ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଡ଼ଯୁଆଡ ପରିବାରରେ 45 ଜଣ ଏକତ୍ରିତ ପାଳିଲେ ନୂଆଖାଇ ପର୍ବ  

ଟିଟିଲାଗଡ଼ :-ଆଜିକାଲି ଯୌଥ ପରିବାର ଦିନକୁ ଦିନ ଲୋପ ପାଇବାକୁ ବସିଛି l ଭାଈ ଭାଈ ମଧ୍ୟରେ ଜମିବାଡ଼ି, ଟଙ୍କା ପଇସା ରୋଜଗାର ଆଦିକୁ ନେଇ କଳହ, ଝଗଡା, ଗାଳି ଗୋଲଜ କରି ଭାଈ ଭାଈ ଘର ଦୁଆରେ ପାଚିରି ବାଡ଼ ଉଠୁଛି ଓ ଶତ୍ରୁତା ଦିନକୁ ଦିନ ବଢ଼ିବାରେ ଲାଗିଛି l ଯାହା ଫଳରେ ଭାତୃତ୍ୱଭାବ, ସ୍ନେହ, ପ୍ରେମ ମଧୁର୍ଯ୍ୟ କମିବାରେ ଲାଗୁଛି l କିନ୍ତୁ ଏହି ବର୍ଷ ଟିଟିଲାଗଡ଼ ନିକଟସ୍ଥ ଛତାଭଟ୍ଟା ଗ୍ରାମର ଗଅନ୍ତିଆପଡ଼ାର ଆଡ଼ଯୁଆଡ ପରିବାରରେ ସ୍ବର୍ଗତ ଧନରାମ ୱାଡ଼ଯୁଆଡିଙ୍କ 7ଜଣପୁଅ ନୀଳାମ୍ବର ଆଡ଼ଯୁଆଡ,ଅଜାମ୍ବର ଆଡ଼ ଯୁଆଡ, ଅକୁର ଆଡ଼ଯୁଆଡ,ଖଗେଶ୍ୱର ଆଡ଼ଯୁଆଡ, ଲୋକନାଥ ଆଡ଼ଯୁଆଡ, ସୋମନାଥ ଆଡ଼ଯୁଆଡ, ସନ୍ତୋଷ ଆଡ଼ଯୁଆଡଙ୍କ ପୁଅମାନଙ୍କ ପରିବାରର ପୁଅ,କୁଲବଧୂ, ନାତି ନାତୁଣୀ ଆଦି ମିଶି ମୋଟ 45 ଜଣଙ୍କୁ ନେଇ ମିଳିତ ଭାବରେ ଏକ ସ୍ଥାନରେ ନବାର୍ଣ୍ଣ ଭୋଜନ କରିଛନ୍ତି l ପାରମ୍ପରିକ ରୀତିନୀତି ଅନୁଯାଇ ପ୍ରଥମେ ଦେବା ଦେବୀ ପୂଜା ଅର୍ଚ୍ଚନା କରାଯାଇଛି ଏବଂ ତା ପରେ ସମସ୍ତେ ଏକାଠି ବସି ମିଷ୍ଠାନ୍ନ ଭୋଜନ କରିଥିଲେ l ଶେଷରେ ଗ୍ରାମର ଗଣେଶ ଆଡ଼ଯୁଆଡ, ଶେଷ ଆଡ଼ଯୁଆଡ, ଗୋତୁମ ଆଡ଼ଯୁଆଡ, ଭିକାରୀ ଆଡ଼ଯୁଆଡ, ବଳି ଆଡ଼ଯୁଆଡ, ସାମନ୍ତ ଆଡ଼ଯୁଆଡ ଆଦି ପ୍ରମୁଖ ତଥା ଗ୍ରାମର ଅନ୍ୟାନ୍ୟ ଲୋକମାନେ ନୂଆଖାଇ ଜୁହାର ଭେଟ ହୋଇ ଥିଲେ l

ଜଗଜ୍ଜୀବନ ସାଙ୍କ ରିପୋର୍ଟ

Related posts

ଶ୍ରୀ ଗଣେଶ ଚତୁର୍ଥୀରେ ପ୍ରାଚୀର ପତ୍ରିକା ଉନ୍ମୋଚିତ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ମାଟିର ସ୍ବର୍ଗ             

ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

Leave a Comment

error: Content is protected !!