ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲାପାଳ ଙ୍କ ଉପାନ୍ତ ଅଞ୍ଚଳ ଗସ୍ତ 

ନୂଆପଡା ଜିଲାପାଳ ସ୍ୱାଧ୍ୟାଦେଵ ସିଂ ଆଜି ସିନାପାଲି ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଗସ୍ତକରି ବିଭିନ୍ନ ସ୍ଥାନରେ ନବ ନିର୍ମିତ ଗ୍ରାମୀଣ ହାଟ ର ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପାନ୍ତ ଘାଟମାଲ ପଞ୍ଚାୟତ ଅନ୍ତର୍ଗତ ପୋଡାପଦର , ରାନିମୁଣ୍ଡା ପଞ୍ଚାୟତ , ଖଇରପଦର ଓ ନୂଆମାଲପଡା ଠାରେ ନବ ନିର୍ମିତ ଗ୍ରାମୀଣ ହାଟ ସବୁ ଶୁଭ ଉଦଘାଟନ କରିଥିବା ଜଣାପଡ଼ିଛି। ଏହି ଅବସରରେ ନୂଆମାଲପଡା ଗ୍ରାମୀଣ ହାଟ ର ଉଦଘାଟନୀ ସମାରୋହରେ ନୂଆପଡା ଜିଲ୍ଲାପାଳ ସ୍ୱାଧ୍ୟାଦେଵ ସିଂ ଙ୍କ ଉପସ୍ଥିତିରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଶୁଭ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସିନାପାଲି ବିଡ଼ିଓ ସଦାଶିବ ନାଏକ, ସିନାପାଲି ବ୍ଲକ ଅଧ୍ୟକ୍ଷ୍ୟା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମିନା ଘିଭେଳା, ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାଞ୍ଜଳୀ ଗୁଆଲ, ଯଜ୍ଞସେନି କଟା,ନୂଆମାଲପଡା ସରପଞ୍ଚ ବନିତା ପୋଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଉପାନ୍ତ ଅଞ୍ଚଳ ଗସ୍ତ କରି ଜିଲାପାଳ ଗ୍ରାମୀଣ ହାଟ ର ଉଦଘାଟନ କରିବା ସହ ଅଞ୍ଚଳବାସୀ ଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସ୍ଥାନୀୟ ବୁଦ୍ଧିଜୀବୀ ଉଜ୍ଜଳ ସିଂ ମାଝୀ ଓ ସମାଜସେବୀ ଗଣେଶ ପୋଡ଼ଙ୍କ ନେତୃତ୍ବ ରେ ଅଞ୍ଚଳର ବିଭିନ୍ନ ସମସ୍ୟା ର ସମାଧାନ ଦାବି କରି ଜିଲ୍ଲାପାଳ ମହୋଦୟା ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଉକ୍ତ ଦାବିପତ୍ର ରେ ଛତିଶଗଡ଼ ସୀମାନ୍ତକୁ ରାସ୍ତା ନିର୍ମାଣ, ଅଖଡାଭଟା ଠାରୁ ଧିଙ୍ଗିଆମୁଣ୍ଡା ପର୍ଯ୍ୟନ୍ତ ଆରଡି ରାସ୍ତା ନିର୍ମାଣ , ସ୍ଥାନୀୟ ହାଇସ୍କୁଲ ଓ ପୋର୍ତିପଡା ସରକାରୀ ହାଇସ୍କୁଲରେ ଯୁକ୍ତ ଦୁଇ କୁ ଉନ୍ନୀତ କରାଯାଉ,ନୂଆମାଲପଡା ପଞ୍ଚାୟତ ରେ ପିଡ଼ିଏସ ଚାଉଳ ଗୋଦାମ ଗୃହ ନିର୍ମାଣ, ନୂଆମାଲପଡା ରେ ଏକ ମିନି ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ, ନୂଆମାଲପଡା ପଞ୍ଚାୟତ ରେ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ୧୦୮ ଓ ୧୦୨ ଆମ୍ବୁଲେନ୍ସ ସେବା ପ୍ରଭୃତି ଯୋଗାଇ ଦେବା ପାଇଁ ଦାବିପତ୍ର ରେ ଉଲ୍ଲେଖ କରାଯାଇଥିଲା। ଦୀର୍ଘ ଦିନ ପରେ ଉପାନ୍ତ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ନିକଟରେ ପାଇ ବେଶ ଖୁସି ଅନୁଭବ କରିଥିବା ଦେଖିବାକୁ ମିଳିଥିଲା। ଜିଲାପାଳ ଙ୍କ ଏହି ଗସ୍ତରେ ଅଞ୍ଚଳର ଅନେକ ଜନପ୍ରତିନିଧି, ସମାଜ ସେବୀ,ବୁଦ୍ଧିଜୀବୀ ତଥା ବିଭାଗୀୟ ଅଧିକାରୀ କର୍ମଚାରୀ ସାମିଲ ଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କରଂଗାମୁଣ୍ଡା ଠାରେ ଲଗାଣ ବର୍ଷା ରେ ଭାଙ୍ଗିଗଲା ଘର

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଜୟପାଟଣାରେ ମାଁ ମହାଲକ୍ଷ୍ମୀଙ୍କର ପୂଜନତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!