ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରେଙ୍ଗାଳପାଲି ସ୍କୁଲ କର୍ମଚାରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

କୋକସରା,୩୦/୦୬-  ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେଙ୍ଗାଳପାଲି ପରମାନନ୍ଦ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ କପିଳ ଶବର ଙ୍କୁ ଗୁରୁବାର ସ୍କୁଲ ପରିସରରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏ ଅବସରରେ ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ସଦସ୍ୟ ବ୍ରଜେନ୍ଦ୍ର ପାଟ୍ଟଯୋଷୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରେଙ୍ଗାଳପାଲି ସରପଞ୍ଚ ଐଶ୍ୱର୍ଯ୍ୟ ଦାସ, ସମ୍ମାନିତ ଅତିଥି ରୁପେ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ଭରତ ପ୍ରଧାନୀ, ଦୁଲ୍ଲଭ ନାଏକ, ମଦନ ନାଏକ, ପଦ୍ମନାଭ ଭକ୍ତ, ବନ ଦିଶାରି ପ୍ରମୁଖ ଉପସ୍ଥିତ ରହି ପ୍ରତିଦିନ ସ୍କୁଲ ଆରମ୍ଭ ରୁ ଛୁଟି ହେବା ପର୍ଯ୍ୟନ୍ତ ସ୍କୁଲ ର ପ୍ରତିଟି କାର୍ଯ୍ୟ ରେ ଲୋଡ଼ା ପଡୁଥିବା କର୍ମଚାରୀ ଙ୍କ ଭୂମିକା ମହତ ବୋଳି ନିଜ ନିଜ ମତ ଉପସ୍ଥାପନା କରିଥିଲେ। ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ , ସଂସ୍କୃତ ଶିକ୍ଷକ ସୁରେନ୍ଦ୍ର ନାୟକ, ବଜେନ୍ଦ୍ର ବେହେରା, ମୁରଲୀ ସାହୁ, ଦେବୀ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି ଅବସର କର୍ମଚାରୀ ଙ୍କ ସୁସ୍ଥ ଓ ନିରାମୟ ଜୀବନ ର କାମନା କରିଥିଲେ। ଶିକ୍ଷକ ରବୀନ୍ଦ୍ର କୁମାର ମୁଣ୍ଡ ସ୍ବାଗତ ତଥା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ କିରାଣୀ ଶ୍ରୀ ଅଶ୍ୱିନ କୁମାର ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଆର୍ଥିକ ଅନିୟମିତା ସତ୍ତ୍ବେ କାର୍ଯାନୁଷ୍ଠାନ ଶୂନ

Sunil Chandra Nayak

କୃଷକ ଓଡିଶା ପଞ୍ଜିକରଣ ଓ ଇ _ KYC କରିବାକୁ ନେଇ ବୈଠକ

Sunil Chandra Nayak

ସରୋଜ କୁମାର ସାହୁ ଙ୍କ କବିତା ବର୍ଷା ଆସିଲା ପରେ

Sunil Chandra Nayak

Leave a Comment

error: Content is protected !!