ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ଠାରେ ୭୬ ତମ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ

କୃତିଛାତ୍ର ଜିଏଲ୍ଏସ୍ ବିଶ୍ୱଜିତ୍ କୃତି ବିଦ୍ୟାର୍ଥୀ ଭାବେ ସମ୍ମାନୀତ…….

ଦେଶ ରାଜନୈତିକ ସ୍ବାଧିନତାର ୭୫ ବର୍ଷ ପୂର୍ଣ୍ଣ କରିଥଲେ ହେଁ, ଅର୍ଥନୈତିକ, ଶୈକ୍ଷିକ ଓ ସାମାଜିକ ସ୍ଵାଧୀନତା ଲାଭ କରିବାର ସଂଗ୍ରାମ ଏବେ ବି ଜାରି ରହିଛି। ଏଥିପାଇଁ ଆମକୁ ସୁଚାରୁରୂପେ ଯୋଜନା କରି ସମସ୍ତ ନାଗରିକ ଙ୍କୁ ଏକ ସମ୍ମାନଯୋଗ୍ୟ ସ୍ତରକୁ ଉନ୍ନୀତ କରିବାର ପ୍ରୟାସ ଜାରୀ ରହିଛି ବୋଲି ଧର୍ମଗଡ ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଆଇଏଏସ, ଆହ୍ବାନ ଦେଇଛନ୍ତି। ଧର୍ମଗଡ ଠାରେ ୭୬ତମ ଉପଖଣ୍ଡ ସ୍ତରୀୟ ଜାତୀୟ ପତାକା ଉତ୍ତୋଳନ କରି ଦେଶ ସ୍ବାଧୀନତା ପ୍ରାପ୍ତି ର ୭୫ ବର୍ଷ ପୁରଣ କରିଛି। ତେଣୁ ଏହି ବର୍ଷ ପୂର୍ତ୍ତି କୁ ଦେଶ ତଥା ବିଶ୍ୱର କୋଣ ଅନୁକୋଣରେ ଭାରତୀୟ ମାନେ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛନ୍ତି। ଏହି ଉପଲକ୍ଷେ ଘର ଘର ତ୍ରିରଙ୍ଗା ଅଭିଯାନ ରେ ପ୍ରତ୍ୟେକ ଭାରତୀୟଙ୍କ ଘରେ ତ୍ରିରଙ୍ଗା ପତାକା ଗତ ୧୩ ତାରିଖରୁ ଉଡୁ ଥିବାର ଦେଖାଯାଉଛି। ଏହି ଦୃଶ୍ୟ ଆମ ମାନଙ୍କ ମନରେ ଜାତୀୟତାର ଭାବନା କୁ ବହୁଗୁଣିତ କରୁଛି ବୋଲି ପ୍ରକାଶ କରିଥିଲେ ଏବଂ ଭାରତ ସ୍ୱାଧନତାର ଅଗ୍ରଦୂତ ମହାପୁରୁଷ ମାନଙ୍କୁ ଏହି ଅବସରରେ ସେ ସ୍ମରଣ କରିଥିଲେ।

