ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜସ୍ବ ସ୍କ୍ୱାର୍ଡ ପାର୍ଟି ଦ୍ବାରା ଦୁଇ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ;୪୦,୪୦୦ ଟଙ୍କା ଜୋରିମାନା ଆଦାୟ

ମୟୂରଭଞ୍ଜ – ୨୮/୭/୨୨ (ମସିହା) ମୟୂରଭଂଜ ଜିଲ୍ଲାର ବେଆଇନ ଲଘୁ ଖଣିଜ ପଦାର୍ଥ,ମୋରମ,ବାଲି,ପଥର ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଛି । ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି ।ଦିନ ଦ୍ୱିପ୍ରହରରେ ରାଜସ୍ବ ପ୍ରଶାସନ ଆଖି ଆଗରେ ଚୋରା ଚାଲାଣ ହଉଛି । କେଉଁଠି କେଉଁଠି ପ୍ରଶାସନ ସହ ବାଲିଓ,ପଥର ଓ ମୋରମ ମାଫିଆଙ୍କ ସହ ଲଢେଇ ହେଉଛି । ଗୁରୁବାର ପୂର୍ବାହ୍ନରେ ମୟୂରଭଞ୍ଜ ଜିଲ୍ଲାର ଵହଳଦା ତହସିଲ ଅନ୍ତର୍ଗତ ବାସିଙ୍ଗି ଠାରେ ରାଜସ୍ବ ସ୍କ୍ବାଡ ଟିମ୍ ଦୁଇଟି ବେଆଇନ ବୋଝେଇ ବାଲି ଟ୍ରାକ୍ଟର ଜବତ କରି ୪୦,୪୦୦ ଟଙ୍କା ଜୋରିମାନା ଆଦାୟ କରିଛି ।ସ୍କ୍ୱର୍ଡ ଟିଭିରେ ବିଜାତଳା ତହସିଲଦାର,ଜାମଦା ଅତିରିକ୍ତ ତହସିଲଦାର,ବିଜାତଳା ଆରଆଇ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ମଦନ ମୋହନ ବହୁମୂଖି ସମବାୟ ସମିତି ନିର୍ବାଚିତ ପ୍ରତିନିଧି ଙ୍କୁ ସମ୍ବର୍ଦ୍ଧନା 

Sunil Chandra Nayak

କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ, ଆଇଏଏସଙ୍କ ଧର୍ମଗଡ଼ ଗ୍ରସ୍ତ

ମାନଝରୀ ଠାରେ ସଡ଼କ ଦୁର୍ଘଟଣା, ବାଇକ ଚାଳକ ଗୁରୁତର

Sunil Chandra Nayak

Leave a Comment

error: Content is protected !!