ଇନ୍ଦ୍ରଧନୁ
ବଙ୍ଗଳା ଶ୍ରୀ
ପୂର୍ବାହ୍ନ କିଅବା
ଅପରାହ୍ନ କାଳେ
ମନୋହର ଇନ୍ଦ୍ରଧନୁ
ଝିପି ଝିପି ମେଘ
ଅଙ୍ଗେ ଶୋଭାପାଏ
ଭୂଲି ନୁହେଁ ଜମା ମନୁ |1|
ପ୍ରକୃତି ସୁନ୍ଦରୀ
ନବ ନୀରଦରେ
ବେଳେ ବେଳେ ଶୋଭାରାଶି
ସୁନ୍ଦର ଭାବରେ
ବୁଣିଦେଇ ଯାଏ
ବର୍ଷାବେଳେ ପରକାଶୀ |2|
ନୟନ ପଲକେ
ଅପୂର୍ବ ସୁନ୍ଦର
ଇନ୍ଦ୍ରଧନୁ ସପ୍ତରଙ୍ଗେ
ବାରିଦେ ବାରିଦେ
ଝଲସି ଉଠଇ
ସୂର୍ଯ୍ୟାଲୋକେ ସଙ୍ଗେ ସଙ୍ଗେ |3|
ବାଘ ନିଶ ହଲା
ନାରେ ଝଟକଇ
ସୂର୍ଯ୍ୟାଲୋକେ ପାଶେ ମହୀ
ସାରା ଜଗତର
ଶୋଭାର ସାଗର
ଖଞ୍ଜିଛନ୍ତି ବିହି ରହି |4|
ମନ ଆକାଶରେ
ଶତ ଇନ୍ଦ୍ରଧନୁ
ନିତି ନିତି ଉଙ୍କିମାରେ
କଳ୍ପନା ବିଳାସେ
ଉଠଇ ଚହଟି
ଅମାକିବା ପୁର୍ଣିମାରେ |5|
ବାଇଗଣି ଘନ
ନୀଳ ସବୁଜିମା
ହରିତାଦି ନାଲେ ଶୋହେ
ପ୍ରକୃତି ରାଣୀର
ସୌନ୍ଦର୍ଯ୍ୟ ଭଣ୍ଡାର
ସମସ୍ତଙ୍କ ମନମୋହେ,|6|
କେତେଯେ ସୁନ୍ଦର
ରମ୍ୟଇନ୍ଦ୍ରଧନୁ
କେତେବଡ ତାର କାୟା
ଭୂମିରୁ ଲମ୍ବିଛି
ଭୂମାଯାଏ ଦୃଶ୍ୟ
କି ରୁଚିର ତାର ଛାୟା |7|
ପ୍ରକୃତିର ଏହା
ଅସୀମ ଅନନ୍ତ
ସୌନ୍ଦର୍ଯ୍ୟର ଗନ୍ତାଘର
ଜଗତର ହିତେ
ଗଢୁ ଛନ୍ତି ବିହି
କିସ ଇଛା ଅଛି ତାର |8|
ଜଳେ ସ୍ଥଳେକିବା
ଆକାଶ ମାର୍ଗରେ
ରିମି ରିମି ବରଷାରେ
ଇନ୍ଦ୍ରଧନୁ ଦୃଶ୍ୟ
ଦେଖାଯାଏ ମର୍ତ୍ତ୍ୟେ
କହିନୁହେଁ ଯାଭାଷାରେ |8|
ବିଧାତାହେ ତୁମ
କରୁଣା ଅପାର
ବିଚିତ୍ର ତୁମର ଲୀଳା
ମନୁଷ୍ୟ ଜାଣିବା
ନୁହଇ ସହଜ
ସ୍ବପ୍ନ କିବା ପରମିଳା |10
ବିଧାତାହେ ତୁମ
ଅସୀମ ଭିଆଣ
ବଖାଣିବା ଅସମ୍ଭବ
ଅସମ୍ଭବ ଯାହା
କରୁଛ ସମ୍ଭବ
ଆମେ କରୁ ଅନୁଭବ |11|
ଇନ୍ଦ୍ରଧନୁ ଦେଖି
ମାନବେ ଉଚ୍ଚାଟ
ନୃତ୍ୟଗୀତେ ମଗ୍ନ ମନ
ସଂସାରର ରତ୍ନ
ଲଭିଲା ପରାୟେ
ଭାବନ୍ତି ସକଳ ଜନ |12|
ଶ୍ରୀ ବିଦ୍ୟାଧର ମହାନ୍ତ
ତମ୍ବାହରା , ହରିଚନ୍ଦନ ପୁର, କେନ୍ଦୁଝର