ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡମ୍ବରୁଗଡ଼ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟା : ବୌଦ୍ଧ ଜ଼ିଲ୍ଲା ର ପ୍ରାକୃତିକ ସୌନ୍ଦର୍ଯ୍ୟ ର ଅପରୂପ ଭଣ୍ଡାର -ଡମ୍ବରୁଗଡ଼

ବୌଦ୍ଧ -05/12-ମହନ୍ତ ଗିରିବର ଦାସ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ 8 ଦିନ ବ୍ୟାପି ଚାଲିଥିବା ଡମ୍ବରୁଗଡ଼ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା ରେ ଅତିଥିବୃନ୍ଦ ଡମ୍ବରୁଗଡ଼ ର ପ୍ରାକୃତିକ ଶୋଭା ର ଅପରୂପ ଭଣ୍ଡାର ବୋଲି ମତବ୍ୟକ୍ତ କରିଥିଲେ l ଏହି ଉପଲକ୍ଷେ ଆୟୋଜିତ ଦ୍ଵିତୀୟ ସନ୍ଧ୍ୟା ର ସାଂସ୍କୃତିକ ସଭାରେ କମିଟି ର ସଭାପତି ପୟୋଧର ମହାକୁଳ ଙ୍କ ଅଧ୍ୟକ୍ଷତା ରେ ଅଧ୍ୟାପକ ଉତ୍ତମ କୁମାର ବେହେରା ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ l ମୁଖ୍ୟ ଅତିଥି ରୂପେ ମଠ ର ମହନ୍ତ ସର୍ବେଶ୍ୱର ଦାସ ମହାରାଜ ଯୋଗ ଦେଇ ଅଗ୍ର ପୂଜ୍ୟ ଶ୍ରୀ ଗଣେଶ ଓ ମଠ ର ପ୍ରାକ୍ତନ ମହନ୍ତ ସାଧୁ ସ୍ବର୍ଗତ ଗିରିବର ଦାସ ଙ୍କ ପ୍ରତିମୂର୍ତ୍ତି ରେ ଫୁଲ, ଧୂପ ଓ ନୈବେଦ୍ୟ ଅର୍ପଣ କରିଥିଲେ l ମୁଖ୍ୟ ବକ୍ତା ରୂପେ ଶିକ୍ଷାବିତ ତଥା ଗନ୍ଧରାଢ଼ୀ ଲୋକକଲା ମହୋତ୍ସବ ର ସମ୍ପାଦକ ଶମ୍ଭୁ ଗିରି ଯୋଗଦେଇ ଡମ୍ବରୁଗଡ଼ ର ଇତିହାସ ତଥା ମଠ ର ପାରିପାର୍ଶ୍ଵିକ ଉନ୍ନତିରେ ନିଜକୁ ସାମିଲ କରି ଏହାକୁ ରାଜ୍ୟ ର ଏକ ଐତିହ୍ୟ ପର୍ଯ୍ୟଟନ କେନ୍ଦ୍ର ରୂପେ ମାନ୍ୟତା ପାଇବାକୁ ମତ ପୋଷଣ କରିଥିଲେ l ସମ୍ମାନିତ ଅତିଥି ରୂପେ ତେଲିବନ୍ଧ ସରପଞ୍ଚ ରତ୍ନାକର ନାୟକ, ମଠ ର ସମ୍ପାଦକ ଉଗ୍ରେସନ ବେହେରା, କମ୍ପରା ଗୌନ୍ତିଆ ସଚ୍ଚିଦାନନ୍ଦ ଭୁକ୍ତା ଓ ତାଳସରଡ଼ା ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ସେଠି ଯୋଗ ଦେଇଥିଲେ l ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ରାମଲୀଳା ଦଳ ମାନଙ୍କ ଦ୍ୱାରା ସେମାନଙ୍କ କଳା ପ୍ରଦର୍ଶନ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଆୟୋଜନ ହୋଇଥିଲା l ଉତ୍ତମ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ପୌରପରିଷଦର ଅହେତୁକ ଦୋକାନ ଗୃହ ଟିକସ ବୃଦ୍ଧି ନେଇ ରାଇରଙ୍ଗପୁର ପୌରପରିଷଦ ଦୋକାନ ସଂଘ ତରଫରୁ ବିଶାଳ ପ୍ରତିବାଦ ସଭା 

Sunil Chandra Nayak

ନନ୍ଦିନୀ ରାଉତ ଙ୍କ କବିତା ଆଶ୍ୱିନ ଆସିଛି

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ପ୍ରହସନ ।।

Sunil Chandra Nayak

Leave a Comment

error: Content is protected !!