ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁମେ

     ତୁମେ

 

 ଉପେନ୍ଦ୍ର କୁମାର ବସ୍ତିଆ

  
ତୁମେ ସନ୍ଧ୍ୟା ଦୀପ ସଜ ଆଳତୀ
ମଧୁଗନ୍ଧା ତୁମେ ମଧୁ ମାଳତୀ 
ତୁମେ ଲାଜକୁରି ଝରା ସେବତି 
ପୁନେଇଁର ତୁମେ ଚାନ୍ଦିନୀ ରାତି ।
ତୁମେ ମୋ ରାତିର ସୁନା ସପନ 
ମଳୟର ତୁମେ ଶୀତ ପବନ 
ତୁମେ ଇନ୍ଦ୍ରଧନୁ ସପ୍ତ ରଙ୍ଗୀନ 
ଫଗୁଣର ତୁମେ ବାସ ଚନ୍ଦନ ।
ତୁମେ ଯେ ଜହ୍ନର ରୂପା ଜୋ ଚ୍ଛନା 
ବସନ୍ତର ତୁମେ ମିଠା ବାସନା 
ତୁମେ ଶାମୁକାର ମୋତି ଅଗଣା
ଅର୍ଘ୍ୟ ରୁପା ତୁମେ ଦେବୀ ବନ୍ଦନା ।
 ତୁମେ ସାଗରର ତରଙ୍ଗ ମାଳା
ବିଧାତାର ତୁମେ ଅପୂର୍ବ କଳା 
ତୁମେ ସଙ୍ଗୀତର ସୁରମ୍ୟବଳା
ଚଇତିର ତୁମେ ଫୁଲର ଡାଲା ।
ତୁମେ ଚନ୍ଦନର ନନ୍ଦନ ବନ 
ଶାଶ୍ଵତ ପ୍ରେମର ତୁମେ ଜୀବନ 
ତୁମେ ହସିଦେଲେ ତୃପ୍ତ ମୋ ମନ
ଅତୀତର ତୁମେ ଅଭୁଲା ଦିନ ।
ତୁମେ ପ୍ରେମିକର ମଧୁ ଚନ୍ଦ୍ରିକା 
କଦମ୍ବର ତୁମେ ସୁପ୍ତ କଳିକା 
ତୁମେ ଚିତ୍ରଭାନୁ ସ୍ଵର୍ଣ୍ଣ କଣିକା 
ଅବୁଝା ମନର ତୁମେ ନାୟିକା ।
ତୁମେ ହୃଦୟର ପ୍ରୀତି ସ୍ପନ୍ଦନ 
ପଳାଶର ତୁମେ ରଙ୍ଗ ତୋରଣ 
 ତୁମେ କୃଷ୍ଣ ଚୁଡ଼ା ଫୁଲର ବନ
ପ୍ରାଣପ୍ରୀୟା ତୁମେ ଜୀବନ ଧନ ।

    ରାଉରକେଲ

Related posts

ଛାତ୍ର କଂଗ୍ରେସର ୫୨ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ବଜ୍ରପାତରେ ବଳଦର ମ୍ରୁତ୍ୟୁ

Sunil Chandra Nayak

ଲଡୁଗାଁରେ ଗୋପାଷ୍ଟମୀ ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!