ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତରଞ୍ଜନ ଦେହୁରୀ  ଙ୍କ କବିତା ନିସ୍ତବ୍ଧ ଗଳିର ଚିତ୍କାର 

ନିସ୍ତବ୍ଧ ଗଳିର ଚିତ୍କାର 

ଚିତ୍ତରଞ୍ଜନ ଦେହୁରୀ 

ଯେଉଁ ଗଳି ରେ ଆମେ 
ଚାଲୁଥିଲେ ହାତରେ ହାତ
ଛନ୍ଦାଛନ୍ଦି ହୋଇ ପ୍ରେମାଳାପ ରେ
ମସଗୁଲ୍ ଚାରିଆଡ଼େ ଶୁନଶାନ୍
ସୁଦୀର୍ଘ ସହରର ଲମ୍ବା ରାସ୍ତା ରେ
ଦୁଇ ପ୍ରେମ ପକ୍ଷୀ ପରି ସମ ତାଳ ରେ
ପାଦ ପକାଇ ଗୁଣୁଗୁଣୁ ମିଠା ଗୀତ ଟିଏ
ଗାଇ ଗାଇ ତାହା ରହିଛି ଏବେବି ଆମ
ମନରେ ଅଭୁଲା ସ୍ମୃତି ଟିଏ ହୋଇ ଯାହା
କେବେ ବି ଭୁଲି ବାର ନାହିଁ ।
କେମିତି ଯେ ଭୁଲିଯାଅ 
ତୁମେ ବଡ଼ ଆଶ୍ଚର୍ଯ୍ୟ ଲାଗେ
ମୋତେ ସେଇ କୋଳାହଳ ମୟ
ଚଳଚଞ୍ଚଳ ଗଳି ବିଷୟରେ ଯେଉଁ
ଗଳି ଆମକୁ ଦେଖି କରୁଥିଲା
ସହର୍ଷ ସ୍ବାଗତ ନାଚି ଉଠୁଥିଲେ
ଦୁଇ କଡର ବୃକ୍ଷଲତାରେ
ଉଡି ବୁଲୁ ଥିବା ଖଦ୍ୟୋତ ର
ଆଲୋକରେ ଆଲୋକିତ
ଆମେ ଚାଲିଥିବା ସେଇ
ଲମ୍ବା ଗଳିର ପଥ ।
ଏବେ ସିଏ ନିସ୍ତବ୍ଧ
ବେଳେବେଳେ ଶୁଭୁଚି
ତାର ହୃଦୟ ଫଟା ଚିତ୍କାର
ବାହୁନି କାନ୍ଦେ ବି ବହୁତ
ମୋତେ ଏକା ଚାଲୁଥିବା 
ଦେଖି କ୍ରୋଧରେ ହୋଇ 
ଜର୍ଜରିତ ମୁହଁ ବୁଲେଇ
କୁହେ ମୋତେ ଧିକ

 

ତୁମର ପ୍ରେମର ମହତ୍ତ୍ଵ
ତୁମ ପରି ପ୍ରେମ ପକ୍ଷୀ
ଦେଖିଛି ବହୁତ ।

ଅନୁଗୁଳ

Related posts

ଘୁଡଘୁଡ଼ି ଖେଳ ବେଳେ ପୁଲିସ ଚଢ଼ାଉ ପଟିଦାର ଓ ୩ ଖେଳାଳି ଙ୍କ ସମେତ ୪ ଅଟକ 

Sunil Chandra Nayak

ଜୁନାଗଡ – ବାହାଘର ପ୍ରୋସେସନ ସାରି ଫେରୁଥିବା ବେଳେ ଓଲଟିଲା ବ୍ୟାଣ୍ଡପାର୍ଟି ଗାଡ଼ି: ଜଣେ ମୃତ, ୧୦ କଳାକାର ଆହତ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ମୋ ଗାଆଁ ମୋ ସଂସ୍କୃତି

Sunil Chandra Nayak

Leave a Comment

error: Content is protected !!