ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଣପର୍ବ ନୁଆଁ ଖାଇ ଧୁମଧାମରେ ହେଲା ପାଳିତ:ଡାବୁଗାଁ

ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀମାନେ ନୁଆଁ ଖାଇ ପରବରେ ବେଶ୍ ଆନନ୍ଦିତ

ନବରଙ୍ଗପୁର—-ପଶ୍ଚିମ ଓ ଦକ୍ଷିଣ ଓଡିଶା ରେ ଗଣପର୍ବ ନୁଆଁ ଖାଇ ବେଶ ଧୁମ୍ ଧାମ୍ ରେ ପାଳନ କରୁ ଥିବା ବେଳେ ପ୍ରତ୍ୟେକ।ଘରେ ନିଜ ନିଜର ଇଷ୍ଟଦେବ ଙ୍କ ପାଖରେ ନୁଆଁ ଚୁଡା କିମ୍ବା ନୁଆଁ ଚାଉଳର କ୍ଷିରୀ କରି ଭୋଗ ଲଗାଇ ପୁଜା କରି ଥାଆନ୍ତି। ନୁଆଁ ବସ୍ତ୍ର ପରିଧାନ କରି ଭୋଗ ନୈବେଦ୍ୟ ଲଗାଇ ପରିବାର ର ସମସ୍ତ ସଦସ୍ୟ ଏକତ୍ର ଖାଇ ବଡ ଲୋକଙ୍କୁ ନୁଆଁ ଖାଇ ଜୁହାର କରି ଆଶିର୍ବାଦ ନେଇ ଥାଆନ୍ତି।ଆଦିବାସୀ ମାନଙ୍କର ନୁଆଁ ଖାଇ ଏକ ବଡ ପର୍ବ।ଏହି ଦିନ ଆଗରୁ ଜିଏ ଯେଉଠି ଥିଲେ ନିଜ ଘରେ ପହଞ୍ଚି ଏଇ ପର୍ବକୁ ପାଳନ କରି ଥାଆନ୍ତି।କିନ୍ତୁ ଏଭଳି ଏକ ବିଦ୍ୟଳୟ ନବରଙ୍ଗପୁରରେ ରହିଛି, ବାର ମାସରେ ତେର ପର୍ବ ପଡୁ ଥିଲେ,ସମସ୍ତ ପର୍ବ ଏହି ବିଦ୍ୟାଳୟରେ ପାଳନ କରି ଥାଆନ୍ତି। ଏପରିକି ବିଦ୍ୟାଳୟରେ ଅଧ୍ୟୟନ ରତ ୫୧୫ ଛାତ୍ରୀମାନେ ପର୍ବ ପର୍ବାଣୀ ରେ ନିଜ ଘରକୁ ଯିବାକୁ ମନ କରନ୍ତି ନାହିଁ।ସେହି ବିଦ୍ୟାଳୟଟି ହେଉଛି ଡାବୁଗାଁ ସରକାରୀ ବାଳିକା ମାଧ୍ୟମିକ ବିଦ୍ୟାଳୟ।ଏଠାକାର ଆଦର୍ଶ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସ୍ଵାଇଁ ପ୍ରତ୍ୟେକ ପର୍ବ ପର୍ବାଣୀ କୁ ଛାତ୍ରୀ ମାନଙ୍କୁ ସାମିଲ କରାଇ ପାଳନ କରି ଥାଆନ୍ତି।ଏଇ ନୁଆଁ ଖାଇ ପର୍ବକୁ ପାଳନ କରିବା ପାଇଁ ବିଦ୍ୟାଳୟ ରେ ପିଠା,ତରକାରୀ ଓ କ୍ଷିରି କରି ଛାତ୍ରୀମାନଙ୍କୁ ଖାଇବାକୁ ଦିଆ ଯାଇ ଥାଏ ଓ ଅତିଥି ମାନଙ୍କୁ ମଧ୍ୟ ଖାଇବାକୁ ଦିଆଜାଇଥାଏ। ଏହି ଅବସରରେ ପାପଡାହାଣ୍ଡି ବ୍ଲଜ ଡଙ୍ଗରା ଜୋନ ଜିଲ୍ଲା ପରିଷଦସଭ୍ୟ ଜଶୋବନ୍ତ ନାୟକ,ଜୁବ ନେତା ସୁବ୍ରତ ପରିଡା,ବରିଷ୍ଟ ସାମ୍ବାଦିକ ରବି ନରାୟଣ ମହାନ୍ତି ଓ ତାରା ପ୍ରସାଦ ପାଣିଗ୍ରାହୀ ଏବଂ ଅନ୍ୟ ଅତିଥି ମାନେ ଉପସ୍ତିତ ରହି ନୁଆଁ ଖାଇ ପରବକୁ ମନଭରି ଉପଭୋଗ କରି ଥିଲେ।ନୁଆଁ ଖାଇ ସରିବା ପରେ ବିଦ୍ୟାଳୟ ଛାତ୍ରୀ ମାନେ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ,ଅତିଥି ମାନଙ୍କ ପାଦ ଛୁଇଁ ପ୍ରଣାମ କରି ଆଶିର୍ବାଦ ନେଇ ଥିଲେ।ଏଇ ଅବସରରେ ଛାତ୍ରୀମାନେ ନାଚ ଗିତର ଆସରରେ ନିଜକୁ ମଜ୍ଜାଇ ଦେଇ ଏଇ ଦିନକୁ ଖୁସିରେ କଟାଇ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ସହ ଡାବୁଗାଁରୁ

ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ ମସୀହା ନିଉଜ୍

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଆଇ.ଜି ଏମ କଲେଜ ଠାରେ ଧୂଷୁରୀ ରେ ନିଶାନିବାରଣ ମହା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ମାତୃ ବନ୍ଦନା ।।

Sunil Chandra Nayak

Leave a Comment

error: Content is protected !!