ଭବାନୀପାଟଣା -: ସଦର ବ୍ଲକ ସଭାପତି ସୁବାସ ପ୍ରଧାନ ଙ୍କ ନେତୃତ୍ୱରେ କର୍ଲlପଡା ଗ୍ରାମପଞ୍ଚାୟତ ର ମାଣିଙ୍ଗ ହାଟରେ ବ୍ଲକ କଂଗ୍ରେସ ର ହଲ୍ଲାବୋଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କେନ୍ଦ୍ର ବି ଜେ ପି ସରକାର ର ଅହେତୁକ ଦରଦାମ ବୃଦ୍ଧି ପେଟ୍ରୋଲ, ଡିଜେଲ, ଗ୍ୟାସ ଠାରୁ ଆରମ୍ଭ କରି ପ୍ରତ୍ୟକ ସାମଗ୍ରୀ ର ଦର ବୃଦ୍ଧି ସାଧାରଣ ଜନତାକୁ ଅଡୁଆରେ ପକାଇଲାଣି l ସେହିପରି ଚୂଡ଼ା, ଗୁଡ, ମୁଢ଼ି, ଦହି, କ୍ଷୀର, ଭଳି ସାମଗ୍ରୀ ଉପରେ ସରକାର ଟେକ୍ସ ଆଦାୟ କରିବା ଆଶ୍ଚଯ୍ୟ ଜନକ ଘଟଣା l ଏଣୁ କଂଗ୍ରେସ ନେତାମାନେ ଲୋକଙ୍କୁ ସଚେତନ କରିବାସହ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଅପାରଗତା କୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମ ରେ ଜିଲ୍ଳାକଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ଉପସଭାପତି ପରମାନନ୍ଦ ମାଝୀ, ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ ସଂଯୋଜକ ସରୋଜ ବାଗ, ରାଜ୍ୟ ଯୁବକଂଗ୍ରେସ ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ, ତିରୁପତି ପ୍ରଧାନ, ଗଣେଶ ଛତର ଉପସ୍ଥିତ ଥିଲେ l
ଭବାନୀପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