ତେନ୍ତୁଳିଖୁଣ୍ଟି – 24/08/22 ନବରଙ୍ଗପୁର ଜିଲ୍ଲା ତେନ୍ତୁଲିଖୁଣ୍ଟି ବ୍ଲକ ଅନ୍ତର୍ଗତ ପୁଜାରୀଗୁଡ଼ା ଗ୍ରାମପଞ୍ଚାୟତ ରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ରେ ଆସୁଥିବା ଚାଉଳ ବଣ୍ଟନ ରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଉକ୍ତ ଯୋଜନା ର ହିତାଧିକାରୀ ଙ୍କ ମୃତ୍ୟୁ ପରେ ମଧ୍ୟ ହିତାଧିକାରୀଙ୍କ ଚାଉଳ ଉଠୁଛି। ଏପରି କି କୋରନା ସମୟରେ ହିତାଧିକାରୀ ଙ୍କୁ ଦୁଇ ପର୍ଯ୍ୟାୟରେ ଆସିଥିବା ହଜାରେ ଲେଖାଏଁ ଟଙ୍କା ମଧ୍ୟ ମୃତ ହିତାଧିକାରୀ ଙ୍କ ଟଙ୍କା ଉଠାଯାଇ ଥିବା ଅଭିଯୋଗ ହେଉଛି। ଗରୀବ କଲ୍ୟାଣ ଯୋଜନା ର ଚାଉଳ ବିନା ଆଧାର କାର୍ଡ ଓ ଫିଙ୍ଗର ପ୍ରିଣ୍ଟ ରେ ଦେଇ ହେଉଛି,କିନ୍ତୁ ବିନା ଫିଙ୍ଗର ପ୍ରିଣ୍ଟ ରେ ହିତାଧିକାରୀ ଙ୍କୁ ଚିରିକୁଟି କଟା ଯାଉନି କି ଚାଉଳ ଦିଆଯାଉନି। ଏଥିପାଇଁ ବିିଭିନ୍ନ ପଂଚାୟତ ରେ ରୁଗଣ ତଥା ବୃଦ୍ଧା ବୃଦ୍ଧ ହିତାଧିକାରୀ ଫିଙ୍ଗରପ୍ରିଣ୍ଟ ନେଉ ନଥିବାରୁ ଚାଉଳ ନେବାରୁ ବଞ୍ଚିତ ହେବା ନଜିର ଅଛି। କିନ୍ତୁ ପୂଜାରିଗୁଡା ଗ୍ରାମ ପଞ୍ଚାୟତ ର କରିତକର୍ମା ଯୋଗାଣ ସହାୟକ ବିନା ଫିଙ୍ଗର ପ୍ରିଣ୍ଟ ରେ ତିନି ବର୍ଷ ହେବ ମୃତ ବୁଦ୍ଧ।ଙ୍କ ଚାଉଳ ରୀତିମତ ଉଠାଇଛନ୍ତି । ଭୁତ ର ଫିଙ୍ଗର ପ୍ରିଣ୍ଟ ବୋଧେ ସେ ନରି ପାରନ୍ତି। ମୃତ ହିତାଧିକାରୀ ଙ୍କ ନାମରେ ନାମରେ ଉଠୁଛି ଚାଉଳ ,ବଣ୍ଟିତ ହୋଇଛି ଅର୍ଥ। ଏହି ପଂଚାୟତ ର ଅନେକ ରାସନକାର୍ଡ ହିତାଧିକାରୀ ବହୁତ ବର୍ଷେ ତଳେ ମୃତ୍ୟୁ ବରଣ କରି ଥିଲେ,ମଧ୍ୟ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ତଥା କେନ୍ଦ୍ର ଖାଦ୍ୟ ସୁରକ୍ଷା ରେ ଦିଆଯାଉଥିବା ଚାଉଳ ଓ କୋରନା ସହାୟତା ଅର୍ଥ ରାଶି ବାଣ୍ଟିତ ହୋଇଛି ଏଭଳି କି ମୃତ ହିତାଧିକାରୀଙ୍କ ଚାଉଳ ଉଠଣ ଚାଲିଛି। ପୂଜାରିଗୁଡା ର ମୃତ୍ୟୁ ହୋଇଥିବା ବ୍ୟକ୍ତି ମାନଙ୍କ ନାମ ତାଲିକା ରୁ ବାଦ ଦିଆ ଯାଉ ନାହିଁ , ବିପଣି ନିରୀକ୍ଷକ କଣ ନିୟମିତ ବ୍ୟବଧାନରେ ପଂଚାୟତ ସମିତି ର ବିଭିନ୍ନ ପଂଚାୟତ ରୁ ମୃତ୍ୟୁ ରିପୋର୍ଟ।ନେଇ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କ ତାଲିକାରୁ ନାମ ବାଦ କରୁ ନାଂହାନ୍ତି କି? କୋଣସି ସୂତ୍ରରୁ ଖବର ପାଇ ମୃତ୍ୟୁ ହୋଇଥିବା ହିତାଧିକାରୀ ସ୍ଵର୍ଗତ ଶ୍ରୀମତି ଭାନୁମତି ବିଶୋଇ ଙ୍କ କାର୍ଡ ନ ୨୩୦୯୧୪୧୦୫୪୯ ଙ୍କର ନାତି ଶ୍ରୀ ଚୁଡା ବିଶୋଈ, ପଞ୍ଚାୟତ କୁ ଯାଇ, ପଚାରିବାରୁ ଯୋଗାଣ ସହାୟକ ଅସଦ ବ୍ୟବହାର କରିଥିଲେ,ଏବଂ କହିଥିଲେ ଯେ ମୁଁ ଶ୍ରୀମତୀ ଭାନୁମତି ବିଶୋଇ ଙ୍କ ଚାଉଳ ପ୍ରତି ମାସରେ ପ୍ରଦାନ କରୁଛି ।