ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରଦ୍ଧା ଶକ୍ତି ସେବା ସଂଗଠନ କୁ ମିଳିଲା “ସେବାରତ୍ନ ସମ୍ମାନ”

ଗତ କାଲି ରବିବାର ଦିନ ସଂପର୍କ ଚାରି ଟେବୁଲ ଟ୍ରଷ୍ଟ (ଛତିଆ, ମାହାଙ୍ଗା,କଟକ)ତରଫରୁ ଅମରାବତୀ ମଠ,କଲ୍ୟାଣ ମଣ୍ଡପ ଛତିଆ ଠାରେ ମହାସମାରୋହରେ ତୃତୀୟ ବାର୍ଷିକ ପାଳନ ଅବସର ରେ ମୁଖ୍ୟ ଅତିଥି ଶ୍ରୀମତି ନୀଳିମା ପାଳ(କଟକ)ମୁଖ୍ୟ ସଂପାଦିକା ବଜ୍ରାସ୍ତ୍ର ସାପ୍ତାହିକ ଖବରକାଗଜ,ମୁଖ୍ୟ ବକ୍ତା ବାବାଜୀ ଅମୃତାନନ୍ଦ ଦାସ (ତପସ୍ବୀ ଆନନ୍ଦ ଧାମ ଜଳୁକା ଆଶ୍ରମ),ବରେଣ୍ଯ ଅତିଥି ଶ୍ରୀମତି ପଦ୍ମିନୀ ସାହୁ(ଛତିଆ)ବିଶିଷ୍ଟ ସମାଜସେବୀ ତଥା ବ୍ରହ୍ମକୁମାରୀ ଛାତ୍ରୀ,ସମ୍ମାନିତ ଅତିଥି ଡଃ ସଂଗ୍ରାମ କେଶରୀ ସାମନ୍ତରାୟ(କଟକ)ଓଡିଶା ଅର୍ଥ ସେବା ଅଧିକାରୀ ତଥା ସମାଜସେବୀ ଏବଂ ଅତିଥି ଭାବେ ରାଜ୍ୟ ସ୍ତର ର ବିଭିନ୍ନ ଅଞ୍ଚଳ ର ବହୁ ମାନ୍ଯଗଣ୍ଯ ବ୍ୟକ୍ତିବିଶେଷ,ସମାଜସେବୀ ଶ୍ରୀମତି କବିତା ପାଣିଗ୍ରାହୀ,ଶ୍ରୀମତି ଦୀପ୍ତି ବେହେରା,ଶ୍ରୀମତି ରଞ୍ଜନା ଦାସ,ଶ୍ରୀଯୁକ୍ତ ଦୀପକ କୁମାର ଗୁପ୍ତ,ଶ୍ରୀଯୁକ୍ତ ପ୍ରଭାସ କୁମାର ମଲ୍ଲିକ,ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାଥ,ଶ୍ରୀଯୁକ୍ତ ସନ୍ତୋଷ କୁମାର ବାରିକ ଙ୍କର ସାରଗର୍ଭକ ସେବା ସମ୍ବନ୍ଧୀୟ ବହୁ ମୂଲ୍ୟ ବକ୍ତବ୍ଯ ପ୍ରଦାନ କରିବା ସହିତ ଉପସ୍ଥିତ ରହି ଆଞ୍ଚଳିକ ସ୍ତର ତଥା ରାଜ୍ଯ ର ବିଭିନ୍ନ ଅଞ୍ଚଳ ରୁ ଆସିଥିବା ବିଭିନ୍ନ କଳାକୃତୀ ରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ଏବଂ ସାରା ଓଡିଶାରୁ ଆସିଥିବା ସମାଜସେବୀ ସଂଗଠନ କୁ ସମ୍ବର୍ଦ୍ଧିତ କରି ସେବାରତ୍ନ ସମ୍ମାନ ରେ ଭୁଷିତ କରି ସମ୍ମାନ ପୂର୍ବକ ମାନପତ୍ର ପ୍ରଦାନ କରିଥିଲେ । ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ)ରାସୋଳ କୁ ସେବା ରତ୍ନ ସମ୍ମାନ ର ଯୋଗ୍ୟ ବିବେଚିତ କରି ସେବାରତ୍ନ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନୀତ କରିବା ସହିତ ସମ୍ବର୍ଦ୍ଧିତ କରିଥିବାରୁ ସଂଗଠନ ତରଫ ରୁ ସମ୍ଭବ ପରିବାର ତଥା ସଂପାଦିକା ସୁଶ୍ରୀ ପ୍ରମିଳା ସିଂ ମହାଶୟା ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଅଶେଷ ଧନ୍ଯବାଦ୍ ସହିତ ସମାଜସେବୀ ମାନଙ୍କୁ ଏକତା ର ରଜୁ ରେ ବାନ୍ଧି ରଖିବାର ପ୍ରୟାସ ପାଇଁ ସଭାପତି ବିଭୁପ୍ରସାଦ ଶତପଥୀ ସାଧୁବାଦ ଜଣାଇ ଥିଲେ।ଜନ ମଙ୍ଗଳ (ରାସୋଳ) ସଂଗଠନ ର ସଭାପତି ଙ୍କ ସମେତ ସଂଯୋଜକ ନିରାକାର ବୈଦ୍ୟ,ସେବିକା ନିରୁପମା ମିଶ୍ର,ଦୂତୀ ସେଠୀ,କୁନି ବେହେରା,ଆଜୀବନ ସେବିକା ତପସ୍ବିନୀ ନାଏକ ପ୍ରମୁଖ ଉତ୍ସବ ରେ ସାମିଲ୍ ହୋଇ ସଂଗଠନ କୁ ରାଜ୍ୟସ୍ତର ରେ ପରିଚିତ କରି ଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଆଗକୁ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ବଜାର ସାରା ରାକ୍ଷୀ ପସରା..

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ପାନ ଇଣ୍ଡିଆ ପକ୍ଷରୁ ତାଳୁକ ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!