ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ ସରକାରଙ୍କ ଜିରୋ ଟଲରେନ୍ସ ନୀତିକୁ ଧର୍ମଗଡ଼ ବ୍ଲକରେ ବେଖାତିର

ଗଡିଆଯୋର ପିଇଓ ଙ୍କ ପିସି ଭାଗ ବଣ୍ଟା ଭିଡିଓ ଭାଇରାଲ ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ

ପିସି ବ୍ୟବସ୍ଥା ର ଗୁମର ଖୋଲିଥିବା ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ତ ?

ଏକ ଉନ୍ନୟନ ମୂଳକ କାର୍ଯ୍ୟରେ ଧର୍ମଗଡ଼ ବ୍ଲକ ଗଡିଆଯୋର ପଞ୍ଚାୟତର ପିଇଓ ରମେଶ ମେହେର ପିସି ଭାଗ ବଣ୍ଟା ନେଇ କହୁଥିବା ଭିଡିଓ ଭାଇରାଲ ହେବା ଖବର ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ପ୍ରସାରହେବା ପରେ ଗତ କାଲି ଏହାର ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ଆଦେଶ ମତେ ଆମ୍ଵୁଡସମ୍ଯାନ ଏବଂ କିଛି ବରିଷ୍ଠ ଅଧିକାରୀ ଆଜି ଧର୍ମଗଡ ବ୍ଲକ ଓ ଗଡିଆଯୋର ପଞ୍ଚାୟତ ପିପିଲା ଗ୍ରାମକୁ ଯାଇ ଘଟଣା ସ୍ଥଳର ସରଜମିନ ତଦନ୍ତ କରିଛନ୍ତି।

    ଆଜି ଆମ୍ବୁସମେଣ୍ଟ ପରମବ୍ରହ୍ମ ଯୋଷୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଗୋପାଳକୃଷ୍ଣ ନାଇଡୁ, ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରହ୍ଲାଦ ପ୍ରଧାନ ପ୍ରମୁଖ ଏହି ଭାଈରାଲ ଭିଡ଼ିଓ ଘଟଣା ର ତଦନ୍ତ ପାଇଁ ଧର୍ମଗଡ ବ୍ଲକ କାର୍ଯ୍ୟଳୟ ଆସି ବିଡ଼ିଓଙ୍କ ଚାମ୍ଵରରେ ସଂପୃକ୍ତ ପିଇଓଙ୍କୁ ଡାକି ରୁଦ୍ଧଦ୍ଵାର ତଦନ୍ତ କରିଥିଲେ । ଏହା ପରେ ସେମାନେ ପିପଲା ଗ୍ରାମ କୁ ଯାଇ ଭାଇରାଲ ସହିତ ସମ୍ପର୍କଥିବା ଡ୍ରେନ କାମକୁ ମଧ୍ୟ ଦେଖି ଥିଲେ । ଏ ସମୟ ରେ ତାଙ୍କସହିତ ଧର୍ମଗଡ ବିଡ଼ିଓ ଶରତ କୁମାର ସେଠୀ, ଜିପିଓ ସୁଧାଂଶୁ ବାଗ, ପ୍ରମୁଖ ଉପସ୍ଥିତ ଥିଲେ । ତଦନ୍ତ ଅଧିକାରୀ ଆମ୍ବୁସମେଣ୍ଟ ପରଂବ୍ରହ୍ମ ଯୋଷୀ ଙ୍କୁ ଏ ସମ୍ପର୍କ ରେ ପଚାରିବାରୁ ତଦନ୍ତ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯିବ ବୋଲି କହିଥିଲେ ।

     ରାଜ୍ୟସ‌ରକାର ପିସିକୁ ନେଇ ଜିରୋ ଟଲରେନ୍ସ କଥା କହୁଥିବା ବେଳେ ପଞ୍ଚାୟତରାଜ ବିଭାଗରେ କାର୍ଯ୍ୟରତ ଜଣେ ପିଇଓ ଭାଇରାଲ ଭିଡ଼ିଓରେ ବ୍ଳକର କେଉଁ ଅଧିକାରୀଙ୍କ ପିସି ରେ କେତେ ଭାଗ ରହିଛି ସେ ନେଇ ଜୈନିକ ଠିକାଦାରଙ୍କୁ ସେ ହିସାବ କହୁଥିବା ସ୍ପଷ୍ଟ ଶୁଣିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ଏହା ଉପରେ କଣ ପଦକ୍ଷେପ ନେଉଛି ଏହା ଏବେ ଦେଖିବାକୁ ବାକି ରହିଲା। ଭାଇରଲ ଭିଡିଓରେ ପିସି ଭାଗବଣ୍ଟାକୁ ନେଇ ସଂପୃକ୍ତ ପିଇଓ ସ୍ପଷ୍ଟ ଭାବେ ହିସାବ ଦେଉଥିଲେ ହେଁ,ତଦନ୍ତ ର ଆଳ ଦେଖାଇ ଏଯାଏଁ ତାଙ୍କ ବିରୁଦ୍ଧରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନ ହେବା ସର୍ଵସାଧାରଣରେ ଭୁକୃଞ୍ଚନ ସୃଷ୍ଟି କରିଛି।

 ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଜିଲ୍ଲା ପରିଷଦ ଅଧ୍ଯକ୍ଷଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ

Sunil Chandra Nayak

ଗଛ ମଣିଷ ଘନଶ୍ଯାମଙ୍କ ପରଲୋକ,ବିଭିନ୍ନ ମହଲରେ ଶୋକ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା – ସ୍ୱାର୍ଥପର

Sunil Chandra Nayak

Leave a Comment

error: Content is protected !!