ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଅମୃତର ସପନ

   ଅମୃତର ସପନ

 

     ବେଣୁଧର ସୂତାର

ବିଶ୍ୱାସ ନେତ୍ରରେ ବିଶ୍ବ

               ଲାଗେ ଭାରି ସୁନ୍ଦର

ଏଜଗତ ମହାତୀର୍ଥ

                 ପୁଣ୍ୟମୟ ମନ୍ଦିର ।।

ଜୀବନର ପ୍ରତି କ୍ଷଣେ

               ବିଶ୍ୱାସ ର ସ୍ପନ୍ଦନ

ଶ୍ରଦ୍ଧା ସିନା ପୂଜା ଫୁଲ

              ଭକ୍ତି ବାସ ଚନ୍ଦନ ।।

ଭାବମୟ ଉପହାର

              ପ୍ରେମ ପ୍ରୀତି ପୂରବୀ

ଅମୃତର ଅନୁଭବ

              ଜୀବନର ପୂରବୀ ।।

ବିଶ୍ବାସର ଅନ୍ତରାଳେ

             ସୁଧାମୟ ସୋପାନ

ଭବ ସୁଖ ସୌଭାଗ୍ୟରେ

             ପରିପୂର୍ଣ୍ଣ ଜୀବନ ।।

ଅସରନ୍ତି କାମନାର

              ରାସ୍ତା ସିନା ବିଷମ

ଆଶା ଆଉ ଅଭୀପ୍ଷାର

              ଅବକାଶ ଅସୀମ ।।

ସମୟର ସୀମା ଲଙ୍ଘେ

             ପ୍ରଗଳ୍ଭ ଏ ବୟସ

 ନୂତନର ଆବାହନେ

             ଚେତନାର ପୀୟୂଷ ।।

ସାଧନାର ସୁଧାପୀଠ 

             ନିଃସର୍ଗ ଏ ଜୀବନ

ଜୀବନର ଜାହ୍ନବୀ ରେ

             ଅମୃତର ପ୍ଳାବନ ।।

ଜୀବନରୁ ସପନର

            ଭୌଗଳିକ ଦୂରତା

ସମ୍ପର୍କର ସୁନାକ୍ଷେତ

             ମାଆ ମାଟି ମମତା ।।

ମାତୃତ୍ବରେ ମହନୀୟା

            କମନୀୟ ସୁଷମା

ସର୍ବସଂହା ଶାଶ୍ୱତି ସେ

            ବିରଳ ଯା ଉପମା ।।

ମଧୁର ମମତାମୟୀ

           ସୁଧାମୟ ପସରା

ଚିରକାଳ ପ୍ରାଣ ସତ୍ତା

           ତା ଆଶିଷ ଆସରା ।।

ଓଁକାର ଝଙ୍କାରମୟୀ

          ଅମୃତର ସୃଜନୀ

ସିଏ ପରା ନିଖିଳର

         ପ୍ରାଣଦାୟୀ ଜନନୀ ।।

ପ୍ରଣବ ସ୍ୱରୂପା ସେତ

         ପ୍ରାଣମୟ ଆଧାର

ତାର ଅନୁକଂପା ଘେନି

         ସୃଷ୍ଟି ହୁଏ ସାକାର ।।

 

କେଶଦୁରାପାଳ  କେନ୍ଦୁଝର

Related posts

ଖଲିଆକାନୀ ନିକଟସ୍ଥ ସୁକୁନିମୁଣ୍ଡା ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

Sunil Chandra Nayak

ଦଶପୁର ଠାରେ ହନୁମାନ ଜୟନ୍ତୀ ପାଳିତ

Sunil Chandra Nayak

ରାଇରଙ୍ଗପୁରରେ ମହାସମାରୋହରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!