ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ

ଲାଞ୍ଜିଗଡ,୩୦/୦୬(ମ ନି ସ): ଉତ୍କଳମଣି ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧ ଦିବସ ଅବସରରେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଦୈନିକ ସମାଜ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ଶିବିର ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ଲାଞ୍ଜିଗଡ଼ ବ୍ଲକ ସମିତି ସଭ୍ୟ ସଂଘ ସଭାପତି ଜଗଦୀଶ ବେନିଆଁ, ବିଶ୍ୱନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ, ସମାଜସେବୀ ହରିଶଙ୍କର ପାତ୍ର, ମେଡିକାଲ ଅଫିସର ଡା. ନିହାର ରଞ୍ଜନ ସାହୁ, ବିପିଏମ୍ ସୁରଜିତ ସିଂ କୁମାର, ବେଦାନ୍ତ ମେଡିକାଲ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି, ବିଶ୍ୱନାଥପୁର ସମିତିସଭ୍ୟ ଅଜିତ କୁମାର ପ୍ରଧାନୀ, ଯୁବ ସମାଜସେବୀ ନୀଲେଶ କୁମାର ନାଗ, ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ସଭାପତି ହରିହର କୁମାର, ଓଡ଼ିଶା ଡ୍ରାଇଭର ମହାସଂଘର ବ୍ଲକ ଏଡମିନ୍ ସୁଶୀଲ କୁମାର ଜାଲ ପ୍ରମୁଖ ଯୋଗ ଦେଇଥିଲେ ! ଲାଞ୍ଜିଗଡ଼ ବ୍ଲକ ସମାଜ ପ୍ରତିନିଧି ପରେଶ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ଯୁବ ସମାଜସେବୀ ଓ ସାମ୍ବାଦିକ ସୁଶୀଲ କୁମାର ବାଗ, ଏମ୍‌. ଚନ୍ଦ୍ରଶେଖର, ଗୋପାଳଦାସ ମହାନନ୍ଦ, ଧର୍ମେନ୍ଦ୍ର ପଣ୍ଡା, ସନ୍ତୋଷ କୁମାର ତୁଳ, ରମେଶ ଚନ୍ଦ୍ର ନାୟକ, କୋଦଣ୍ଡଧର ପ୍ରଧାନ, ପ୍ରଭୁରଞ୍ଜନ ସାମଲ, ସାମ୍ବାଦିକ କୈଳାସ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ! ସେହିପରି ଶିବିର ପରିଚାଳନାରେ ଲାଞ୍ଜିଗଡ଼ ପ୍ରେସ୍ କ୍ଲବ ଓ ପିଇଡବ୍ଲୁ ମିଡିଆ ଆସୋସିଏସନ୍ ଲାଞ୍ଜିଗଡ଼ ବ୍ଲକର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏହି ରକ୍ତଦାନ ଶିବିରରେ ୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।ଏଇ ଅବସରରେ ଭବାନୀପାଟଣା ରକ୍ତଭଣ୍ଡାର ତରଫରୁ କ୍ରୁଷ୍ଣଚନ୍ଦ୍ର ସାହୁ, ସଞ୍ଜୀବ ମହାକୁଡ଼, ଗିରିଶ କୁମାର ନାଏକ ରକ୍ତ ସଂଗ୍ରହ କରିଥିଲେ ! ଆଜି ଅନୁଷ୍ଠିତ ରକ୍ତଦାନ ଶିବିରରେ କଲେଜ ଛାତ୍ରୀ ସ୍ମୁତିପ୍ରଭା ମହାପାତ୍ର ଓ ପୁଲିସ ଏଏସ୍ଆଇ ବୁଦ୍ଧେଶ୍ୟାମ ମାଝୀଙ୍କ ସମେତ ଅଧ୍ୟାପକ ଶରତ ମହାପାତ୍ର, ସଞ୍ଜୀବ କହଁର, ଜିତୁ କୁମାର ପୋଢ, ସୁଜିତ କୁମାର ସାହୁ, ମନୋଜ କୁମାର ପ୍ରଧାନ, ସଂଗ୍ରାମ କୁମାର ମହାପାତ୍ର, ପରେଶ କୁମାର ନାୟକ, ସୁଶୀଲ କୁମାର ବାଗ, ଗୋପାଳଦାସ ମହାନନ୍ଦ, ଧର୍ମେନ୍ଦ୍ର ପଣ୍ଡା, ପ୍ରଭୁରଞ୍ଜନ ସାମଲ, ପ୍ରୀତମ କୁମାର ବେହେରା, ଅନନ୍ତ ସରାଫ, କୃଷ୍ଣ ନାଏକ, ଭୁପିନ୍ଦ୍ର ସାହୁ, ଫକୀର ହରପାଲ, ବାସ ବେହେରା, ସଞ୍ଜିତ ହରିଜନ, ବିଶେକ କରୁଆଁ ପ୍ରମୁଖ ସ୍ବେଚ୍ଛାକ୍ରୁତ ଭାବେ ରକ୍ତଦାନ କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ

Related posts

ସମାଜସେବୀ ଙ୍କ ସ୍ମୃତିରେ ଜଳଛତ୍ର ଉଦଘାଟିତ

Sunil Chandra Nayak

ମଧୁସ୍ମିତା ସାହୁ ଙ୍କ କବିତା ସ୍ଵପ୍ନ ର ନାୟକ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ଶ୍ରାବଣ

Sunil Chandra Nayak

Leave a Comment

error: Content is protected !!