ସ୍ବାଧୀନତା ଦିବସ ପାଳନ ଅବସରରେ ଧର୍ମଗତ ସରକାରୀ ଚିକିତ୍ସାଲୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ, ଡାକ୍ତର ଅଶ୍ଵିନୀ କୁମାର କର, ଆୟୁଷ ଡାକ୍ତର ଜୟରାମ ମଙ୍ଗରାଜ ଡାକ୍ତର ସ୍ମରଣିକା ପଣ୍ଡା, କୋଭିଦ୍ ଲେବ ଆସିଷ୍ଟାଣ୍ଟ ଉମାଶଙ୍କର ମାଳି, ସ୍ବାସ୍ଥ୍ୟ ସହାୟିକା ନିଲୁ ବେହେରା, ଡ଼୍ରାଇଭର ଗିରିଧାରୀ ଶଗଡ଼ିଆ, ସୁଇପର୍ ପରମେଶ୍ଵର ସୁନାନୀଙ୍କୁ କୋଭିଡ ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରକ୍ଷାରେ ସମୁଦାୟ ୬୦୦ ମାର୍କ ରୁ ୫୬୪ ମାର୍କ ରଖି ସାରା ଧର୍ମଗତ ଉପଖଣ୍ଡ କୁ ଗୌରବାନିତ୍ଵ କରିଥିବା ଜୁନାଗଡ଼ ସରସ୍ଵତୀ ବିଦ୍ୟା ମନ୍ଦିର ର ଛାତ୍ର ଜିଏଲ୍ଏସ୍ ବିଶ୍ୱଜିତ୍ ଙ୍କୁ ଲିଙ୍ଗରାଜ ପାଣଗ୍ରାହୀ କୃତି ବିଦ୍ୟାର୍ଥୀ ଭାବେ ସମ୍ମାନୀତ କରାଯାଇଥିଲା। ସଂପୃକ୍ତ ଛାତ୍ର ଜିଏଲ୍ଏସ୍ ବିଶ୍ୱଜିତ୍ ଦଶମ ବୋର୍ଡ ପରୀକ୍ଷା ରେ ମାତୃଭାଷା (ଓଡ଼ିଆ)ରେ ୧୦୦ ରୁ ୧୦୦ ମାର୍କ ଅର୍ଜନ କରିଥିବାରୁ ତାଙ୍କୁ ଭାବଗ୍ରାହୀ ମୁଣ୍ଡ ମାତୃଭାଷା ସ୍ମାରକୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା।ଯୁକ୍ତ ଦୁଇ ପରୀକ୍ଷାରେ ଉପଖଣ୍ଡ କୁ ଗୌରବାନିତ୍ୱ କରିଥିବା ଅମ୍ବାଦୋଳା ର ଛାତ୍ର ସୌରଭ କୁମାର ଓ ଧର୍ମଗଡ ସରକାରୀ ବିଦ୍ୟାଳୟ ର କୃତି ଛାତ୍ର ଚିନ୍ମୟ ନାଏକ ଙ୍କୁ ଅର୍ଜୁନ ପଟ୍ଟଯୋଶୀ ସ୍ମାରକୀ ସମ୍ମାନ ଧର୍ମଗଡ ସିଟିଜେନ ଫୋରମ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ଶିକ୍ଷାନଷ୍ଠାନ ସ୍ତରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା। ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ।

ସ୍ୱାଧୀନତା ଦିବସ ପାଳନ ଅବସରରେ ସକାଳୁ ପ୍ରଭାତ ଫେରି ଓ ରାମଧୁନ, ସହରରେ ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରଯାଇଥିଲା ଓ ପଡ଼ିଆରେ ଉତ୍ସବ ଶେଷ ହେବା ପରେ ମୁଖ୍ୟ ଅତିଥି ଧର୍ମଗଡ ସ୍ଥିତ ସ୍ଵଧାର ଗୃହ, ସରକାରି ଡାକ୍ତରଖାନା, ସବ୍ ଜେଲ, ମିଶିନାରି ଅଫ ଚ୍ୟାରିଟି, ଏଵଂ ଯଶୋଦା ଅନାଥ ଆଶ୍ରମ କୁ ଯାଇ ଅନ୍ତେବାସି, ଓ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ।ଅଧ୍ୟାପକ ମାଧବ ଲହଜଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଧର୍ମଗତ ଡିଏସପି ଧୀରଜ୍ ଚୋପଦାର, ତହସିଲଦାର ହରେକୃଷ୍ଣ ବରିହା, ସହ ଜିଲ୍ଲାପାଳ ଚିନ୍ମୟ ନାୟକ, ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି, ଉପାଧ୍ୟକ୍ଷା ମନିଷା ମୁଣ୍ଡ ମିଶ୍ର, ସମାଜ ସେବୀ ହୃଷୀକେଶ ମିଶ୍ର, ବରିଷ୍ଠ ଆଇନଜୀବି ତୁଷାର ରଞ୍ଜନ ପଟ୍ଟଯୋଷି, ରାଜେନ୍ଦ୍ର କୁମାର ମୁନି, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ବିରଞ୍ଚି ନାରାୟଣ ଜାଲ, ବୈଦ୍ୟନାଥ ବେହେରା, ବଙ୍କିମ ସାଗର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନ୍ୟବାଦ୍ ପ୍ରଦାନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମଟରସାଇକଲ ଦୁର୍ଘଟଣାରେ ଜଣେ ମୃତ୍ୟୁ

Sunil Chandra Nayak

ମଦ ଓ ଗଞ୍ଜେଇ ଜବତ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ବିରାଗ

Leave a Comment

error: Content is protected !!