ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଜାମଦା ର ରାଜକିଶୋର ଦାସଙ୍କ ସଫଳତା

 ମୟୂରଭଞ୍ଜ -୦୮/୧୦୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଜାମଦା ବ୍ଳକର ଜାମଦା ଗ୍ରାମର ରାଜକିଶୋର ଦାସ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୧୭୫ ତମ ସ୍ଥାନ ଅଧିକାର କରି ମୟୂରଭଞ୍ଜ ଜିଲ୍ଲା ତଥା ବାମନଘାଟୀ ଉପଖଣ୍ଡ ପାଇଁ ଗର୍ବ ଆଣିଛନ୍ତି ।ଜାମଦା ବ୍ଳକର ସାଧାରଣ ଵର୍ଗରୁ ସେ ପ୍ରଥମ କରି ଏହି ସଫଳତା ପାଇଛନ୍ତି । ବାରିପଦା ଅଟୋନୋମସ ମହାବିଦ୍ୟାଳୟରୁ, ପ୍ରାଥମିକ ସ୍ତରରେ ପଛୁଆ ଆଦିବାସୀ ଅଧ୍ୟୁଷିତ ଜାମଦା ଶିଶୁ ମନ୍ଦିର ଏବଂ ଉଚ୍ଚ ବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିଲେ । ପ୍ରାଣୀ ବିଜ୍ଞାନରେ ସ୍ନାତକ ସାରି ବାଙ୍ଗାଲୋର ଆଇଆଇଏମର ପବ୍ଲିକ ପଲିସି ଏଣ୍ଡ ମେନେଜମେଣ୍ଟରେ ଫେଲୋସିପ କରୁଛନ୍ତି । ତାଙ୍କ ପିତା ନନ୍ଦ ଦୁଲାଲ ଦାସ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ,ବଡ଼ ବାପା ବଂଶିଧର ଦାସ ଜଣେ ଖ୍ୟାତନାମା ଅଧିବକ୍ତା ଏବଂ ସାନ ବାପା ଜଣେ ବ୍ୟବସାୟୀ ।ଗୃହର ଅନୁଶାସନ,ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ଆଶୀର୍ବାଦ,କଠିନ ପରିଶ୍ରମ, ଇଛାଶକ୍ତି ଓ ସେବା ମନୋଭାବ ଥିବା ଯୋଗୁଁ ସେ ସଫଳତା ପାଇଛନ୍ତି । ଆଗକୁ ଭାରତୀୟ ସିଭିଲ ସର୍ଭିସ୍ ପାଇଁ ସେ ପ୍ରସ୍ତୁତ ହେଉଛନ୍ତି ବୋଲି କହିଥିଲେ । ପଛୁଆ ଅଂଚଳର ସାମଗ୍ରିକ ବିକାଶ ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କ ବିକାଶ ପାଇଁ ସେ ସଙ୍କଳ୍ପ ବଦ୍ଧ । ତାଙ୍କର ସଫଳତା ନେଇ ଜାମୁଦା ବ୍ଳକର ମାନ୍ୟଗଣ୍ୟ ବ୍ୟକ୍ତି ବିଜୁ ଗୋପାଲ ଗୋପ,ସୁବାଷ ମଣ୍ଡଳ,ବ୍ଳକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ,ସିଦ୍ଧିଲାଭ ହେମ୍ବ୍ରମ, ଜିଲ୍ଲା ପରିଷଦ ସଦସ୍ୟ ପୁର୍ଣ୍ଣ ମାରାଣ୍ଡି, ଜିଲ୍ଲା ପରିଷଦ ସଦସ୍ୟ ବାବୁଲା ଟୁଡୁ,ସାମନ୍ତ ଗିରିଙ୍କ ବହୁ ବ୍ୟକ୍ତି ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ  

Related posts

ଏମ୍ ରାମପୁର ବ୍ଲକ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ବ୍ଲକ ସ୍ତରୀୟ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!