ଯେଜେ ମାଆଙ୍କ ଚାଉଳ ,ଓ କରୋନା ପାଇଁ ଆସିଥିବା ,ସାହାଯ୍ୟ ଟଙ୍କା କୁ କିଭଳି ଅନ୍ୟ କେହି ଆସି ନେଉଛନ୍ତି ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା କାରଣ ତାଙ୍କର ଜେଜେମାଙ୍କ ତିନି ବର୍ଷ ରୁ ଅଧିକ ହେବ ମୃତ୍ୟୁ ହୋଇ ସାରିଛନ୍ତି ।ଏହି ବିଷୟ ରେ ପୂଜାରୀଗୁଡା ର ସଚେତନ ଯୁବଗୋଷ୍ଠୀ ଙ୍କୁ ଅଭିଯୋଗ କରିଥିଲେ । ,ଅଭିଯୋଗ କୁ ଭିତ୍ତି କରି ଯୁବଗୋଷ୍ଠୀ ,ତାହାର ସତ୍ୟତା ଜାଣିବା ପାଇଁ ଯୋଗାଣ ଅଧିକାରୀ ,ଶ୍ରୀ ରୋହୀତ ମାଝୀ ଙ୍କୁ ଯୋଗାଯୋଗ କରିଥିଲେ । ଉକ୍ତ କାର୍ଡକୁ ଯାଞ୍ଚ କରି ତାହା ଚାଲୁ ରହିଛି ,ବୋଲି ମତ ଦେଇ ଥିଲେ ।ଏହିପରି ଅନେକ ମୃତ୍ୟୁବ୍ୟକ୍ତି ଙ୍କର ଯାଞ୍ଚ ମଧ୍ୟ କରା ଯାଇଥିଲା , ତାହା ମଧ୍ୟ ଚାଲୁଥିବା ଜଣା ପଡିଥିଲା।ତାହାହେଲେ ପଞ୍ଚାୟତ ରେ ମୃତ ହିତାଧିକାରୀ ଙ୍କ ନାମ ତାଲିକା ରୁ ବାଦ ନ ହେବା ରେ ଦାୟୀ କିଏ? କଣ ଭାତ ହାଣ୍ଡି ର ଗୋଟିଏ ଚାଉଳ ଚିପିଲେ ଭାତ ର ସ୍ଥିତି ଜାଣି ହୁଏ ସେହିଭଳି କଣ ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ରେ ଅନ୍ୟ ପଂଚ।ୟତ ରେ ଏଭଳି ମୃତ ହିତାଧିକାରୀ ଙ୍କ ନାମ ବାଦ ଦିଆଯାଉନାହିଁ ତ? ବିପଣି ନିରୀକ୍ଷକ କହୁଛନ୍ତି ସେ ଯୋଗାଣ ସହାୟକ ଙ୍କୁ ମୃତକ ତାଲିକା ମାଗୁଛି ସେ ଦେଉ ନି। ହେଲେ କଣ ସେ ଦାୟିତ୍ୱ ନେବା ପରଠାରୁ କୌଣସି ହିତାଧିକାରୀ ମୃତ୍ୟୁ ହୋଇନି କି ସେ ନାମ ବାଦ ଦେଇ ନାଂହାନ୍ତି? ଏଣୁ ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ର ଅଁଳା ଭଟ୍ଟା ଗ୍ରାମ ପଂଚାୟତ ଚାଉଳ ହଡ଼ପ ଭଳି ଏହା ମଧ୍ୟ ଏକ ଦୁର୍ନୀତି। ଏଣୁ ତୁରନ୍ତ ସମଗ୍ର ପଂଚାୟତ ସମିତି ର ଖାଦ୍ୟ ସୁରକ୍ଷା ଆଇନ ର ହିତାଧିକାରୀଙ୍କ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ କରି ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଯେଉଁମାନେ ଏହି ଦୁର୍ନୀତି ରେ ,ସାମିଲ ହୋଇଛନ୍ତି ସେମାନଙ୍କର ବିରୁଦ୍ଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।
ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି