ଭାବଗ୍ରାହୀ ଭଗବାନ
କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର
ଭାବରେ ମିଳନ୍ତି ଆଶିଷ ଢାଳନ୍ତି
ଲୋଡା କରନ୍ତିନି ଧନ
ଭକତ ଜୀବନ ମୋ କାଳିଆ ଧନ
ଭାବଗ୍ରାହୀ ଭଗବାନ…….(୦)
ଦାସିଆ ବାଉରୀ ବିନା ତପ କରି
ଭାବରେ ତୋଷିଲେ ତାଙ୍କୁ
ନଡ଼ିଆକୁ ନେଇ ଭାବକୁ ଦେଖାଇ
ତୋଷ କରିଥଲେ ତାକୁ
ବନ୍ଧୁ ମହାନ୍ତିର ବୁଝିଲେ ଅନ୍ତର
ଭାବ ଦେଖି ତା:ର ମନ…..(୧)
ଭାବଗ୍ରାହୀ ସେହି ଜଗତର ସାଇଁ
ଚଉଦ ଭୁବନ ନାଥ
ଲକ୍ଷ୍ମୀ ସାଆନ୍ତାଣୀ ଯାହାର ଘରଣୀ
ସିଏ ଆମ ଜଗନ୍ନାଥ
ପତିତପାବନ ବାନାକୁ ଉଡାଇ
ଭାବରେ ରଖନ୍ତି ଦୀନ……(୨)
ସଂସାରର ଦୁଃଖ ଦେଖି କଳାମୁଖ
ଭାବକୁ ଧରି ମନରେ
ଭାଇ ଭଉଣୀକୁ ସଂଗତରେ ନେଇ
ବସିଲେ ରଥ ଉପରେ
ଭାବ ବିନୋଦିଆ ସେହି ମୋ କାଳିଆ
ତାଙ୍କ ଠାରେ ରହୁ ମନ…..(୩)