ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜସେବୀ ଙ୍କ ହସ୍ତକ୍ଷେପ ପରେ ମିଳିଲା ଯୋଶବନ୍ତି ଓ ତାଙ୍କ ଭିନ୍ନକ୍ଷମ ପୁଅଙ୍କୁ ଭତ୍ତା 

ଉତ୍କେଳା,୧୪/୦୫, ମ ନି ସ, କେସିଙ୍ଗା ବ୍ଲକ ଅନ୍ତର୍ଗତ କିକିଆ ଗ୍ରାମ ପଞ୍ଚାୟତ ଅଧୀନ ଡଙ୍ଗରମୁର୍ଲି ଗ୍ରାମର ବିଧବା ଯୋଶବନ୍ତୀ ପ୍ରଧାନ ଗତ ୩ ବର୍ଷ ତଳେ ନିଜ ସ୍ବାମୀଙ୍କୁ ହରାଇଲା ପରେ ଓ ନିଜ ଭିନ୍ନକ୍ଷମ ପୁଅ ସମିର ପ୍ରଧାନ ଜନ୍ମରୁ ବିକଳାଙ୍ଗ ପୁଅ ଭତ୍ତା ଖଣ୍ଡେ ଯୋଗାଇ ଦେବାକୁ ବହୁବାର ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ । ହେଲେ କୈାଣସି ପ୍ରକାର ସହାୟତା ମିଳିପାରିନଥିଲା। ଏନେଇ ଯୁବ ସମାଜସେବୀ ଶ୍ରୀ ମହିପାଳ ପୋଡ଼ ଙ୍କୁ ଜଣାଇଥିଲେ ଏହା ପରେ ସମାଜସେବୀ ଶ୍ରୀ ପୋଡ଼ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଥିଲେ। ପରେ ପ୍ରଶାସନ ଯୋଶବନ୍ତି ଓ ତାଙ୍କ ଭିନ୍ନକ୍ଷମ ପୁଅ ସମିର କୁ ଭତ୍ତା ର ବ୍ୟବସ୍ଥା କରାଯାଇଥିଲା। ଗତ ମଙ୍ଗଳବାର ଦିନ ବ୍ୟାଙ୍କ୍ ଆକାଉଣ୍ଟ ଜରିଆରେ ୪ ମାସର ଭତ୍ତା ପ୍ରଦାନ କରିଥିଲେ। ଯୁବ ସମାଜସେବୀ ମହିପାଳ ପୋଡ଼ ଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ଉତ୍କେଳା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ସିନ୍ଦୁରା

Sunil Chandra Nayak

ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!