ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇଘର ହାଟ ବଞ୍ଚାଇବା ନିମନ୍ତେ ଅଣ୍ଟା ଭିଡ଼ିଲା ମିଳିତ କ୍ରିୟାନୁଷ୍ଠାନ କମିଟି

ଅସନ୍ତୋଷ ବଢୁଛି ବିବାଦ ସୃଷ୍ଟି ହେବା ଆଶଙ୍କା 

ରାଇଘର ୦୭:୧୨:୨୨- ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମା ଠାରେ ୧ ଶହ ବର୍ଷରୁ ଉର୍ଦ୍ଧ ସମୟ ହେବ ରବିବାର ଦିନ ରାଇଘର ସାପ୍ତାହିକ ହାଟ ବସି ଆସୁଛି l ପ୍ରଶାସନ ପକ୍ଷରୁ ମଧ୍ୟ ରାଜସ୍ୱ ଆଦାୟ ହେଉଛି କିନ୍ତୁ କିଛି ବର୍ଷ ହେବ ରବିବାର ଦିନ ରାଇଘର ନିକଟବର୍ତୀ ଗ୍ରାମରେ ବେଆଇନ ଭାବେ ହାଟ ବସୁଛି ଫଳରେ ରାଇଘର ହାଟ ଉଜୁଡିବାକୁ ବସିଲାଣି l ରାଇଘର ବ୍ଲକ ଏକ ଛତିଶଗଡ଼ ସୀମାବର୍ତୀ ଅଂଚଳ ହୋଇଥିବା ବେଳେ ରାଇଘର ହାଟ ଉପରେ ପଡୋଶୀ ରାଜ୍ୟ ଛତିଶଗଡ଼ ସହ ଜୟପୁର,କୋରାପୁଟ,ନବରଙ୍ଗପୁର,ଉମରକୋଟ ବ୍ୟବସାୟୀ ଏହି ହାଟ ଉପରେ ନିର୍ଭର ଶୀଳ l କରୋନା ମହାମାରୀ ପର ଠାରୁ ରାଇଘର ବଜାର ସ୍ଥିତି ଶୋଚନୀୟ ହୋଇ ପଡିଥିବା ବେଳେ ପରବର୍ତୀ ସମୟରେ ବିଭିନ୍ନ ସ୍ଥାନରେ ରବିବାର ଦିନ ହାଟ ବସି ବଜାରକୁ ଉଜୁଡିବାକୁ ବସିଲାଣି l ବାହାର ରାଜ୍ୟ ସହ ବିଭିନ୍ନ ଅଞ୍ଚଳରୁ ଆସୁଥିବା ବ୍ୟବସାୟୀ ପେଟ ପାଟଣା ଉପରେ ପ୍ରଭାବ ପଡୁଥିବା ବେଳେ ଚିନ୍ତାରେ ପଡି ଯାଇଛନ୍ତି l ଦୀର୍ଘ ବର୍ଷର ଏହି ପୂରାତନ ବଜାର ସୁରକ୍ଷାକୁ ଗୁରୁତ୍ୱ ଦେଇ ରାଇଘର ମିଳିତ କ୍ରିୟାନୁଷ୍ଠାନ କମିଟି ଆଜି ବୁଧବାର ଦିନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ କରଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛି l ହାଟ ସମସ୍ୟା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ନଚେତ୍ ଏହି ସମସ୍ୟା ନିମନ୍ତେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଉଲ୍ଲେଖ କରିଛି l ଦାବୀ ପତ୍ରରେ ଉଲ୍ଲେଖ ରହିଛି ଯେ ଆଖ ପାଖ ଅଞ୍ଚଳରେ ବସୁଥିବା ହାଟ ଦିନକୁ ଦିନ ବଢୁଥିବା ବେଳେ ରାଇଘର ବଜାର ସମ୍ପୁର୍ଣ ଧରାଶାୟି ହେବାରେ ଲାଗିଛି l ବ୍ଲକ୍ ହେଡକ୍ୟାଟର ଦୀର୍ଘ ବର୍ଷର ଏହି ସର୍ବ ପୂରାତନ ବଜାର ସ୍ବତନ୍ତ୍ର ଭାବରେ ପୁଣି ଥରେ ଉଜ୍ଜୀବିତ ହେବା ଆବଶ୍ୟକତା ରହିଛି l ଆମର ମୁଖ୍ୟ ଦାବୀ ରବିବାର ଦିନ ଆଖ ପାଖ ଅଞ୍ଚଳରେ ବସୁଥିବା ଯେଉଁ ସବୁ ବେଆଇନ ହାଟ ବନ୍ଦ କରାଯାଉ l ବେଆଇନ ଭାବେ ବସୁଥିବା ହାଟରେ ମଦ ମାଂସ ସହ ଖୁଡୁଖୁଡି ଖେଳ ଚାଲୁଥିବା ବେଳେ ପ୍ରଶାସନ ସବୁ ଜାଣି ନିରବ ରହୁଛି l ରାଇଘର ଯୁବ ଗୋଷ୍ଠୀ,ସାତ ପାଲି ଗ୍ରାମ କମିଟି,ରାଇଘର ବ୍ୟବସାୟୀ ସଂଘ,ସାମ୍ବାଦିକ ସଂଘ,ଓକିଲ ସଂଘ,ସହ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆପଣଙ୍କୁ ଅନୁରୋଧ ଉକ୍ତ ସମସ୍ୟା ଉପରେ ଗୁରୁତ୍ୱ ଦେଇ ସମସ୍ୟାର ସମାଧାନ କଲେ ଆମ୍ଭେ ଚିରୋ ଉପକୃତ ହେବୁ l ଉକ୍ତ ଘଟଣା ସଂପର୍କରେ ଆମ୍ଭେ ଗତ ମେ ମାସ ୧୮ ତାରିଖରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ କରିଥିଲୁ l ଜିଲ୍ଲାପାଳ ଘଟଣାର ସମାଧାନ ନିମନ୍ତେ ତତ୍ କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରସାଦ ବଳ, ତତ୍ କାଳୀନ ଥାନା ଅଧିକାରୀ ଟଙ୍କ ଗିରି ଭୋଇ ଓ ତତ୍ କାଳୀନ ତହସିଲଦାର ଶକ୍ତି ମହାପାତ୍ରଙ୍କୁ ନିର୍ଦ୍ଧେଶ ଦେଇଥିଲେ l ତିନି ଅଧିକାରୀ ମୋଟ ପାଞ୍ଚଟି ବୌଠକ ବ୍ଲକ କାର୍ଯ୍ୟାଳୟ ଠାରେ ଆୟୋଜନ କରି ଆଖ ପାଖ ଅଞ୍ଚଳରେ ବସୁଥିବା ଗ୍ରାମ ଗୁଡ଼ିକର ସରପଞ୍ଚ ମାନଙ୍କୁ ରବିବାର ଦିନ ହାଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସମସ୍ତେ ଗ୍ରହଣ ମଧ୍ୟ କରିଥିଲେ କିନ୍ତୁ ଗଞ୍ଜାପାରା ଅଧିନସ୍ଥ ଗାଣ୍ଡାଡିହି ଗ୍ରାମ ଠାରେ ବସୁଥିବା ହାଟ ବନ୍ଦ କରିବାକୁ ନାରାଜ ରହିଲେ l ଫଳରେ ମିଳିତ କ୍ରିୟାନୁଷ୍ଠାନ ପ୍ରଶାସନ ଓ ଗାଣ୍ଡାଡିହି ଗ୍ରାମବାସୀ କୁ ନେଇ ଗଞ୍ଜାପାରା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବୌଠକ କରି ମଙ୍ଗଳବାର କିମ୍ବା ବୁଧବାର ଗାଣ୍ଡାଡିହି ହାଟ କରିବାକୁ ନିଷ୍ପତି ହେଲା କିନ୍ତୁ ପ୍ରଶାସନିକ ନିର୍ଦ୍ଧେଶକୁ ଆଜି ପର୍ଯ୍ୟନ୍ତ ମାନୁ ନାହାନ୍ତି l ମଙ୍ଗଳବାର କିମ୍ବା ବୁଧବାର ହାଟ କଲେ ପ୍ରଶାସନ ସେଠାରେ ହାଟର ମାନ୍ୟତା ଦେବା ସହ ବସିବା ନିମନ୍ତେ ପିଣ୍ଡି ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ତତ୍ କାଳୀନ ବିଡ଼ିଓ ପ୍ରକାଶ କରିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ବେନିୟମ ଭାବେ ବଜାର ହେବା ସହ ମଦ, ଘୁଷୁରୀ ମାଂସ ବିକ୍ରୀ ସହ ଖୁଡୁଖୁଡି ଜାରୀ ରହିଛି l ଅନ୍ୟପଟେ ରାଇଘର ବଜାର ପୁରାତନ ସହ ସରକାର ରାଜସ୍ବ ଆଦାୟ କରୁଅଛି l ଗାଣ୍ଡାଡିହି ନିମନ୍ତେ ରାଇଘର ବଜାର ଧ୍ଵଂସ ହେବାରେ ଲାଗିଛି ପ୍ରଶାସନ କୁ ବାରମ୍ବାର ଅଭିଯୋଗ ସହ ସମସ୍ତ ନିତି ନିୟମ ଅନୁଯାୟୀ ଆମ୍ଭେ ସହଯୋଗ କରି ଆସୁଛୁ କିନ୍ତୁ ଆଜି ପର୍ଯ୍ୟନ୍ତ ଫଳପ୍ରଦ ହୋଇ ନାହିଁ l ଯାହା ଫଳରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ରାଇଘର ହାଟ ଅବିଭକ୍ତ କୋରାପୁଟ ଜିଲ୍ଲାର ସତନ୍ତ୍ର ହାଟ ମଧ୍ୟରେ ରହିଥିବା ବେଳେ କିଛି ମଦ ମାଫିଆ, ଜୁଆ ଦଲାଲଙ୍କ ଚକ୍ରାନ୍ତ ରେ ରାଇଘର ବଜାରକୁ ଧ୍ଵଂସ କରିବାକୁ ଯେଉ ଚକ୍ରାନ୍ତ ଚଳାଇ ଆସିଛନ୍ତି ତାହା ଆଗକୁ ବିବାଦ ବଢାଇ ପାରେ l ଆମ୍ଭେ ମିଳିତ କ୍ରିୟାନଷ୍ଠାନ କମିଟି ପୁଣି ଥରେ ଜଣାଇ ଦେଉଅଛୁ ଯେ ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେଇ ରାଇଘର ଆଖ ପାଖ ହାଟ ସମ୍ପୂର୍ଣ୍ଣ ବନ୍ଦ କରିବା ଉପରେ ଗୁରୁତ୍ବ ଦେଉ l ଗାଣ୍ଡାଡିହି ଗ୍ରାମ ଆମ ରାଇଘର ବ୍ଲକର ସେହି ଅଞ୍ଚଳର ହାଟକୁ ଆମ୍ଭେ ବିରୋଧ କରୁ ନାହୁ ସେମାନେ ରବିବାର ଛଡ଼ା ପ୍ରଶାସନିକ ନିଷ୍ପତ୍ତି ଅନୁଯାୟୀ ମଙ୍ଗଳବାର କିମ୍ବା ବୁଧବାର କରନ୍ତୁ ସେଥିରେ ଆମର କୌଣସି ଆପତ୍ତି ନାହିଁ ବୋଲି ଦାବୀ ପତ୍ରରେ ଉଲ୍ଲେଖ ରହିଛି l ମିଳିତ କ୍ରିୟାନୁଷ୍ଠାନ କମିଟର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ l ଯଥା ଶୀଘ୍ର ସମସ୍ୟାର ସମାଧାନ କରନ୍ତୁ ନଚେତ୍ ରାଇଘର ଅଞ୍ଚଳବାସୀ ରାଜ ରାସ୍ତା କୁ ଆସି ଆନ୍ଦୋଳନ କରିବୁ ବୋଲି ପ୍ରଶାସନକୁ ଅବଗତ କରିଛନ୍ତି l ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ କର ମଧ୍ୟ ଉକ୍ତ ସମସ୍ୟା ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେବି ବୋଲି କହିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଜି ଶ୍ରୀ ଶ୍ରୀ ଅନନ୍ତ ସୁନ୍ଦରଙ୍କର ୫୫ତମ ପ୍ରତିଷ୍ଠା ଦିବସ

Sunil Chandra Nayak

ଜୁନାଗଡ଼ ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଡ୍ରେନେଜ ବ୍ୟବସ୍ଥା ନାହିଁ ରାସ୍ତାରେ ଜମୁଛି ପାଣି

Sunil Chandra Nayak

Leave a Comment

error: Content is protected !!