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଯୁକ୍ତ ଦୁଇ ଅଧ୍ୟକ୍ଷ ଶଶାଙ୍କ ଶେଖର ତ୍ରିପାଠୀଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଯୁବ ରେଡକ୍ରସ ଜିଲା ସଂଯୋଜକ ଅଖିଳ ଭଟ୍ଟ, ସମ୍ମାନିତ ଅତିଥି ଅଧ୍ୟାପକ ରମେଶ ଚନ୍ଦ୍ର ନାହାକ, ନବୀନ କୁମାର ନାଗେସ, ଭବାନି ଶଙ୍କର ତ୍ରିପାଠୀ, ଯୁବ ରେଡକ୍ରସ୍ କାଉନସିଲର (ଯୁକ୍ତ ଦୁଇ) ଶିବ ପ୍ରସାଦ ସାହୁ, ଯୁବ ରେଡକ୍ରସ୍ କାଉନସିଲର(ଯୁକ୍ତ ତିନି)ଅଧ୍ୟାପିକା ଚନ୍ଦନା ପଣ୍ଡା, ତତ୍ତ୍ଵମସୀ ରଥ ପ୍ରମୁଖ ମଞ୍ଚରେ ଉପବିସନ କରି ଥିବାବେଳେ ସମ୍ମୁଖରେ ଯୁକ୍ତ ଦୁଇ ଛାତ୍ର/ଛାତ୍ରୀ ଉପସ୍ଥିତ ରହି ଥିଲେ। ପ୍ରଥମେ ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଧୁପ ଦୀପ ପ୍ରଜ୍ଵଳନ ମଞ୍ଚାସୀନ ଅତିଥି ମାନେ କରିବା ପରେ ସଭାକାର୍ଜ୍ୟ ଆରମ୍ଭ କରାଯାଇଥିଲା।ମୁଖ୍ୟ ଅତିଥି ରେଡକ୍ରସର ୭ଟି ମୌଳିକ ନିତି,୧୯୨୦ରେ ଭାରତୀୟ ରେଡକ୍ରସ ସୋସାଇଟି ମୁଖ୍ୟ କାର୍ଜ୍ୟାଳୟ ଦିଲ୍ଲୀ, ୧୯୩୬ ମସିହାରେ ଓଡିଶା ରାଜ୍ୟ ଶାଖା,ଜାହାରକି ମୁଖ୍ୟ ଅଧ୍ୟକ୍ଷ ଗଭର୍ଣର ଅଛନ୍ତି । ୧୮୬୩ରେ ରେଡକ୍ରସର ଜନ୍ମ,ରେଡକ୍ରସର ପ୍ରତିଷ୍ଠାତା ସାର୍ ଡ.ହେନେରି ଡୁକାର୍ଡ ଙ୍କ ଉପରେ ବିଷଦ୍ ଭାବେ ସମସ୍ତ ଛାତ୍ର/ଛାତ୍ରୀମାନଙ୍କୁ ବୁଝାଇ ଥିଲେ।ରେଡକ୍ରସ ୩ଟି ମୁଳ-ସ୍ଵାସ୍ଥ୍ୟ,ସେବା,ବନ୍ଧୁତା ଉପରେ ପର୍ଜ୍ୟବେଶିତ। ଏହି ଅବସରରେ ଛାତ୍ର/ଛାତ୍ରୀମାନଙ୍କ ପାଇଁ ଓଡିଆ ରଚନା ପ୍ରତିଜୋଗିତା ହୋଇଥିବା ବେଳେ ସାଶ୍ଵତୀ ରାଉତ ପ୍ରଥମ ,ଭୁଜବଳ ଭତ୍ରା ଦିତୀୟ,ଜମୁନା ଭତ୍ରା ତ୍ରୁତୀୟ ସ୍ଥାନ ଅଧିକାର କରି ମାନପତ୍ର ଓ ପୁରସ୍କାର ସମସ୍ତ ଅତିଥି ଙ୍କ ଠାରୁ ଗ୍ରହଣ କରିଥିଲେ। ଅଧ୍ୟାପିକା ତତ୍ତ୍ଵମସୀ ରଥ ବେଶ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଅଧ୍ୟାପକ ଶ୍ରୀ ନାହାକ ନିଜେ ଛାତ୍ର/ଛାତ୍ରୀମାନଙ୍କ ଖୁସି ନିମନ୍ତେ ମେଜିକ ପ୍ରଦର୍ଶନ କରାଇ ଖୁସି କରାଇ ଥିଲେ।

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଚୌମୁଖ ପ୍ରିମିୟର୍ ଲିଗ୍-୨୦୨୨ ଉଦଯାପିତ

Sunil Chandra Nayak

ଧର୍ମରାଜ ପ୍ରଧାନ ଙ୍କ କବିତା ଷୋହଳ କଳା

Sunil Chandra Nayak

ରାଷ୍ଟ୍ରପତି ଙ୍କ ବିରୁଦ୍ଧ ରେ ଅଶାଳୀନ ଓ ଅଭଦ୍ର ଟିପଣି ବିରୁଦ୍ଧ ରେ ପଶ୍ଚିମ ବଙ୍ଗ ମନ୍ତ୍ରୀ ଙ୍କ ବିରୋଧ ରେ ଥାନା ରେ ଏତଲା ଦେଲା ଚନ୍ଦାହାଣ୍ଡି ବିଜେପି ଆଦିବାସୀ ମୋର୍ଚ୍ଚା

Sunil Chandra Nayak

Leave a Comment

error: Content is protected !!