ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ହାଇସ୍କୁଲ, ରୁପ୍ରା ଠାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ 

ରୁପ୍ରା, ୧୦/୯ (ମନିସ ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ରୁପ୍ରା ଠାରେ ଆଜି ଖେଳ ଶିକ୍ଷକ ସମୀର ରଞ୍ଜନ ନାଏକଙ୍କ ନେତୃତ୍ୱରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅପରାହ୍ନ ୧ ଟା ବେଳେ ବିଦ୍ୟାଳୟ ପରିସରରୁ ଏକ ବିରାଟ ସାଇକେଲ ଶୋଭାଯାତ୍ରାରେ ବାହାରି ଦେଶ ମାତୃକାର ଗୁଣଗାନ କରିବା ସହ ଦେଶ ସ୍ୱାଧୀନ ହେବାର ୭୫ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ ସହିତ ହର୍ ଘର୍ ତ୍ରିରଙ୍ଗା ନାରା ଦେଇ ମୁସ୍କୁଟି ଗ୍ରାମ ପରିକ୍ରମା କରି ଗିଗିନା ଛକଠାରୁ ଭାୟା ସାଲିଙ୍ଗ୍ ଗ୍ରାମ ଦେଇ ପୁଣି ବିଦ୍ୟାଳୟରେ ପହଞ୍ଚି ଥିଲେ। ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଅରୁଣ ନାଏକଙ୍କ ଅଧ୍ୟକ୍ଷତାରେ, ସମସ୍ତ ଶିକ୍ଷକ /ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ଭାରତ ମାତା’ର ଫୋଟୋ ରେ ପୂଜାର୍ଚ୍ଚନା କରିବା ସହ ସାମୁହିକ ‘ବନ୍ଦେ ମାତାରମ୍’ ଗାନ କରା ଯାଇଥିଲା। ପରେ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ବାବଦରେ ପ୍ରଧାନଶିକ୍ଷକ ଶ୍ରୀ ନାଏକ ନିଜର ମତ ବ୍ୟକ୍ତ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

 

Related posts

କାଉଡୋଳା ଗାଁ ରେ ଡକାୟତି, ଲୁଟିନେଲେ ସୁନାଗହଣା,ନଗଦ ଟଙ୍କା

Sunil Chandra Nayak

ମଟର ଭେହିକିଲ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ବାଲେଶ୍ବର – ମହିମାଧର୍ମାବଲମ୍ବୀ ସାଧୁ ସମାବେଶ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!