ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମନ୍ତ୍ରୀ ଓ ବ୍ଲକ ଅଧ୍ୟକ୍ଷଙ୍କ ଉଦ୍ୟମକ୍ରମେ କେଗାଁରେ ପାନୀୟ ଜଳ ଯୋଗାଣ ଆରମ୍ଭ

ଗୋଲାମୁଣ୍ଡା,ତା.୨୦ା୪(ମ ନି ସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁଠାରେ ଥିବା ବସୁଧା ଯୋଜନାର ପାନୀୟ ଜଳ ପ୍ରକଳ୍ପୁ ଗତ ୧୩ ତାରିଖ ଦିନ ରାତିରେ ବିଦ୍ୟୁତ ତାର ଚୋରି ହୋଇ ଯାଇଥିବା ବେଳେ ମନ୍ତ୍ରୀ ଓ ବ୍ଲକ ଅଧ୍ୟକ୍ଷଙ୍କ ଉଦ୍ୟମକ୍ରମେ କେଗାଁରେ ପାନୀୟ ଜଳ ଯୋଗାଣ ପୁନଃ ଆରମ୍ଭ ହୋଇଛି । ଗତ ୧୩ ତାରିଖ ଦିନ କେଗାଁ ଉଦନ୍ତି ନିକଟରେ ଥିବା ବସୁଧା ଯୋଜନର ପାନୀୟ ଜଳ ପ୍ରକଳ୍ପରୁ ପାଖାପାଖି ୪୦୦ ମିଟର ତାର ଚୋରି ହୋଇଯାଇଥିଲା । ଏନେଇ ଗ୍ରାମବାସୀ ଶକ୍ତି,ଶିଳ୍ପ,ଏମଏସଏମଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଓ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତ୍ତମାନ ଖରା ସମୟରେ ପାନୀୟ ଜଳ କେଗାଁ ଓ ସାନଚେରଗାଁ ଗ୍ରାମବାସୀଙ୍କୁ ଜରୁରୀ ଥିବାରୁ ମନ୍ତ୍ରୀ ଶ୍ରୀ ମିଶ୍ର ଓ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଘଟଣାସ୍ଥଳ ପରିଦର୍ଶନ କରି ଯଥାଶିଘ୍ର ନୂତନ ତାର ସଂଯୋଗ କରି ଦୁଇ ଗାଁକୁ ପାନୀୟ ଜଳ ଯୋଗାଣ ତୁରନ୍ତ ଆରମ୍ଭ କରିବାକୁ କହିଥିଲେ । ପମ୍ପହାଉସରୁ ନଦୀ ଭିତରେ ଲାଗିଥିବା ମୋଟରୁ ଚୋରି ହୋଇଥିବା ଏହି ତାର ସ୍ଥାନୀୟ ଅଞ୍ଚଳରେ ମିଳୁ ନଥିବାରୁ ସଂପୃକ୍ତ ବିଭାଗ ବାହାର ଜିଲ୍ଲାରୁ ଏହି ତାର ମଗାଇ ଆଜି କେଗାଁ ଓ ସାନଚେରଗାଁକୁ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଛି । ବର୍ତ୍ତମାନ ଖରା ସମୟରେ ଲୋକଙ୍କୁ ପୁଣି ପାନୀୟ ଜଳ ଯୋଗାଣ ହୋଇଥିବାରୁ ଗ୍ରାମବାସୀ ମନ୍ତ୍ରୀ ଶ୍ରୀ ମିଶ୍ର ଓ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ପାନୀୟ ଜଳ ପ୍ରକଳ୍ପରୁ ତାର ଚୋରି ବିଷୟରେ ସରପଞ୍ଚ ଶ୍ରୀମତି ଅମୃତା ବଚ୍ଛା କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ତାର ଚୋରକୁ ତୁରନ୍ତ ଗିରଫ କରିବା ସହିତ ପୋଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥା କଡାକଡି କରିବାକୁ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ କେଗାଁ ପୋଲିସକୁ କହିଛନ୍ତି ।

Related posts

ଖୁବ୍ ଶୀଘ୍ର “ଗ୍ୟାଙ୍ଗସ୍ ଅଫ୍ ପୁରୀ” 

Sunil Chandra Nayak

ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଆହତ

Sunil Chandra Nayak

ନବୀନ ପାଇଲେ ଜୀବନବ୍ୟାପୀ ସାଧନା ସମ୍ମାନ…ଉଲ୍ଲେଖନୀୟ ନେତୃତ୍ୱ ପାଇଁ ସମ୍ମାନୀତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

Leave a Comment

error: Content is protected !!