ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ୩ ଛାତ୍ରଛାତ୍ରୀ ଙ୍କୁ ସ୍ୱାଧୀନତା ଦିବସ ଉତ୍ସବରେ କରାଯିବ ସମ୍ବର୍ଦ୍ଧିତ

ଭବାନୀପାଟଣା,୧୩/୮:( ମ ନି ସ) ସ୍ଥାନୀୟ ଲାଲ ବାହାଦୂର ଷ୍ଟାଡିଅମ ଠାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ତିନିଟି ପାଠ୍ୟକ୍ରମ ରେ ଦଶମ ପରୀକ୍ଷାରେ ଜିଲ୍ଲାର ସର୍ବୋଚ୍ଚ ନମ୍ବର ରଖିଥିବା ତିନିଜଣ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯିବ। କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘ ପକ୍ଷରୁ ବିଗତ କିଛିବର୍ଷ ହେଲା ଜିଲ୍ଲାର ଦଶମ ଟପ୍ପର ମାନଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ଆବଶ୍ୟକୀୟ ଟ୍ରଫି, ମାନପତ୍ର ଓ ପୁରସ୍କାର ଯୋଗାଇ ଦିଆଯାଉଛି। ଚଳିତ ବର୍ଷ ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ରେ ୯୭.୫ ଶତକଡା ମାର୍କ ରଖି ଥିବା ସହିଦ ରେଣ୍ଡୋ ମାଝୀ ଉଚ୍ଚ ଵିଦ୍ୟାପୀଠ ଉର୍ଲାଦାନୀ ର ବୈଜୟନ୍ତି ମିଶ୍ର, ସିବିଏସସି ପାଠ୍ୟକ୍ରମ ଦଶମ ପରୀକ୍ଷାରେ ୯୯.୬ ଶତକଡା ମାର୍କ ରଖିଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଭାବଣିପାଟଣାର ଛାତ୍ରୀ ସୁଧନ୍ୟା ପତି ଓ ଆଇସିଏସଇ ପାଠ୍ୟକ୍ରମ ରେ ୯୭.୬ ଶତକଡା ମାର୍କ ରଖି ଜିଲ୍ଲାର ଟପ୍ପର ହୋଇଥିବା ବିମଳା କନଭେଣ୍ଟ ର ଛାତ୍ର ଔରଜିତ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ରଜନୀକାନ୍ତ ମିଶ୍ର ପ୍ରକାଶ କରିଛନ୍ତି।

 

Related posts

ଗୋପାଳ ପୁର ଥାନା ଅଧିକାରୀ ଙ୍କର ଦବଙ୍ଗଗିରି । ପୋଲିସ ବିରୁଦ୍ଧରେ ପୋଲିସ ରୁଜୁ କଲା ମାମଲା

Sunil Chandra Nayak

ନୂତନ ବ୍ଲକ ଅଧ୍ୟକ୍ଷ ଭାବେ ପୁଷ୍ପାଞ୍ଜଳି ନନ୍ଦ ଙ୍କ ଦାୟିତ୍ଵ ଗ୍ରହଣ

Sunil Chandra Nayak

ସରୋଜ କୁମାର ସାହୁ ଙ୍କ କବିତା ମାଣବସା ଗୁରୁବାର

Sunil Chandra Nayak

Leave a Comment

error: Content is protected !!