ନିସ୍ତବ୍ଧ ଗଳିର ଚିତ୍କାର
ଚିତ୍ତରଞ୍ଜନ ଦେହୁରୀ
ଯେଉଁ ଗଳି ରେ ଆମେ
ଚାଲୁଥିଲେ ହାତରେ ହାତ
ଛନ୍ଦାଛନ୍ଦି ହୋଇ ପ୍ରେମାଳାପ ରେ
ମସଗୁଲ୍ ଚାରିଆଡ଼େ ଶୁନଶାନ୍
ସୁଦୀର୍ଘ ସହରର ଲମ୍ବା ରାସ୍ତା ରେ
ଦୁଇ ପ୍ରେମ ପକ୍ଷୀ ପରି ସମ ତାଳ ରେ
ପାଦ ପକାଇ ଗୁଣୁଗୁଣୁ ମିଠା ଗୀତ ଟିଏ
ଗାଇ ଗାଇ ତାହା ରହିଛି ଏବେବି ଆମ
ମନରେ ଅଭୁଲା ସ୍ମୃତି ଟିଏ ହୋଇ ଯାହା
କେବେ ବି ଭୁଲି ବାର ନାହିଁ ।
କେମିତି ଯେ ଭୁଲିଯାଅ
ତୁମେ ବଡ଼ ଆଶ୍ଚର୍ଯ୍ୟ ଲାଗେ
ମୋତେ ସେଇ କୋଳାହଳ ମୟ
ଚଳଚଞ୍ଚଳ ଗଳି ବିଷୟରେ ଯେଉଁ
ଗଳି ଆମକୁ ଦେଖି କରୁଥିଲା
ସହର୍ଷ ସ୍ବାଗତ ନାଚି ଉଠୁଥିଲେ
ଦୁଇ କଡର ବୃକ୍ଷଲତାରେ
ଉଡି ବୁଲୁ ଥିବା ଖଦ୍ୟୋତ ର
ଆଲୋକରେ ଆଲୋକିତ
ଆମେ ଚାଲିଥିବା ସେଇ
ଲମ୍ବା ଗଳିର ପଥ ।
ଏବେ ସିଏ ନିସ୍ତବ୍ଧ
ବେଳେବେଳେ ଶୁଭୁଚି
ତାର ହୃଦୟ ଫଟା ଚିତ୍କାର
ବାହୁନି କାନ୍ଦେ ବି ବହୁତ
ମୋତେ ଏକା ଚାଲୁଥିବା
ଦେଖି କ୍ରୋଧରେ ହୋଇ
ଜର୍ଜରିତ ମୁହଁ ବୁଲେଇ
କୁହେ ମୋତେ ଧିକ
ତୁମର ପ୍ରେମର ମହତ୍ତ୍ଵ
ତୁମ ପରି ପ୍ରେମ ପକ୍ଷୀ
ଦେଖିଛି ବହୁତ ।
ଅନୁଗୁଳ