ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ ସଭା ସାଂସଦ ନ ଭାସ୍କର ରାଓଙ୍କ ଗୁଣୁପୁର ଗସ୍ତ -“ଓଡ଼ିଆର ବିକାଶର ଏକମାତ୍ର ଦଳ ବିଜେଡି”

ରାୟଗଡ଼ା– ତା ୨୨/୦୩ ରାୟଗଡ଼ା ଜିଲ୍ଲାର ଗୁଣୁପୁର ପୌର ନିର୍ବାଚନର ଶେଷ ଦିନରେ ରାଜ୍ୟ ସଭା ସାଂସଦ ନ ଭାସ୍କର ରାଓଙ୍କ ଗସ୍ତ। ଏକ ଗଣମାଧ୍ୟମ ସମ୍ମିଳନୀରେ ଶ୍ରୀ ଭାସ୍କର ରାଓ କହିଛନ୍ତି ଓଡ଼ିଶା ବିକାଶର ଏକ ମାତ୍ର ଦଳ ହେଉଛି ବିଜୁ ଜନତା ଦଳ, ଲୋକ ମାନଙ୍କର ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଚିନ୍ତି ନବୀନ ପଟ୍ଟନାୟକ ସରକାର। ଓଡ଼ିଶା ସାହାରାଞ୍ଚଳର କ୍ଷେତ୍ରରେ ବହୁ ଉନ୍ନତି ହୋଇଛି। ଓଡ଼ିଶା ବାସୀ ନବୀନ ପଟ୍ଟନାୟକ ସରକାର ଉପରେ ଆସ୍ଥା ପ୍ରକାଶ କରି ଆସିଛନ୍ତି।

ଦିନକ ପରେ ପୌର ନିର୍ବାଚନ ହେବାକୁ ଯାଉଥିବାରୁ ଗୁଣୁପୁର ପୌରାଞ୍ଚଳର ବିକାଶ ବିଜେଡ଼ିର ପୌର ଅଧ୍ୟକ୍ଷା ପାର୍ଥିନୀ ଶ୍ରୀମତୀ ସଂଯୁକ୍ତା ସାହୁଙ୍କୁ ଏବଂ ୧୯ ୱାର୍ଡରେ ପର୍ତି ଦ୍ଵନ୍ଦିତା କରୁଥିବା ଦଳୀୟ କାଉନସିଲର ପର୍ଥିଙ୍କୁ ଜିତାଇବା ପାଇଁ ଶ୍ରୀ ରାଓ ଆହ୍ବାନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା,ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ପୌର ଅଧ୍ୟକ୍ଷା ପାର୍ଥିନୀ ଶ୍ରୀମତି ସଂଯୁକ୍ତା ସାହୁ ଓ କାଉନସିଲର ପର୍ଥି ଏବଂ ଅନ୍ୟ ବିଜେଡ଼ିର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଯୁଗଳ କିଶୋର ଜେନାଙ୍କ ରିପୋର୍ଟ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଅଂହିସା ରଥ କୁ ସ୍ୱାଗତ ଓ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ମରୀଚିକା ଏକ ମିଥ୍ଯା ସାନ୍ତ୍ୱନା

Sunil Chandra Nayak

ସଚେତନତା ହିଁ ରୋକିବ ବାଲ୍ୟବିବାହ

Sunil Chandra Nayak

Leave a Comment

error: Content is protected !!