ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଣ୍ଡୁପାଣି ଏସଏସଡି ସ୍କୁଲର ଦଶମ ଶ୍ରେଣୀ ଛାତ୍ର ମୃତ;କାରଣ ଅସ୍ପଷ୍ଟ

ମୟୂରଭଞ୍ଜ – ୨୮/୭/୨୨(ମସିହା) ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ପଣ୍ଡୁପାଣି ଅନୁସୂଚିତ ଜାତି/ଜନଜାତି ବିଦ୍ୟାଳୟର ଅନ୍ତେବାସୀ ଦଶମ ଶ୍ରେଣୀ ଛାତ୍ର ମୁନା ମାର୍ଣ୍ଡୀ (୧୫)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଅନ୍ତେବାସୀ ଛାତ୍ର ବୁଧବାର ରାତିରେ ହଷ୍ଟେଲରେ ଖାଇପିଇ ଶୋଇଥିଲେ । ଗୁରୁବାର ସକାଳ ୭ଟା ବେଳକୁ ସାଙ୍ଗସାଥୀ ତାଙ୍କୁ ଉଠାଇଥିଲେ ।ମୁନା ଉଠିଲା ନାହିଁ ।ସଙ୍ଗେ ସଙ୍ଗେ ଅନ୍ତେବାସୀ ସ୍କୁଲର ଶିକ୍ଷକ,ସୁପରିଣ୍ଟେଡେଣ୍ଟ ଓ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ବିଲରେ କାମ କରୁଥିଲେ ।କାମ ଛାଡି ମୁନାର ମାଆ ଦାନଗୀ ସ୍କୁଲକୁ ଛୁଟି ଆସିଥିଲେ । ମୁନାଙ୍କୁ ଅଟୋରେ ତିରିଂ ହସ୍ପିଟାଲକୁ ନିଆଯାଇଥିଲା ।ପରେ ସେଠାରୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ, ଶିକ୍ଷା ପ୍ରଶାସନ, ସହକାରୀ ଜିଲ୍ଲା ମଙ୍ଗଳ ପ୍ରଶାସକ ସୁରେଶ ଚନ୍ଦ୍ର ଜୀତ୍,ବ୍ଲକ ମଙ୍ଗଳ ଅଧିକାରୀ ତରଫରୁ ତଦନ୍ତ ଚାଲିଛି ।ଲେଖା ପର୍ଯ୍ୟନ୍ତ ତଦନ୍ତ ଚାଲିଛି । ମୃତକଙ୍କ ଘର ତିରିଂ ବ୍ଲକର ଧରମଡିହି ପିତା ସ୍ବର୍ଗତ ଫୁଲମାର ମାର୍ଣ୍ଡି ।ମାତା ଦାନଗି ମାର୍ଣ୍ଡୀଙ୍କର ଦୁଇଟି ଛୁଆ ପୁଅଟିଏ ଏବଂ ଝିଅଟିଏ ।ମାତା ଦାନଗୀ ମାର୍ଣ୍ଡୀ ଏକମାତ୍ର ପୁଅକୁ ହରାଇ କାନ୍ଦି କାନ୍ଦି ବେହୋସ ହୋଇଯାଉଛି ।

ମୟୂରଭଞ୍ଜରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଚଳାନପଡା ରାମନାଥ ଉଚ୍ଚ ବିଦ୍ୟାପୀଠ ରେ ବନ ମହୋତ୍ସବ ପାଳିତ

କବିତା – ଜୀବନେ ସତ୍ୟ ଟି ଏହି

Sunil Chandra Nayak

ଦାୟିତ୍ବ ନେଲେ ଅଧକ୍ଷ୍ୟ ମୁକେଶ ଅଗ୍ରୱାଲ

Sunil Chandra Nayak

Leave a Comment

error: Content is protected !!