ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

ଭବାନୀପାଟଣା,୩୦/୬:( ମ ନି ସ )  ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଆଜି ଭବାନୀପାଟଣାରେ ଜିଲ୍ଲାପାଳ କାର୍ଯ୍ୟାଳୟ ର ସଦଭାବନା ସଭାଗୃହ ଓ କଳାହାଣ୍ଡି ଲେଖକ କଳା ପରିଷଦ ଠାରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବରିଷ୍ଠ ଓ କନିଷ୍ଠ ବର୍ଗରେ ପ୍ରବନ୍ଧ, ବକ୍ତୃତା, କବିତା ଆବୃତ୍ତି, ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଓ ଅନୁବାଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ ଛାତ୍ର ଛାତ୍ରୀ ଭାଗନେଇ ଥିଲେ। ଲିଙ୍ଗରାଜ ମିଶ୍ର, କବି ଓ ନାଟ୍ୟକାର ସୋହନଲାଲ ଅଗ୍ରୱାଲ, କବି ସନ୍ତୋଷ ଶତପଥୀ, ଗାଳ୍ପିକ ପ୍ରକାଶ ନିଶଙ୍କ, କବି ବିରଞ୍ଚି ମୁଣ୍ଡ ବିଚାରକ ଭାବରେ ଯୋଗ ଦେଇଥିଲେ। ସଦଭାବନା ସଭାଗୃହ ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା। ଏଥିରେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା, ନାଟ୍ୟକାର ସୋହନଲାଲ ଅଗ୍ରୱାଲ ଓ କବି ସନ୍ତୋଷ ଶତପଥୀ ଅତିଥି ଭାବରେ ଯୋଗ ଦେଇଥିଲେ। ଚାରିଗୋଟି ପ୍ରତିଯୋଗିତାର ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଆଠଜଣ ଛାତ୍ରଛାତ୍ରୀ ଚିନ୍ମୟୀ ପ୍ରଧାନ, ଭୌମିକ ଭରଦ୍ୱାଜ ଭୋଇ, ଓମଶ୍ରୀ ବାଗ, ସୌମ୍ୟ ରଞ୍ଜନ ମହାକୁଡ଼, ପ୍ରତ୍ୟୁଷ ପଣ୍ଡା, ସୂର୍ଯ୍ୟସ୍ନାତା ଶତପଥୀ, ରୋନକରାଜ ପୁରୋହିତ ଓ କ୍ଷୀତିସା ଦୀପ ଭୁବନେଶ୍ୱର ଠାରେ ଆସନ୍ତା ଜୁଲାଇ ୧୦ ଓ ୧୭ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଓଡିଶା ସାହିତ୍ୟ ଏକାଡେମୀ, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ର ମିଳିତ ସହଯୋଗ ରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

 

Related posts

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ

Sunil Chandra Nayak

କୁସୁର୍ଲା ଅଙ୍ଗନୱାଡି କେନ୍ଦ୍ରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

Sunil Chandra Nayak

ଓଡିଶା ନାଟ୍ଯ ସଂଘର ୩୫ତମ ସ୍ବନକ୍ଷତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!