କୋକସରା,୩୦/୦୬- ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେଙ୍ଗାଳପାଲି ପରମାନନ୍ଦ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ କପିଳ ଶବର ଙ୍କୁ ଗୁରୁବାର ସ୍କୁଲ ପରିସରରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏ ଅବସରରେ ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ସଦସ୍ୟ ବ୍ରଜେନ୍ଦ୍ର ପାଟ୍ଟଯୋଷୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରେଙ୍ଗାଳପାଲି ସରପଞ୍ଚ ଐଶ୍ୱର୍ଯ୍ୟ ଦାସ, ସମ୍ମାନିତ ଅତିଥି ରୁପେ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ଭରତ ପ୍ରଧାନୀ, ଦୁଲ୍ଲଭ ନାଏକ, ମଦନ ନାଏକ, ପଦ୍ମନାଭ ଭକ୍ତ, ବନ ଦିଶାରି ପ୍ରମୁଖ ଉପସ୍ଥିତ ରହି ପ୍ରତିଦିନ ସ୍କୁଲ ଆରମ୍ଭ ରୁ ଛୁଟି ହେବା ପର୍ଯ୍ୟନ୍ତ ସ୍କୁଲ ର ପ୍ରତିଟି କାର୍ଯ୍ୟ ରେ ଲୋଡ଼ା ପଡୁଥିବା କର୍ମଚାରୀ ଙ୍କ ଭୂମିକା ମହତ ବୋଳି ନିଜ ନିଜ ମତ ଉପସ୍ଥାପନା କରିଥିଲେ। ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ , ସଂସ୍କୃତ ଶିକ୍ଷକ ସୁରେନ୍ଦ୍ର ନାୟକ, ବଜେନ୍ଦ୍ର ବେହେରା, ମୁରଲୀ ସାହୁ, ଦେବୀ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି ଅବସର କର୍ମଚାରୀ ଙ୍କ ସୁସ୍ଥ ଓ ନିରାମୟ ଜୀବନ ର କାମନା କରିଥିଲେ। ଶିକ୍ଷକ ରବୀନ୍ଦ୍ର କୁମାର ମୁଣ୍ଡ ସ୍ବାଗତ ତଥା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ କିରାଣୀ ଶ୍ରୀ ଅଶ୍ୱିନ କୁମାର ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।