ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୃଷି ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

ଚନ୍ଦାହାଣ୍ଡି-18/10( ମନିସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଧାନ ଫସଲ ଗଣ୍ଠି ପୋକ ତଥା ବିଭିନ୍ନ ପ୍ରଜାତିର ପୋକ ଗୁଡିକ ପାଇଁ ବ୍ୟାପକ ଫସଲ ନଷ୍ଟ ନେଇ କିଛି ଦିନ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଆଜି ବ୍ଲକ କୃଷି ବିଭାଗ କର୍ମଚାରୀଙ୍କ ତତ୍ପରତା ଦେଖିବାକୁ ମିଳିଛି l ଆଜି ବ୍ଲକ କୃଷି ଅଧିକାରୀ ଗଜାନନ ସାହୁ ଏବଂ କୃଷି ଅଧୀଦର୍ଶକ ଅଭିରାମ ଗୌଡ଼ ଚନ୍ଦାହାଣ୍ଡି ବ୍ଲକର ଶରଧାପୁର, ବେହେରାମୁଣ୍ଡା, ଧୋଡ଼ିପାଣି ପଂଚାୟତର ବିଭିନ୍ନ ଗ୍ରାମ ଝରାବାହାଲ, ବେଲମାଝୀଗୁଡା, ଦଣ୍ଡାମୁଣ୍ଡା, ଧୋଡ଼ିପାଣି, ଡ଼ଙ୍ଗରୀଗୁଡା, ଫଟାମୁଣ୍ଡା ଓ ଫଲସlପାଡ଼l ଏହି ଗ୍ରାମ ଗୁଡିକ ଗସ୍ତ କରି ଧାନ ଫସଲରେ ଲାଗିଥିବା ମାଟିଆଗୁଣ୍ଡି, କାଣ୍ଡବିନ୍ଧା ଓ କେଣ୍ଡା ଅଷ୍ଟପଦି ଆଦି ପୋକର ଚି଼ହ୍ନଟ କରି ଚାଷୀ ମାନଙ୍କୁ ସଠିକ ମାତ୍ରାରେ ଉପଯୁକ୍ତ କୀଟନାଶକ ପ୍ରୟୋଗ ନିମନ୍ତେ ପରାମର୍ଶ ସହ ସମସ୍ତ ଚାଷୀଙ୍କୁ କୃଷକ ଓଡିଶା ପୋର୍ଟାଲରେ ପଞ୍ଜିକରଣ ଓ ସଫଳ ଆପ ବିଷୟରେ ଚାଷୀଙ୍କୁ ଅବଗତ କରେଇଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ତୀର୍ଯ୍ୟକ

କଣ୍ଟାଗାଁ ରେ ଅଖିଳ ଭାରତୀୟ ଭତରା ବିକାଶ ପରିଷଦର ନୂଆଖାଇ ଭେଟଘାଟ

Sunil Chandra Nayak

ଅଁଳାଯୋଡି ପଞ୍ଚାୟତକୁ ରାସନ୍ ଆଣିବାକୁ ଯାଇ ଟଳି ପଡିଲେ ମହିଳା ହିତାଧିକାରୀ

Leave a Comment

error: Content is protected !!