ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଲାମୁଣ୍ଡା 4ୱେ ଠାରେ ସାଇକେଲ କୁ ଧକ୍କା ଦେଲା ବାଇକ ,ବାଇକ ଚାଳକ ଗୁରୁତର

ଗୋଳାମୁଣ୍ଡା/ମସିହା/୯/୫/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ମଦଭାଟି 4ୱେ ଠାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା. ଦୁର୍ଘଟଣା ହେବା ଫଳରେ ବାଇକ ଚାଳକ ଗଗୁରୁତ ହୋଇଥିବା ଦେଖିବାକୁ ମିଳିଛି.। ମିଳିଥିବା ସୂଚନା ଅନୁଯାୟୀ ଖଲିଆକାନି ଗ୍ରାମର ଭୁବନେ ବଞ୍ଜରା ନିଜ ବାଇକ ରେ କୌଣସି କାମ ରେ ଗୋଲାମୁଣ୍ଡା ଆସୁଥିବା ବେଳେ ଗୋଲାମୁଣ୍ଡା ମଦଭାଟି 4ୱେ ଠାରେ ଗୋଲାମୁଣ୍ଡା ଗ୍ରାମର ଜଣେ ସାଇକେଲ ଚାଳକ ସହିତ ଧକ୍କା ହୋଇଥିଲା. ଯାହାରି ଫଳରେ ବାଇକ ଚାଳକ ଭୁବନେ ଙ୍କ ମୁଣ୍ଡ ତଥା ଅନ୍ୟାନ୍ୟ ସ୍ଥାନରେ କ୍ଷତାକ୍ତ ହେଵା ସହ ନାକ ଫାଟି ରକ୍ତଶ୍ରାବ କମୁନଥିବା ଦେଖିବାକୁ ମିଳିଛି . ଦୁର୍ଘଟଣା ହେବାରୁ ଘଟଣା ସ୍ଥଳକୁ ପହଞ୍ଚି ଦୁଖିଶ୍ୟାମ ପଟେଲ ତୁରନ୍ତ 112 କୁ ଯୋଗାଯୋଗ କରିଥିବାରୁ ଅଗ୍ନିଶମ ବିଭାଗ ଗାଡ଼ିରେ ଗୁରୁତର କୁ ପ୍ରଥମେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ରେ ଚିକିତ୍ସିତ କରାଯାଇଥିଲା କିନ୍ତୁ ଅଧିକ ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରି ଦେଇଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,

Related posts

କରୋନା ସଚେତନତା ବାର୍ତ୍ତା ନେଇ ଯୁବ ସମାଜସେବୀ ଅଜୟ ବେହେରାଙ୍କ କଟକରୁ ଦିଲ୍ଲୀ ପଦଯାତ୍ରା; ରାଇରଙ୍ଗପୁରରେ ଉତ୍ସସ୍ବିତ ସମ୍ବର୍ଦ୍ଧନା

Sunil Chandra Nayak

ଭୂଷଣଙ୍କ ହତ୍ୟାକାଣ୍ଡ ଘଟଣାରେ ଅନ୍ୟମାନଙ୍କ ସଂପୃକ୍ତିକୁ ନେଇ ଖୋଳତାଡ଼

Sunil Chandra Nayak

ପ୍ରତାପ କୁମାର ପଣ୍ଡା ଙ୍କ କବିତା ଶୂନ୍ୟ ସମାଧି

Leave a Comment

error: Content is protected !!