ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମବାୟ ବ୍ୟାଙ୍କ ଡାଇରେକ୍ଟର ନିର୍ବାଚନ: ଟିକମନ ବାରିକ ନିର୍ଦ୍ବନ୍ଦ୍ୱ ରେ ନିର୍ବାଚିତ

ଧର୍ମଗଡ:୧୮/୧୦/୨୨: ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଲିଃ. ପରିଚାଳନା ସମିତି ସଦସ୍ୟ (ଡାଇରେକ୍ଟର) ପଦ ନିର୍ବାଚନ ରେ ନିର୍ଦ୍ବନ୍ଦ୍ୱ ଭାବେ ଟିକମନ ବାରିକ ନିର୍ବାଚିତ ହୋଇଛନ୍ତି । ଅନ୍ୟାନ୍ୟ ପଛୁଆ ବର୍ଗ ଙ୍କ ପାଇଁ ସଂରକ୍ଷିତ ଥିବା ନିର୍ବାଚନ ମଣ୍ଡଳୀ -୪ ରୁ ସେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି । ଶ୍ରୀ ବାରିକ ଜଣେ ସମାଜ ସେବୀ ତଥା ପରୋଉପକାରୀ ବ୍ୟକ୍ତି ହୋଇଥିବା ବେଳେ ରାଜନୀତି ରେ ବହୁଦିନ ରୁ ସକ୍ରୀୟ ରହିଛନ୍ତି । ୧୯୯୨ମସିହାରେ ପ୍ରଥମ ଭାବେ ରାଜନୀତି କୁ ଯୋଗ ଦେଇ ଜୟନ୍ତପୁର ଗ୍ରାମ ପଞ୍ଚାୟତ ୱାର୍ଡ ମେମ୍ବର ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୯୭ମସିହାରେ ନାଏବ ସରପଞ୍ଚ ପରେ ୨୦୦୭ମସିହାରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ସେ ବିଜୁ ଜନତା ଦଳ ର ଏକ ଆଗ ଧାଡ଼ିର କର୍ମୀ ଥିବାବେଳେ ଏବେ ସେ ଧର୍ମଗଡ ବ୍ଲକ ବିଜୁ ଜନତା ଦଳ ର ସଭାପତି ରହିଛନ୍ତି।ତାଙ୍କର ଏହି ସଫଳତା ପଛରେ ଧର୍ମଗଡ ର ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ପ୍ରେରଣା ରହି ଥିବା ସେ କହିଛନ୍ତି। ଅଞ୍ଚଳର ଚାଷୀ ଙ୍କ ସମସ୍ୟା , ମଣ୍ଡି ସମସ୍ୟା , ଚାଷୀ ଙ୍କୁ ଋଣ ପ୍ରଦାନ ଆଦି ସମସ୍ୟା ପ୍ରତି ସେ ପ୍ରାଥମିକତା ଦେବେ ବୋଲି ଡ଼ାଇରେକ୍ଟର ଭାବେ ନିର୍ବାଚିତ ହେଲା ପରେ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ।ସେ ନିର୍ବାଚିତ ହେବା ପରେ ଅଂଚଳରେ ଖୁସିର ମାହଲ ଦେଖା ଯାଇଥିବା ବେଳେ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ର ସୁଅ ଛୁଟୁଛି।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

କାଲି ସକାଳେ ଥୁଆମୂଳ ରାମପୁର,କଲମପୁର,କେସିଙ୍ଗା ବ୍ଳକରେ ପଞ୍ଚାୟତ ନିର୍ବାଚନ

Sunil Chandra Nayak

ମହିଳା ଆରୋଗ୍ଯ ସମିତି ସମ୍ମେଳନ ୨୦୨୨ ଅନୁଷ୍ଠିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଶବ୍ଦ ଅକ୍ଷରଙ୍କ ହରତାଳ

Sunil Chandra Nayak

Leave a Comment

error: Content is protected !!