ଜୟପାଟଣା ମାଉଲେଶ୍ୱର୍ ଶିବା ମନ୍ଦିର ପରିଚାଳନା କମିଟି ପକ୍ଷ ରୁ ଶୀତଳ ଷଷ୍ଠୀ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ପହଞ୍ଚି ଥିବା ବେଳେ ଆଜି ମାତା ପାର୍ବତୀ ଙ୍କ ନିର୍ବନ୍ଧ ଉତ୍ସବ ପାଇଁ ଜୟପାଟଣା ସହର ଉତ୍ସବମୁଖର ହୋଇଛନ୍ତି। ମହାଦେବ ଙ୍କ ପିତା ମାତା ଭାବେ ଚକ୍ରବର୍ତ୍ତୀ ବଇଠାରୁ ଓ ତାଙ୍କ ଧର୍ମପତ୍ନୀ ଅନୁରାଧା ବଇଠାରୁ ଭୂମିକା ସଂପାଦନ କରୁଛନ୍ତି। ସେଭଳି ମାତା ପାର୍ବତୀ ଙ୍କ ପିତା ମାତା ଭାବେ ଗୋପାଳଚନ୍ଦ୍ର ଠାକୁର ଓ ତାଙ୍କ ଧର୍ମପତ୍ନୀ ଜ୍ୟୋତି ମଞ୍ଜରୀ ଠାକୁର ଭୂମିକା ନିର୍ବାହ କରୁଛନ୍ତି। ବର ପିତାଙ୍କ ଘରୁ ଆଜି ସନ୍ଧ୍ୟା ରେ କନ୍ୟା ପିତାଙ୍କ ଘର କୁ ଯାଇ ସେଠାରେ ମାତା ପାର୍ବତୀ ଙ୍କ ନିର୍ବନ୍ଧ କାର୍ଯ ରୀତି ନୀତି ଅନୁଯାୟୀ ଧୁମଧାମ ରେ ପାଳନ କରିଛନ୍ତି। ନିର୍ବନ୍ଧ ପରେ ସମସ୍ତଙ୍କ ପାଇଁ ଭୋଜି ଭାତ ର ମଧ୍ୟ ଆୟୋଜନ ହୋଇ ଥିଲା।
ଜୟପାଟଣା ରୁ ହୃଷୀକେଶ ମୁଣ୍ଡ ଙ୍କ ରିପୋର୍ଟ।