ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରସ୍ଵତୀ ଶିଶୁ ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଉତ୍ସବ

ନର୍ଲା(ମନିସ) ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ ଠାରେ ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ମହାନ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଛି। ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ଭୋଇଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତିର ଯୁଗ୍ମ ସଂପାଦକ ଦିଲ୍ଲୀପ କୁମାର ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ମହାନ୍ ଗୁରୁ ବ୍ୟାସଦେବଙ୍କ ଜନ୍ମ ବୃତ୍ତାନ୍ତ ଓ ଗୁରୁ ପରମ୍ପରା ଉପରେ ବରିଷ୍ଠ ଗୁରୁଜୀ ବିମଳ ନାଏକ ଆଲୋକପାତ କରିଥିଲେ। ଶେଷରେ ଆଚାର୍ଯ୍ୟ ପବିତ୍ର ମୋହନ ଛୁରିଆ ଧନ୍ୟବାଦ ଅର୍ପଣ କରିଥିଲେ। କେସିଙ୍ଗା ସଂକୁଳ ଅନ୍ତର୍ଗତ କେସିଙ୍ଗା, ନର୍ଲା, ମ.ରାମପୁର, ଉତ୍କେଲା, ରୁପ୍ରା, ଯୋରାଡୋବରା, କର୍ଲାମୁଣ୍ଡା,ରିଷିଡା ସରସ୍ଵତୀ ଶିଶୁ ମନ୍ଦିର ଗୁଡ଼ିକରେ ମଧ୍ୟ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ମେରକାପଙ୍କ ଦିନିକିଆ ରାୟଗଡା ଗସ୍ତ

Sunil Chandra Nayak

ମହିଳା ର ମୃତ ଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଦ୍ବାରା ଉଦ୍ଧାର

Sunil Chandra Nayak

ମଦନପୁର ରାମପୁର ର ଗୋଛାଡେଗେନ ଗାଁ ବଜାର  ରେ ବ୍ଲକ କଂଗ୍ରେସ ର ହାଲ୍ଲlବୋଲ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!