ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେ’ ୩୦ ରୁ ଜୀ ସାର୍ଥକରେ ନୂଆ ମେଗା ସିରିୟଲ ‘ସୁନା ଝିଅ’

ଜୀ ସାର୍ଥକରେ ପୁଣି ଏକ ନୂଆ ସିରିୟଲ ଆରମ୍ଭ ହେବାକୁ ଯାଉଛି । ଯାହାର ନାଁ ରହିଛି ‘ସୁନା ଝିଅ’ । ଆସନ୍ତା ମେ ୩୦ ରୁ ପ୍ରତ୍ୟେକ ଦିନ ସଂଧ୍ୟା ୭. ୩୦ମିନିଟ୍ ରେ ପ୍ରସାରିତ ହେବ । ଏଥିରେ ଓଡିଆ ଘରର ନିଛକ କାହାଣୀକୁ ସ୍ଥାନ ଦିଆଯାଇଛି । ମା’ର ସୁରକ୍ଷା ଓ ସମ୍ମାନ ପାଇଁ କିଭଳି ଝିଅ ନିଜକୁ ପ୍ରସ୍ତୁତ କରିଛି ତାହାର ଝଲକ ଏହି ମେଗା ଧାରାବାହିକରେ ଦେଖିବାକୁ ମିଳିବ । ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ କଠିନ ପରିଶ୍ରମ ବଳରେ ଝିଅଟିଏ ନିଜ ସ୍ବପ୍ନ ପୂରଣ କରିବା ସହ ଗୃହିଣୀ ମାଆ ପାଇଁ ଓ ସମାଜ ପାଇଁ ସୁନାଝିଅ ହେବା ଛୋଟିଆ କଥା ନୁହେଁ । ଯାହା କରିବାକୁ ଚେଷ୍ଟା କରିଛି ଝିଅଟିଏ । ପ୍ରକୃତରେ ଝିଅଟି ‘ସୁନାଝିଅ’ ହୋଇପାରୁଛି କି ନାହିଁ ତାହା ଏଥିରେ ଦେଖିବାକୁ ମିଳିବ । ଧାରାବାହିକରେ ଅର୍ପିତା କରଙ୍କୁ ମା ଭୂମିକାରେ ଦେଖିବାକୁ ମିଳିବ । ଝିଅ ଭୂମିକାରେ ନଜର ଆସିବେ ରଜ କୁଇନ୍ ୨୦୨୨ର ପ୍ରତିଯୋଗୀ ଅଙ୍କିତାଙ୍କୁ । ଅନ୍ୟପଟେ ମଡେଲ ମାନସଙ୍କୁ ମଧ୍ୟ ଏଥିରେ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ ।ଓଡିଆ ଦର୍ଶକଙ୍କୁ ପୂର୍ବରୁ ଅନେକ ମେଗା ସିରିୟଲ ଭେଟି ଦେଇଛି ଜୀ ସାର୍ଥକ । ଏବେ ପୁଣି ଆସନ୍ତା ୩୦ ତାରିଖରୁ ପ୍ରତ୍ୟେକ ଦିନ ସଂଧ୍ୟା ୭ଟା ୩୦ମିନିଟ‌୍ ରେ ଏହା ପ୍ରସାରିତ ହେବାକୁ ଥିବା ବେଳେ ଏହି ନୂଆ ମେଗା ଧାରାବାହିକ ପୁଣିଥରେ ଟେଲି ଦୁନିଆରେ ଧମାଲ କରିବ ବୋଲି ଆଶା କରାଯାଉଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପନିପରିବା ଦର ଆକାଶଛୁଆଁ ,ଟମାଟୋ କିଲୋ ୧୦୦, ବାଇଗଣ ୫୦

Sunil Chandra Nayak

ସହିଦ୍ ନୁଦୁରାମ୍ ସୋରେନ୍ ମେମୋରିଆଲ ଟ୍ରଷ୍ଟର ସ୍ମରଣିକା ପ୍ରସ୍ତୁତି ବୈଠକ

Sunil Chandra Nayak

ଦୀପାବଳି ରେ  ୨ଟି ଅସହାୟ ଗରିବ ପରିବାର ଙ୍କ ମୁହଁରେ ହସ ଫୁଟାଇଲେ  ବିଏଚ୍ ଆର୍ ସି, ସମାଜସେବୀ

Sunil Chandra Nayak

Leave a Comment

error: Content is protected !!