ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଡୁଗାଁ ଶାରଦୀୟ ଦୁର୍ଗାପୂଜା ସାଂସ୍କୃତିକ ସନ୍ଧ୍ୟାରେ ଯୋଗଦେଲେ ଜୁନାଗଡ଼ ବିଧାୟକ

କୋକସରା,୦୨/୧୦-  ( ମ ନି ସ) କୋକସରା ବ୍ଲକ ଲଡୁଗାଁରେ ଦଶ ଦିନାତ୍ମକ ଦଶ ମହାବିଦ୍ୟା ଦୁର୍ଗାପୂଜା ମହା ସମାରୋହରେ ଅନୁଷ୍ଠିତ ହେଉଛି। ମଣ୍ଡପରେ ମା ଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ହେଉଥିବା ବେଳେ ରାତିରେ ମା ପଦ୍ମିନୀ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଷଷ୍ଠ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ ଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟଵକ୍ତା ଭାବେ ଶ୍ରବଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ପୋୖରାଧକ୍ଷ୍ୟା ସଂଯୁକ୍ତା ବେହେରା, ଆମପାଣି ଜିଲ୍ଲା ପରିଷଦ ସଦସ୍ୟ ହେମନ୍ତ ମାଝୀ, ବରିଷ୍ଠ ଶିକ୍ଷାବିତ୍ ତ୍ରିନାଥ ଠାକୁର, ସମାଜସେବୀ ଅମର ଅଗ୍ରୱାଲ, ପୂଜା କମିଟି ର ସମ୍ପାଦକ କହ୍ନେଇ ଚରଣ ଦାସ ଉପସ୍ଥିତ ରହି ଲଡୁଗାଁ ଆୟୋଜକ କମିଟିକୁ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଶୁଭେଚ୍ଛା ଜଣାଇଥିଲେ। ସାଂସ୍କୃତିକ ସନ୍ଧ୍ୟାରେ କଲିକତା ରୁପ ଦାସ ଡ୍ୟାନ୍ସ ଗ୍ରୁପ, ଗୋଟିପୁଅ ନୃତ୍ୟ ପୁରୀ, ବରଗଡ଼ ଗାଇସିଲେଟ ର ସରଗମଲ୍ଲୀ,ଏଲ.ଏସ ଡ୍ୟାନ୍ସ ଗ୍ରୁପ ଲଡୁଗାଁ, ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଙ୍କ ମନଲୋଭା ଲୋକନୃତ୍ୟ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ମମତା ପାଢ଼ୀ ଓ ସୁପ୍ରିତୀ ଦାସ ମଞ୍ଚରେ ସୁନ୍ଦର ସଂଯୋଜନା କରିଥିଲେ।କାର୍ଯ୍ୟକ୍ରମକୁ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ପଙ୍କଜ ମୁଖ ଚୌଧୁରୀ, ଶ୍ରୀମନ୍ତ ପାଢ଼ୀ, ରବି ନାରାୟଣ ଦାସ, ସନ୍ତୋଷ ସାହୁ, ସନ୍ତୋଷ ଦାସ, ସୁରଞ୍ଜନ ଦାସ, ଶ୍ରୀକାନ୍ତ ଶର୍ମା, ସଞ୍ଜୟ ଅଗ୍ରୱାଲ, ମଣ୍ଟୁ ପାଢ଼ୀ, ଅରୁଣ ଗୋୟଲ ପ୍ରମୁଖ ସହଯୋଗ କରିଥିଲେ।

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ପୁରୁଷ

Sunil Chandra Nayak

ଭବାନୀପାଟଣା ରେ ଚୋର ଦଳ ସକ୍ରିୟ

Sunil Chandra Nayak

ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ରେ ଥିବା ଆଦିବାସୀ ହଷ୍ଟେଲ ରୁ ବର୍ଷା ପାଣି ଝରୁଛି, କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳିତ ବନ୍ଦ କରି ଥିବା ବେଳେ ତୁରନ୍ତ ମରାମତି ନେଇ ଦାବୀ ହୋଇଛି

Sunil Chandra Nayak

Leave a Comment

error: Content is protected !!