ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶା ପର୍ଯ୍ୟଟନ ରୁ ଲୋପ ପାଇବାକୁ ବସିଛି ବ୍ରାହ୍ମଣୀ ନଦୀ ଗର୍ଭସ୍ଥ ଅନନ୍ତ ଶୟନ ମୂର୍ତ୍ତୀ

ପ୍ରଭୁ ବିଷ୍ଣୁଙ୍କ ଏହି ଅନନ୍ତ ଶୟନ ପୀଠଟି ଢେଙ୍କାନାଳ ଜିଲ୍ଲା ସଦର ମହକୁମା ଠାରୁ ୬୭ କିଲୋମିଟର, ପରଜଙ୍ଗ ଠାରୁ ୧୦ କିଲୋମିଟର, ଅନୁଗୁଳରୁ ୨୩ କିଲୋମିଟର, ତାଳଚେରରୁ ୯ କିଲୋମିଟର ଏବଂ ୧୪୯ ନଂ ଜାତୀୟ ରାଜପଥର ସରାଙ୍ଗ ଗେଟ ନିକଟରୁ ମାତ୍ର ୧୨ ଶହ ମିଟର ଦୂରରେ ଅବସ୍ଥିତ । ବ୍ରାହ୍ମଣୀ ନଦୀ ଗର୍ଭରେ ଥିବା ପ୍ରଭୁ ବିଷ୍ଣୁଙ୍କ ଅନନ୍ତ ଶୟନ ମୂର୍ତ୍ତୀରେ ରହିଛି ଭଗବାନ ବିଷ୍ଣୁଙ୍କ ୪ଟି ହାତ । ଯେଉଁ ଚାରୋଟି ହାତରେ ଶଙ୍ଖ, ଚକ୍ର ,ଗଦା ଏବଂ ପଦ୍ମ ଫୁଲ ରହିଛି । ଏବଂ ତାଙ୍କ ମୁଣ୍ଡକୁ ଅନନ୍ତ ସର୍ପ ଘେରି ରହିଥିବା ଦେଖିବାକୁ ମିଳିବ । ତୀକ୍ଷଣ ଥୋଡ଼ ,ବିଶିଷ୍ଟ ନାକ ଏବଂ ମୁଣ୍ଡରେ ମୁକୁଟ ରହିଛି । ଯାହାକୁ କିରିଟ ମୁକୁଟ କୁହାଯାଏ । ଏବଂ ନାଭିରେ ପଦ୍ମ ଆକୃତିର ବ୍ରହ୍ମା ଧ୍ୟାନରେ ବସିଥିବା ଦେଖି ପାରିବେ । ତେବେ ଐତିହ୍ୟ ସମ୍ପନ୍ନ ଏହି ପଥର ମୂର୍ତ୍ତି ଧୀରେ ଧୀରେ ଲୀନ ହେବାକୁ ବସିଲାଣି । ମୂର୍ତ୍ତିର ଅନେକ ଅଂଶ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗି ଗଲାଣି । ଦକ୍ଷିଣ ଭାରତର ଗୋମତେଶ୍ୱର ପଥର ମୂର୍ତ୍ତୀ ପରେ ଏହା ହେଉଛି ଭାରତର ଦ୍ୱିତୀୟ ବିଶାଳକାୟ ମୂର୍ତ୍ତି । ତେବେ ଶର୍ଯ୍ୟାଶାୟୀ ମୂର୍ତ୍ତି ଭାବରେ ଏହା ହେଉଛି ପୃଥିବୀର ସର୍ବଶ୍ରେଷ୍ଠ ବିଶାଳକାୟ ପଥର ମୂର୍ତ୍ତୀ । ଏହି ପୀଠକୁ ପ୍ରତିଦିନ ଓଡ଼ିଶାର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟକ ଲୋକ ଦେଖିବାକୁ ଆସିଥାନ୍ତି । ତେବେ ପୀଠର ଦାୟିତ୍ବହୀନତା ଯୋଗୁଁ ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି । ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ନବମ ଶତାବ୍ଦୀରେ ଭୌମକର ବଂଶର ରାଜତ୍ୱ ସମୟରେ ଏହି ପ୍ରତିକୃତି ଖୋଦେଇ କରାଯାଇଥିଲା !

ବିଷ୍ଣୁଙ୍କ ଏହି ଅନନ୍ତ ଶୟନ ମୂର୍ତ୍ତୀ ଓଡିଶା ପର୍ଯ୍ୟଟନରେ ସ୍ଥାନ ପାଇଥିଲେ ମଧ୍ୟ ସରକାର ଓ ପ୍ରତ୍ନତାତ୍ତ୍ୱିକ ବିଭାଗର ଅବହେଳା ଯୋଗୁଁ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ତୁରନ୍ତ ଏଥିପ୍ରତି ସରକାର ଦୃଷ୍ଟି ନଦେଲେ ଆଗାମୀ କିଛି ବର୍ଷ ମଧ୍ୟରେ ଓଡିଶା ପର୍ଯ୍ୟଟନରୁ ଏହା ହଜି ଯିବା ସହ ବ୍ରାହ୍ମଣୀ ନଦୀରେ ଲୀନ ହୋଇଯିବ ।

 ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

 

Related posts

ବିଧାୟକଙ୍କ ତୁଳସୀପଦର ଗ୍ରାମଗସ୍ତ

Sunil Chandra Nayak

ଜାତୀୟ ସମ୍ବିଧାନ ଦିବସ ଅବସରରେ ଓଡିଶା ସାମ୍ୱାଦିକ ସଙ୍ଘ (ଓଜେୟୁ) ନବରଙ୍ଗପୁର ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!